ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ଯ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ଯକ୍ଷାଙ୍କ ଗଞ୍ଜାମ ଗସ୍ତ 

ରାଜ୍ଯ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ଯକ୍ଷାଙ୍କ ଗଞ୍ଜାମ ଗସ୍ତ 

ହିଞ୍ଜିଳିକାଟୁ ଅଞ୍ଚଳର ତିନି ବର୍ଷର ମାଆକୁ ହରେଇଥିବା ଶିଶୁର ସମସ୍ତ କଥା ବୁଝିଲେ ଅଧ୍ଯକ୍ଷା

ବ୍ରହ୍ମପୁର, ତା ୧୧/୦୫ ରାଜ୍ଯ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ଯକ୍ଷା ବବିତା ପାତ୍ର, ସଦସ୍ଯା କସ୍ତୁରୀ ମିଶ୍ର ଓ ମନସ୍ମିତା ଖୁଣ୍ଟିଆ ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଉତ୍କଳ ବାଳାଶ୍ରମ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହା ବିଦ୍ଯାଳୟ ଏବଂ ହିଞ୍ଜିଳି ପୋଲିସ୍ ଷ୍ଟେସନ୍ ପରିଦର୍ଶନ କରିବା ସହିତ ବିଭିନ୍ନ ଦସ୍ତାବିଜ ଯାଞ୍ଚ କରିଥିଲେ । ଉତ୍କଳ ବାଳାଶ୍ରମରେ ଶିଶୁ ମାନଙ୍କ ରକ୍ଷଣା ବେକ୍ଷଣ ଓ ଖାଦ୍ଯ ପାନୀୟର ମାନ ଯାଂଚ୍ କରିବା ସହିତ ନିକଟ ଅତୀତରେ ହିଞ୍ଜିଳିକାଟୁ ଅଞ୍ଚଳରେ ମାଆକୁ ହରେଇଥିବା ତିନି ବର୍ଷ ଶିଶୁର ସମସ୍ତ କଥା ପଚାରି ବୁଝିଥିଲେ । ଏହି ଶିଶୁ ବା ରାଜ୍ଯର ଯେ କୌଣସି ଶିଶୁ ସେମାନଙ୍କ ଅଧିକାରରୁ ଯେପରି ବଞ୍ଚିତ ନ ହୁଅନ୍ତି ଏବଂ ସେମାନଙ୍କର ଶିକ୍ଷା, ସ୍ବାସ୍ଥ୍ଯର ଉନ୍ନତି ପାଇଁ ସରକାର ସଦା ସଂକଳ୍ପବଦ୍ଧ ବୋଲି ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ଯକ୍ଷା ଶ୍ରୀମତୀ ପାତ୍ର ପ୍ରକାଶ କରିଛନ୍ତି । ଦୁଇମାସ ମଧ୍ଯରେ ଯଦି ଶିଶୁକୁ ତାର ରକ୍ତ ସମ୍ପର୍କିୟମାନେ ନ ନିଅନ୍ତି ତାହାହେଲେ ସରକାରୀ ନୀତି ନିୟମ ଅନୁପାଳନ ପୂର୍ବକ ଶିଶୁଟିକୁ କାରାକୁ ପ୍ରେରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହା ବିଦ୍ଯାଳୟ, ବ୍ରହ୍ମପୁରର ଏସ୍. ଏନ୍.ସି.ୟୁ., ମିକୁ, ମଦର କେୟାର ସେଣ୍ଟରରେ ଉପଲବ୍ଧ ସୁବିଧାକୁ ନେଇ ସଦସ୍ଯା ମାନେ ସନ୍ତୋଷ ବ୍ଯକ୍ତ କରିବା ସହିତ ଏହି ସବୁ ସ୍ଥାନରେ ଆବଶ୍ଯକ ହେଉଥିବା ଆହୁରି ଉନ୍ନତମାନର ସୁବିଧା ଓ ଭେଷଜ ମହାବିଦ୍ଯାଳୟରେ ଦେଖାଯାଉଥିବା ବିଭିନ୍ନ ସମସ୍ଯା ସମ୍ପର୍କରେ ରାଜ୍ଯ ସରକାରଙ୍କୁ ଅବଗତ କରିବେ ବୋଲି ଅଧ୍ଯକ୍ଷା ଶ୍ରୀମତୀ ପାତ୍ର କହିଛନ୍ତି । ଏହା ବ୍ଯତୀତ ସେମାନେ ବିଭିନ୍ନ ଇଟାଭାଟି ଓ ଛତୁଆ ସେଣ୍ଟରକୁ ଅପ୍ରତ୍ଯାଶିତ ଭାବରେ ଯାଇ ଇଟାଭାଟିରେ ଶିଶୁ ମାନେ କାମ କରୁଛନ୍ତି କି ନାହିଁ ସେ କଥା ଅନୁସନ୍ଧାନ କରିବା ସହିତ ଛତୁଆର ମାନ ଯାଂଚ୍ କରିଥିଲେ । ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ଓ ଅନ୍ଯାନ୍ଯ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related posts

କାମାକ୍ଷାନଗରରେ ଆମ୍ବେଦକର ଜୟନ୍ତୀ ପାଳିତ 

Sunil Chandra Nayak

ବ୍ଲକ ଶିକ୍ଷା ବିଭାଗରେ ଚାଲିଛି ତଦନ୍ତ, କେବଳ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

Sunil Chandra Nayak

ଅନ୍ଦ୍ରପ୍ରଦେଶ ରାଜ୍ୟ ର ସିକନ୍ଦରାବାଦ ଇଟାଭଟାରେ କୁମ୍ଭାରୀର ଶ୍ରମିକ ଅଟକ ଘଟଣା ତୁରନ୍ତ ଉଦ୍ଧାର କରିବାକୁ ଦାବୀ କଲେ ପୂର୍ବତନ ସାଂସଦ ନିରଞ୍ଜନ 

Leave a Comment

error: Content is protected !!