ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ଦିକୁଲିହାରି ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ଦିକୁଲିହାରି ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ

 ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଅବିଭକ୍ତ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ସାତଗୋଟି ବିଧାନସଭା ଆସନ କ୍ଷେତ୍ର ଓ ଗୋଟିଏ ଲୋକସଭା ଆସନକୁ ବିଜୁ ଜନତା ଦଳ ଅକ୍ତିଆର କରିବ ବୋଲି ବିଜେଡି ର ଲୋକସଭା ସଦସ୍ୟ ପ୍ରାର୍ଥୀ ଲମ୍ବୋଦର ନିଆଲ ପ୍ରକାଶ କରିଛନ୍ତି। 

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ଦିକୁଲିହାରି ଆମ୍ବତୋଟା ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ ଅବସରରେ ଆଗାମୀ ନିର୍ବାଚନ ନେଇ ପାଞ୍ଚ ବର୍ଷ ମଧ୍ୟରେ ବିଜୁ ଜନତା ଦଳର ଷ୍ଠାଟ୍ରେଜି ପ୍ରସ୍ତୁତ ହୋଇଛି ହୋଇଛି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାରି ହୋଇଥିବା ବିଜୁଳି, ପାଣି, ଶିକ୍ଷା ଓ ସ୍ଵାସ୍ଥ୍ୟ ଲୋକପ୍ରିୟ ଯୋଜନା କୁ ପାଥେୟ କରି ବିଜୁ ଜନତା ଦଳ କଳାହାଣ୍ଡି ଜିଲ୍ଲା ରେ ନିର୍ବାଚନ ଜିତିବ ବୋଲି ସେ କହିଥିଲେ

ସୂଚନାଯୋଗ୍ୟ ଯେ,ଧର୍ମଗଡ -୭୯ ବିଧାନସଭା ଆସନରୁ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଏଥର ପ୍ରାର୍ଥୀ ହୋଇଛନ୍ତି।ରାଜ୍ୟ ତଥା ଜିଲ୍ଲାରେ ବିଜେଡି ସରକାରଙ୍କ ଦ୍ୱାରା ହୋଇଥିବା ବିକାଶର ମୁଦ୍ଦା କୁ ନେଇ ମୁଁ ନିର୍ବାଚନ ଲଢ଼ିବି।ଧର୍ମଗଡ ବିଧାନସଭା ଅଧୀନରେ ଗୋଟିଏ NAC ଓ ଛଅ ଗୋଟି ବ୍ଲକ ରେ ଥିବା ୩୦୬ ବୁଥ ରେ ବିଜେଡିରେ ସୈନ୍ୟ ପ୍ରତିପକ୍ଷ ଦଳ କୁ ମାତ୍ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ଏଵଂ ବିଜୁ ଜନତା ଦଳ ନିଶ୍ଚିତ ଭାବେ ବିଜୟୀ ହେବ ବୋଳି ପୁଷ୍ପେନ୍ଦ୍ର ସିଂହଦେଓ କହିଥିଲେ।

ଏହି ଅବସରରେ ବିଜୁ ଜନତା ଦଳର ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ,ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ର ଅଧ୍ୟକ୍ଷା କଲ୍ୟାଣୀ ନାଏକ, ଜିଲ୍ଲା ସଂପାଦକ ପ୍ରେମଲାଲ ନାଏକ, ବ୍ଲକ ସଭାପତି ଟିକମନ୍ ଯାଦବ, ନିର୍ବାଚନ ମଣ୍ଡଳୀ ପ୍ରତିନିଧି ମାନସ ବାଗ, ବ୍ଲକ ପ୍ରତିନିଧି ସ୍ଵାଧୀନ ବାଗ, ରାଜ୍ୟ ମହିଳା ସେଲ ସଂପାଦକ ସୁଶ୍ରୀ ହୀରା ବାଗ, ଜିଲ୍ଲା ସଂପାଦକ ଗୌରଚନ୍ଦ୍ର ଛତ୍ରିଆ,ଯୁବ ସଭାପତି ଦିବ୍ୟ ଜ୍ୟୋତି ମହାନ୍ତି, ଟାଉନ ସଭାପତି ମଦନ ନାଏକ, ସରକାରୀ ଓକିଲ ଅଜିତ କୁମାର ସାହୁ, ଭବାନୀ ପଣ୍ଡା, ଧୀରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଏହି ସଂକଳ୍ପ ସମାବେଶ ଅବସରରେ ଉପସ୍ଥିତ ଥିଲେ। ଆଇନଜୀବୀ ରାଜେନ୍ଦ୍ର ମୁନି ମଞ୍ଚ ପରିଚାଳନା କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବାବା ଅଲିଖାନ୍  ଜିଲ୍ଲା କଂଗ୍ରେସ କମିଟିର ନୂତନ ସମ୍ପାଦକ ଭାବେ ମନୋନୀତ

masiha

ସାଇନିଂ କଳାହାଣ୍ଡି କୁ ମହଙ୍ଗା ପଡିଲା ମାଇନିଂ ଦାବି।  ବିଜୁ ଜନତା ଦଳରୁ ବିଦା ହେଲେ ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ..

Sunil Chandra Nayak

କେନ୍ଦ୍ର ଚାଉଳ ରାଜନୀତିକୁ ନେଇ କୋକସରା ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ଦାବିପତ୍ର ଦେଲେ ବିଜେଡି କର୍ମି

Sunil Chandra Nayak

Leave a Comment

error: Content is protected !!