ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସିଭିଲ ଟାଉନସିପ୍ ମଣ୍ଡଳରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ

ସିଭିଲ ଟାଉନସିପ୍ ମଣ୍ଡଳରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ

ରାଉରକେଲା । ତା ୧୦.୦୫.୨୦୨୬ । ଆଜି ରାଉରକେଲା କ୍ଷେତ୍ରର ସିଭିଲ ଟାଉନସିପ୍ ମଣ୍ଡଳରେ ମଣ୍ଡଳ ସଭାପତି ଅନିଲ ମହାନନ୍ଦିଆ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୁପମା ବଳିଆର ସିଂଙ୍କ ନେତୃତ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇ ଥିଲା। ରାଜ୍ୟ ପ୍ରବକ୍ତା ଧୀରେନ୍ ସେନାପତି ଉପସ୍ଥିତ ରହି ଇଣ୍ଡିମେଣ୍ଟ ମହିଳା ବିରୋଧି ବୋଲି ବକ୍ତବ୍ୟ ରେ କହିଥିଲେ। ବିରୋଧୀ ଦଳ ମହିଳାଙ୍କୁ ସମ୍ମାନ ଦେବା ପାଇଁ କୁମ୍ଭୀର କାନ୍ଦଣା କରୁଥିବା ବେଳେ ମହିଳା ବିଧେୟକକୁ ବିରୁଦ୍ଧ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ପଙ୍କଜିନୀ ବେହେରା, ସବିତା ଖାତୁନ୍, କନକଲତା ଦାସ, ସନ୍ଧ୍ୟାରାଣୀ ପରିଡ଼ା, ତିଳୋତ୍ତମା ଜେନା, ରୀନା ବାରିକ ସହ ଶତାଧିକ ମହିଳା ମୋର୍ଚ୍ଚା କର୍ମୀ ଯୋଗ ଦେଇଥିଲେ। ପରିଶେଷରେ ରାହୁଲ ଗାନ୍ଧୀ, ଏମ . କେ. ଷ୍ଟାଲିନ, ଅଖିଳେଶ ଯାଦବ, ମମତା ବାନାର୍ଜୀ, ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ କର୍ମୀ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି 

masiha

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଲେ” ଆଶା ଭରସା “ସ୍ଵାଧୀନ ପାର୍ଟିର ୨ ପ୍ରାର୍ଥୀ

masiha

ଅନିଲ ହେଲେ ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି

Sunil Chandra Nayak

Leave a Comment

error: Content is protected !!