ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟୀ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା 

ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟୀ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା 

କର୍ଲାମୁଣ୍ଡା, ୧୦/୫ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ଜୟନ୍ତ ବାଗଙ୍କୁ ଓଡିଶା ଲୋକ ସେବା ଆୟୋଗ ଦ୍ବାରା ପିଜିଟି (ଓଡିଆ)ରେ ନିଯୁକ୍ତି ପାଇଥିବାରୁ ଶନିବାର ସମ୍ବର୍ଦ୍ଧନା ଦିଆଯାଇଅଛି । ସେଥିପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏଥିରେ ବିଦ୍ୟାଳୟର ସଭାପତି ମୂରଲିଧର ରଣା, ସମ୍ପାଦକ ଯୋଗିନ୍ଦ୍ର ରଣା, ପୂର୍ଣ୍ଣଚନ୍ଦ୍ର ଭୋଇ, ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ଗହୀର ଏବଂ ନୂତନ ଅଧ୍ୟକ୍ଷ ଆଭାସ ଚନ୍ଦ୍ର ଆଚାର୍ଯ୍ୟ ମଂଚାସୀନ ଥିଲେ । ଇଂରାଜୀ ଅଧ୍ୟାପକ ମୁକେଶ ବହିଦାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀ ବାଗଙ୍କର ଦୀର୍ଘ ୧୬ ବର୍ଷର କର୍ତବ୍ୟନିଷ୍ଠତା ଉକ୍ତ ସଭାରେ ସମସ୍ତେ ମନେ ପକାଇଥିଲେ । ସମ୍ବର୍ଦ୍ଧନା ସଭା ପରେ ବରିଷ୍ଠ ଅଧ୍ୟାପକ ଆଭାସ ଚନ୍ଦ୍ର ଆଚାର୍ଯ୍ୟ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିଥିଲେ । ଅଧ୍ୟାପକ ସୁବ୍ରତ ରଣା, କନିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଲାଇବ୍ରେରିଆନ୍ କ୍ଷେତ୍ରମଣି ରଣା, ଖେଳ ଶିକ୍ଷକ ଯଜ୍ଞ ଭୋଇ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Related posts

ହିଞ୍ଜିଳିରେ ଦୁଇ ପୁଞ୍ଜା ମେରୁଦଣ୍ଡ ଯାତ୍ରା ଉଦଯାପିତ

Sunil Chandra Nayak

ମିଟର ରିଡର୍ ଲକ୍ଷ୍ମୀ ନାରାୟଣଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

Sunil Chandra Nayak

ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!