ଡକ୍ଟରେଟ ଉପାଧି ପାଇଲେ ଇଂରାଜୀ ଅଧ୍ଯାପକ
ଭଦ୍ରକ,୦୩/୪/୨୪- ଇଂରାଜୀ ସାହିତ୍ୟରେ ଭିନ୍ନ ଭିନ୍ନ ବିଷୟ ଆଧାରିତ ତଥା ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ କବିତାମାନ ଲେଖି ଆନ୍ତର୍ଜାତୀୟ ମାନବିକ ସଂସ୍ଥାର ସଭାପତି HR Amb.Prof.Dr. Jamila Safi (Palestine) ଓ ଚେୟାନମ୍ୟାନ ତଥା ସମ୍ପାଦକ HR.Amb.Prof.Tony Fouad (Egypt)ଙ୍କ ତରଫରୁ ଶ୍ରୀମାନ୍ ଶ୍ରୀକାନ୍ତ ପଣ୍ଡାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଅଛି । ଶ୍ରୀମାନ୍ ପଣ୍ଡା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ବସନ୍ତିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ପଣ୍ଡା ଓ ମାତା ବସନ୍ତ ମଞ୍ଜରୀ ପଣ୍ଡାଙ୍କ କନିଷ୍ଠ ପୁତ୍ର ଅଟନ୍ତି । ସେ ଅଧୁନା ବାଞ୍ଛାନିଧି ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଇଥଗଡିଆ, କଳିଗାଁ, ହାଟଡିହୀ, କେନ୍ଦୁଝରର ଇଂରାଜୀ ଅଧ୍ୟାପକ ରୂପେ କାର୍ଯ୍ୟରତ ଅଛନ୍ତି । In Quest Of Lost Time ନାମରେ ତାଙ୍କର ଏକ ଇଂରାଜୀ ସଂକଳନ ମଧ୍ୟ ପ୍ରକାଶିତ ହୋଇସାରିଛି । ଆଉ ଏକ ସଂକଳନ ପ୍ରକାଶିତ ଅପେକ୍ଷାରେ ଅଛି । ସେ ଓଡି଼ଶାରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ସଭାପତି ରୂପେ ଅଳଙ୍କୃତ ଥାଇ ସାହିତ୍ୟ ମହଲରେ ପରିଚିତ ଥାଇ ସାରସ୍ୱତ ଜଗତରେ ସୁନାମ କରି ଚାଲିଛନ୍ତି । ଆନ୍ତର୍ଜାତୀୟ ସ୍ତରରୁ ଡକ୍ଟରେଟ୍ ଉପାଧି ପାଇବା ପରେ ସାରସ୍ୱତ ସାହିତ୍ୟ ମହଲରୁ ଭୂୟସୀ ପ୍ରଶଂସାର ସୁଅ ତାଙ୍କ ନିକଟକୁ ଛୁଟିବାରେ ଲାଗିଛି । ଏଥିରେ ସେ ନିଜେ ଖୁସି ଅନୁଭବ କରିବା ସହିତ ସାଙ୍ଗସାଥୀ ମାନେ ମଧ୍ୟ ଖୁସିରେ ପ୍ରଶଂସା କରୁଥିବା କଥା ଶ୍ରୀମାନ୍ ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି ।।