ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ୍ଣୁ ମହାନ୍ତି ଙ୍କ ବିୟୋଗ ରେ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଶୋକସଭା   

ବିଷ୍ଣୁ ମହାନ୍ତି ଙ୍କ ବିୟୋଗ ରେ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଶୋକସଭା   

ରାଉରକେଲା,- ରାଉଲକେଲା ତଥା ଓଡ଼ିଶାର ର ବିଶିଷ୍ଟ ସାଲିସ ବିହୀନ ଶ୍ରମିକ ନେତା ବିଷ୍ଣୁ ଚରଣ ମହାନ୍ତିଙ୍କ ବିୟୋଗରେ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଏକ ଶୋକସଭା ଆଜି ସକାଳେ ଅନୁଷ୍ଠିତ ହୋଇଥିଲା l ଫାଉଣ୍ଡେସନ ର ପ୍ରତିଷ୍ଠାତା ଇଂ ନଳିନୀ କାନ୍ତ ଧର ଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ସମାଜସେବୀ ଡ଼. ସୁମନ ଦତ୍ତ ଅଧ୍ୟକ୍ଷତା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆରଏସପି ର ଅବସରପ୍ରାପ୍ତ ଡିଜିଏମ ଚନ୍ଦ୍ର ଶେଖର ଶତପଥି, ସାହିତ୍ୟିକ ଅଶୋକ ପଟ୍ଟନାୟକ, ସାମ୍ବାଦିକ କୁଞ୍ଜ ବିହାରୀ ରାଉତ, ବିବେକାନନ୍ଦ ଦାସ, ସଂଗୀତ ଶିଳ୍ପୀ ଶ୍ରୀମତୀ ସ୍ମିତା ମିଶ୍ର, ସୁନୀଲ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ମହାନ୍ତି ଙ୍କ ସ୍ମୃତି ଚାରଣ କରିଥିଲେ l ତାଙ୍କ ବିୟୋଗରେ ରାଉରକେଲା ର ଜନ ଜୀବନରେ ରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଲା । ସେ ଛାତ୍ର ଜୀବନ ରୁ କ୍ରମାଗତ ଶ୍ରମିକ ଓ ଗରିବ ଜନସାଧାରଣ ଙ୍କ ପାଇଁ ସଂଗ୍ରାମ ଜାରି ରଖି ଆସିଥିଲେ। ଇଶ୍ୱରଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ତାଙ୍କ ପରିବାର ବର୍ଗ ଙ୍କୁ ଇଶ୍ୱର ଯଥେଷ୍ଟ ଧର୍ଯ୍ୟ ଓ ସାହସ ଜୁଟାଇ ଦେବା ପାଇଁ ପ୍ରାର୍ଥନା କରା ଯାଇଥିଲା l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ ବାଣିଜ୍ୟ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟରେ ଚାଷୀ ଅସନ୍ତୋଷ

Sunil Chandra Nayak

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ 

masiha

ଦେଓଗାଁ ବ୍ଲକ ଧଣ୍ଡlମାଳ ଗାଁ ରେ ବିଶାଳ ଆଦିବାସୀ ସମ୍ମିଳନୀ , ଜମି ଜଳ ଜଙ୍ଗଲ ଜୀବନଜୀବିକା ସୁରକ୍ଷା ପାଇଁ ଆଦିବାସୀ ଙ୍କ ଆହ୍ୱାନ 

masiha

Leave a Comment

error: Content is protected !!