ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସକ୍ଷମ ନୃତ୍ୟ ଏକାଡେମୀ ତରଫରୁ ଜାତୀୟ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ମହୋତ୍ସବ, ରାସ୍ ରଙ୍ଗ ମହୋତ୍ସବ ୨୦୨୬ ପାଳନ

ସକ୍ଷମ ନୃତ୍ୟ ଏକାଡେମୀ ତରଫରୁ ଜାତୀୟ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ମହୋତ୍ସବ, ରାସ୍ ରଙ୍ଗ ମହୋତ୍ସବ ୨୦୨୬ ପାଳନ

ସକ୍ଷମ ନୃତ୍ୟ ଏକାଡେମୀ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଜାତୀୟ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ମହୋତ୍ସବ, ରାସ୍ ରଙ୍ଗ ମହୋତ୍ସବ ୨୦୨୬ ପାଳନ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୧୦ ରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ନାଟ୍ୟକାର ଉମେଶ ଚନ୍ଦ୍ର ଶତପଥୀ, ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଚିନ୍ତୁ ପ୍ରସାଦ ନାଏକ, ବରିଷ୍ଠ କଳାକାର ଅବଦୁଲ କାଦିର ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ଓ ପରେ ପରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା , କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ ସୌରଭ ମହାପାତ୍ର । ସନ୍ଧ୍ୟା ୭ ଟା ରେ ସଭା କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ,ମୁଖ୍ୟ ବକ୍ତା ଭାବେ ଶ୍ରୀ ପରମେଶ୍ୱର ମୁଣ୍ଡ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ , ଶିକ୍ଷାବିତ୍ ଡ.ଅଜୟ ମିଶ୍ର , ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା ଓ ଏକାଡେମୀ ର ଉପଦେଷ୍ଟା ରଞ୍ଜୁଲତା ବାରିକ ପ୍ରମୁଖ ଯୋଗଦେଇ ଉଦ‌ବୋଧନ ଦେଇଥିଲେ।

କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ସକ୍ଷମ ନୃତ୍ଯ ଏକାଡେମୀ ର ସଭପତି ଲିପସାରାଣୀ ବାରିକ । ଏହି ସନ୍ଧ୍ୟା ରେ କଳାହାଣ୍ଡିର ଓଡ଼ିଶୀ ନୃତ୍ୟ ଗୁରୁ ସତ୍ୟବାନ ପ୍ରଧାନୀ ଙ୍କୁ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ସମ୍ମାନ , ସକ୍ଷମ ଲୋକ ନୃତ୍ୟ ସମ୍ମାନ ରେ ମୂର୍ଣ୍ମୟୀ ଦାଶ ଓ ସକ୍ଷମ ପ୍ରତିଭା ସମ୍ମାନ ରେ ଏକାଡେମୀ ର ପ୍ରଥମ ଛାତ୍ରୀ ଶ୍ରୀୟଶ୍ରୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ସିମରନ୍ ସାହୁ ,ରେଣୁ ବିଶି , ଆସ୍ଥା ସମୃଦ୍ଧି ପଣ୍ଡା , ପଲକ କୁମାର ,ତୁଷାର ଧଙ୍ଗଡା ମାଝୀ , ପ୍ରେମ ଚାନ୍ଦ ପ୍ରାଙ୍ଗଣିଆ , ଙ୍କୁ ନିଜ ନିଜ କଳା କ୍ଷେତ୍ର ରେ ସମ୍ମାନୀତ କରାଯାଇଥିଲା। ଶେଷ ରେ ଧନ୍ଯବାଦ ଅର୍ପଣ କରିଥିଲେ ସକ୍ଷମ ନୃତ୍ଯ ଏକାଡେମୀ ର ସଂପାଦକ ଆଲୋକ କୁମାର ସାହୁ ।

ଏହି ସନ୍ଧ୍ୟା ରେ ଓଡ଼ିଶୀ ,କୁଚି ପୁଡ଼ି, କଥକ , ଭାରତ ନାଟ୍ୟମ, ସୀଙ୍ଗାରି , ସକ୍ଷମ ର କଳାକାର ମାନେ ପରିବେଷଣ କରି ଥିଲେ । ପ୍ରତିଭା ଅନୁଷ୍ଠାନ ଦ୍ୱାରା ବାଜାଶାଲ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା ।

 ସାଂସ୍କୃତିକ ସନ୍ଧ୍ୟା ର ବିଶେଷ ଆକର୍ଷଣ ଥିଲା ଗଜପତି ଜିଲ୍ଲାରୁ ଆସିଥିବା ଉର୍ମିଳା ପଟ୍ଟନାୟକ ଦ୍ୱାରା ପରିବେଷିତ କୁଚିପୁଡ଼ି ନୃତ୍ୟ, ଭୁବନେଶ୍ୱର ରୁ ଆସିଥିବା ସତ୍ୟପ୍ରକାଶ ମଲ୍ଲିକ ଙ୍କ ଦ୍ଵାରା ପରିବେଷିତ ଓଡ଼ିଶୀ ନୃତ୍ୟ   ବେଶ୍ ହୃଦୟସ୍ପର୍ଶୀ ହେବାସହ କଳାକାରଙ୍କ ଅଭିନୟ ଶେଷଯାଏଁ ଦର୍ଶକଙ୍କୁ ବାନ୍ଧି ରଖୁଥିଲା। ଟାଉନ ହଲରେ ଅଗଣିତ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି କଳାକାରଙ୍କୁ ଆହୁରି ଉତ୍ସାହିତ କରିଥିଲା।

 ଆକାଶବାଣୀ ଉଦଘୋଷିକା ନମିତା ମିଶ୍ର ସଭା କାର୍ଯ୍ୟ ସଂଯୋଜନା କରିଥିଲେ , ସୌରଭ ମହାପାତ୍ର, ପ୍ରିୟଙ୍କା ପ୍ରଧାନ, ନୀତିନ ନାଏକ ,ରୂପ ଜ୍ୟୋତି ପାଣିଗ୍ରାହୀ, ନିକି ଦୀପ ,ଅର୍ଚ୍ଚିତା ବାରିକ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ ।

 ଏଥିରେ ସସ୍ମିତା ମହାନ୍ତି ,ସଙ୍ଗୀତ ରାଉତ, ଶ୍ୱେତା ରାଣୀ ପାତ୍ର,ତରୁଣ ଦୁର୍ଗା ,ତାପସ୍ ସାହୁ,ରବି କୁମାର୍ ସେଠି, ରିମା ବାଗ ,ଗୌରୀ ଶଙ୍କର ଦୁର୍ଗା, କୀର୍ତ୍ତି କାନ୍ତ , ସତ୍ୟଜିତ୍ ଦାସ, S ସୁଧୀର , ସଙ୍ଗୀତା ପରିଡ଼ା ଶୁଭଲକ୍ଷ୍ମୀ ସାହୁ , ଗୀତାଞ୍ଜଳି ଦୋରା , ଆଲିଶା ଭୂଜବଲ , ସ୍ୱାଧୀନତା ମିଶ୍ର, ନମିତା ଚୌଧୁରୀ, ରେବତୀ ବିଶି ,କୁନ୍ତଳା ମାଝୀ ପ୍ରମୁଖ ସହାୟତା କରିଥିଲେ ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କେଶବଚନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତରେ ସୀମାନ୍ତ ମହାବିଦ୍ୟାଳୟରେ ଶୋକସଭା

masiha

ଅପହରଣ ସନ୍ଦେହ କରି ଦୁଇ ଜଣ ନିଶାସକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!