ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଚିଲିମା ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି

ପୋଚିଲିମା ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି 

ହିଞ୍ଜିଳିକାଟୁ,ତା ୧୧/୦୫ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ଦିନ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୋଚିଲିମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗରିକା ଷଢ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ତହସିଲଦାର ତପନ କୁମାର ମହାପାତ୍ର,ସ୍ଥାନୀୟ ସରପଞ୍ଚ ରଞ୍ଜିତା ଦାସ,ସିଡିପିଓ ବିଜୟଲଷ୍ମୀ ପାଢ଼ୀ,ବ୍ଳକ ଉପାଧ୍ଯକ୍ଷ ପ୍ରମୁଖ ଯୋଗ ଦେଇଥିଲେ । ସଂପୃକ୍ତ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ, ଅପେକ୍ଷିତ ଓ ସରକାରୀ ସୁବିଧାରୁ ବଞ୍ଚିତ ହିତାଧିକାରୀ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ନିଜର ବିଭିନ୍ନ ଯୋଜନାରୁ ଉପକୃତ ହେବା ପାଇଁ ଅଭିଯୋଗ ଦାଖଲ କରିଥିଲେ । ଏହି ଦ୍ଵିତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣିରେ ମୋଟ ୨୭ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ସେଥି ମଧ୍ୟରୁ ରାସନ କାର୍ଡ ୦୮ଟି,ସୁଭଦ୍ରା ଯୋଜନା ୦୧ଟି,ଗ୍ରାମୀଣ ଆବାସ ୧୨ଟି, ସାମୁହିକ୦୨, ରାଜସ୍ୱ ୦୧ ଓ ବ୍ୟକ୍ତି ଗତ ଭାବେ ବିଭିନ୍ନ ବିଭାଗ ପାଇଁ ୦୩ଟି ଅଭିଯୋଗ ଦାଖଲ ହୋଇଥିଲା । ଆଜିର ଏହି ଶିବିରକୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ କୁମାର ମେହେର ପରିଚାଳନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଯୋଗାଣ ନିରୀକ୍ଷକ ସ୍ନେହାଞ୍ଜଳି ସ୍ୱାଇଁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଅଧିକାରୀ ବନଶ୍ରୀ ଦାଶ, ରାଜସ୍ବ ନିରୀକ୍ଷ, ସହକାରୀ ଯନ୍ତ୍ରୀ କଳ୍ପନା ପାଢ଼ୀ,ସମିତି ସଭ୍ୟା ଆରତୀ ନାୟକ, ଜଳସମ୍ପଦ ସହକାରୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ, କମ୍ପ୍ୟୁଟର ପୋଗ୍ରାମର ଦଣ୍ଡପାଣି ଦାଶ,ଜିପିଓ ଜି.ରବି କୁମାର, ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଗିରିଷ ନାୟକ,ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭଜରାମ ସାହୁଙ୍କ ସମେତ ବ୍ୟାଙ୍କ, ବିଦ୍ୟୁତ ଓ ସ୍ୱାସ୍ଥ୍ୟ ଅନ୍ୟାନ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ଓ ପଞ୍ଚାୟତର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Related posts

ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଜୟନ୍ତି ପାଳନ 

Sunil Chandra Nayak

ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା 

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!