ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହରରେ ଟ୍ରାଫିକ ସମସ୍ୟା ନେଇ ଅସନ୍ତୋଷ 

ସହରରେ ଟ୍ରାଫିକ ସମସ୍ୟା ନେଇ ଅସନ୍ତୋଷ 

କାମାକ୍ଷାନଗର, କାମାକ୍ଷାନଗର ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଦେଇଥିବାରୁ ସାଧରଣରେ ଅସନ୍ତୋଷ ପ୍ରକାଶ ପାଉଛି l ସହରର ନୂଆ ବସଷ୍ଟାଣ୍ଡ ଠାରୁ ମେନରୋଦ ବଜାର ପର୍ଯ୍ୟନ୍ତ ଏବଂ ହନୁମାନ ବଜାରଠାରୁ ଜଗନ୍ନାଥ ବଜାର ଦେଇ ଟୁଙ୍ଗୀ ପର୍ଯ୍ୟନ୍ତ ବହୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି l ଏହି ରାସ୍ତା ରେ ବହୁ ଉଠା ଦୋକାନ ସେମାନଙ୍କ ର ପସରା ମେଲାଇ ଥିବା ବେଳେ ଗ୍ରାହକମାନେ ବାଇକ ଓ କାର ରାସ୍ତା କଡରେ ରଖି ଦୋକାନ ରେ ଭିଡ଼ ଜମାଇଥାନ୍ତି l ବଜାର ମଧ୍ୟରେ ସ୍ଥାୟୀ ଦୋକାନ ଗୃହ ସମ୍ମୁଖରେ ପାର୍କିଙ୍ଗ ର ସୁବିଧା ନଥିବାରୁ ଦୋକାନକୁ ସାମଗ୍ରୀ କିଣିବାକୁ ଆସୁଥିବା ଗ୍ରାହକ ମାନେ ନିଜ ଗାଡି କୁ ରାସ୍ତା ଉପରେ ରଖି ସାମଗ୍ରୀ କିଣିଥାନ୍ତି l ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ l ସହରର ମୁଣ୍ଡିଦେଉଳି ବଜାର ଅଞ୍ଚଳରେ ଥିବା ସ୍ଥାୟୀ ଦୋକାନ ଗୃହ କଡରେ ଡ୍ରେନ ନିର୍ମାଣ କରାଯାଇଛି l ଏହି ଡ୍ରେନ ଉପରେ ଦୋକାନୀମାନେ ନିଜ ବିକ୍ରୟ ସକାଶେ ସାମଗ୍ରୀ ଗୁଡିକ ସଜାଇ ରଖୁଥିବା ରୁ ଦୋକାନକୁ ଆସୁଥିବା ଗ୍ରହକମାନେ ରାସ୍ତାରେ ଗାଡି ରଖି ଦୋକାନକୁ ଯିବାକୁ ହୋଇଥାଏ l ଅନୁରୂପ ଭାବେ ଲକ୍ଷ୍ମୀ ବଜାର,ମେନରୋଡ଼ ବଜାର ରେ ମଧ୍ୟ ଡ୍ରେନ ଉପରେ ସାମଗ୍ରୀ ରଖୁଥିବାର ଦେଖାଯାଉଛି l ପୁଣି ଜଗନ୍ନାଥ ବଜାର ଛକ ଠାରୁ ଟୁଙ୍ଗୀ ପର୍ଯ୍ୟନ୍ତ କେତେକ ଦୋକାନୀ ଡ୍ରେନ କୁ କଭର କରି ସାମଗ୍ରୀ ରଖୁ ଥିବାରୁ ପ୍ରାୟ ସମୟରେ ଏହି ରାସ୍ତା ଯାମ ରହୁଛି l ବହୁ ସମୟରେ ଟ୍ରାଫିକ ସମସ୍ୟା ଲାଗି ରହୁଛି l ପ୍ରାୟ ସମୟରେ ଜରୁରୀ କାଳୀନ ସେବା ବାଧାପ୍ରାପ୍ତ ହେଉଛି l ଏଥିପ୍ରତି ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇ ଦୃଢ଼ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଯାମଦା ବ୍ଳକ ବିଜେଡି ସଭାପତି ସିଦ୍ଧିଲାଭ ହେମ୍ବ୍ରମଙ୍କ ଅକାଳ ବିୟୋଗ

Sunil Chandra Nayak

ବନମାଳି ଧୂପାଳ ଚାରିଟେବୁଲ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ଆରଏସପି ଅଧିନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇଁ ଜୋରଦାର ଆନ୍ଦୋଳନ ପାଇଁ ସିଆଇଟିୟୁ ର ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!