ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଲଡ଼ିହି ଗ୍ରାମରେ ଆଦିବାସୀ ଗ୍ରାମ କମିଟିର ସଚେତନତା ସଭା ଅନୁଷ୍ଠିତ

ତାଲଡ଼ିହି ଗ୍ରାମରେ ଆଦିବାସୀ ଗ୍ରାମ କମିଟିର ସଚେତନତା ସଭା ଅନୁଷ୍ଠିତ

ତେନସା, ୧୦/୦୫ : ତନ୍ତରା, ଫୁଲଝର ଓ ତାଲଡ଼ିହି ଆଦିବାସୀ ଗ୍ରାମ କମିଟିର ସମ୍ପାଦକ ଶ୍ରୀ ସୁରେଶ୍ ମୁଣ୍ଡାଙ୍କ ଆହ୍ୱାନକ୍ରମେ ରବିବାର ଦିବା ୧୦ ଘଟିକା ସମୟରେ ତାଲଡ଼ିହି ଗ୍ରାମରେ ଏକ ସଚେତନତାମୂଳକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବେରେଲ୍ ମୁଣ୍ଡା ସଭାପତିତ୍ୱ କରିଥିଲେ ।

ସଭାରେ କମିଟିର ବିଭିନ୍ନ ପଦାଧିକାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ଗ୍ରାମ ଉନ୍ନତି, ଜଙ୍ଗଲ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଦିବାସୀ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ । ଉପସଭାପତି ବେରେଲ୍ ମୁଣ୍ଡା ଗ୍ରାମର କ୍ଷମତା ବୃଦ୍ଧି, ପେସା ଆଇନ–୧୯୯୬, ଜଙ୍ଗଲ ଅଧିକାର ଆଇନ ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ ।

ସମ୍ପାଦକ ଶ୍ରୀ ସୁରେଶ୍ ମୁଣ୍ଡା ଜଙ୍ଗଲ ସୁରକ୍ଷା, ଶ୍ରମିକଙ୍କ ଅଧିକାର ଓ ୨୦୧୩ ଏବଂ ୨୦୨୨ ମସିହାରେ ହୋଇଥିବା ଜନଶୁଣାଣୀ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, SAIL କର୍ତ୍ତୃପକ୍ଷ ଦ୍ୱାରା ପ୍ରଭାବିତ ଚୋରଧରା ଓ ତେନସା ଅଞ୍ଚଳର ବିଭିନ୍ନ ଗ୍ରାମର ବେକାର ଆଦିବାସୀ ଯୁବକ–ଯୁବତୀଙ୍କୁ ନିଯୁକ୍ତି ଓ ଦକ୍ଷତା ଅଭିବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ । ସେ ଏହା ମଧ୍ୟ କହିଥିଲେ ଯେ, ବିଗତ ୧୦ ବର୍ଷ ଧରି ଚାଲୁଥିବା ଲୌହଖଣି ସମ୍ପର୍କିତ ସମସ୍ୟାଗୁଡ଼ିକୁ ଗ୍ରାମ କମିଟି ତୃଣମୂଳ ସ୍ତରରୁ ସଂଗ୍ରହ କରି ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଲେ ଗ୍ରାମର ବିକାଶ ସମ୍ଭବ ହେବ ।

ଏହି ଅବସରରେ ଲାଦୁରା ମୁଣ୍ଡା ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଆଧୁନିକ ଶିକ୍ଷିତ ଯୁବକମାନେ ଆଗକୁ ଆସି ସରକାରୀ ଯୋଜନା ଓ ସଚେତନତା କାର୍ଯ୍ୟରେ ସାମିଲ ହେବା ଆବଶ୍ୟକ ବୋଲି କହିଥିଲେ । ସେହିପରି ଅଭିମନ୍ୟୁ ନାଏକ ମଧ୍ୟ ସାମାଜିକ ଓ ଅର୍ଥନୈତିକ ବିକାଶର ଦିଗଦର୍ଶନ ଦେଇଥିଲେ ।ସଭାରେ କମିଟିର ଉପଦେଷ୍ଟା ସାବନ ମୁଣ୍ଡାଙ୍କ ସହ ଉଗ୍ରେସନ ବାରିକ୍, ବାଇଗ ମୁଣ୍ଡା, ମୋରା ମୁଣ୍ଡା, ଜିଗର ମୁଣ୍ଡା, କଙ୍କୁଆ ମୁଣ୍ଡା ଓ ତାଲଡ଼ିହି ଗ୍ରାମର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

ବନମାଳି ବାରିକ ଙ୍କ ରିପୋର୍ଟ୍ 

Related posts

ସ୍ବରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ଡେରାଡୁନର 45ଜଣ ଅତିରିକ୍ତ ଵନ ସଂରକ୍ଷକ ବିଦ୍ୟାର୍ଥୀ ଭିତରକନିକାରେ ଦିନିକିଆ ତାଲିମ ନେଵା ସହ ଜାତୀୟ ଉଦ୍ୟାନ ଭ୍ରମଣ କରି ଫେରିଲେ

masiha

ଆଜିଠୁ ଖଡ଼ିଆଲ ମହୋତ୍ସବ ୨୦୨୩

Sunil Chandra Nayak

Leave a Comment

error: Content is protected !!