ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀଙ୍କ ଆଖିରେ ପିଆଜ ଲୁହ ନା ଅଛି ଶୀତଳ ଭଣ୍ଡାର, ନା ଅଛି ବଜାର ବ୍ୟବସ୍ଥା, ବର୍ଷା ଓ କୁଆପଥର ମାଡ଼ରେ ଘାଇଲା ହେଲେ ପିଆଜ ଚାଷୀ 

ଚାଷୀଙ୍କ ଆଖିରେ ପିଆଜ ଲୁହ

ନା ଅଛି ଶୀତଳ ଭଣ୍ଡାର, ନା ଅଛି ବଜାର ବ୍ୟବସ୍ଥା, ବର୍ଷା ଓ କୁଆପଥର ମାଡ଼ରେ ଘାଇଲା ହେଲେ ପିଆଜ ଚାଷୀ 

ଗୋଲାମୁଣ୍ଡା ତା 12/5 — କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀ ଙ୍କ ଠାରେ ଚଳିତ ରବି ଋତୁରେ ପିଆଜ ଚାଷ କରିଥିବା ଚାଷୀ ଏବେ ସଙ୍କଟ ମଧ୍ୟ ରେ ଗତି କରିଛନ୍ତି। ଚାଷୀ ମାନେ ଖରିଫ ଚାଷ ଅମଳ ପରେ ପିଆଜ ବିହନ କୁ ତଳି ପକାଇ ପରବର୍ତ୍ତୀ ସମୟ ରେ ରୋପଣ କରିଥିଲେ । ଚାଷ ଠିକ୍ ଥିଲା ଅମଳ ବେଳ କୁ ବର୍ଷା ଓ କୁଆପଥର ମାଡ଼ ର ପ୍ରଭାବ ରେ ନଷ୍ଟ ହୋଇ ଯାଇଛି । ଧାର କରଜ କରି ପିଆଜ ଚାଷ କରିଥିଲେ । ହେଲେ ଚଳିତବର୍ଷର ଏକାଧିକ ଥର କୁଆପଥର ବର୍ଷା ହୋଇ ପିଆଜ ଚାଷୀକୁ କ୍ଷତିରେ ପକାଇଛି । ଅମଳ ପରେ ଚାଷୀ ବିକ୍ରି କରିବା କୁ ଏ ବଜାର ସେ ବଜାର ବୁଲୁଥିବା ବେଳେ ପିଆଜ ବିକ୍ରି ପାଇଁ ବଜାର ର ବ୍ୟବସ୍ଥା ନ ଥିବା ରୁ ଏବେ ସାଗମାଚ ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ।

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ରୁ ମିଳିଥିବା ସୂଚନା ଅନୁସାରେ ଗୋଲାମୁଣ୍ଡା ବ୍ଲକ ରେ ଚଳିତ ବର୍ଷ ରବି ଋତୁ ରେ ପ୍ରାୟ ୧୦୦ ହେକ୍ଟର ଜମିରେ ପିଆଜ ଚାଷ କରାଯାଇଛି । 

 ଏବେ ଅମଳ ବେଳେ ପିଆଜ କିଆରିରୁ କ୍ଵିଣ୍ଟାଲ କ୍ଵିଣ୍ଟାଲ ପିଆଜ ନଷ୍ଟ ହୋଇ ବିଲରେ ସଢ଼ୁଛି। ବର୍ଷ ଯୋଗୁଁ ବିଲ ମାନଙ୍କ ରେ ପିଆଜ ନଷ୍ଟ ହୋଇ ଥିବା ବେଳେ ଅମଳ ମଧ୍ୟ କମିଯାଇଛି ଫଳରେ ଚାଷୀ ଲାଭ ପାଇବା ରୁ ବଞ୍ଚିତ ହେବା ପ୍ରକାଶ କରିଛନ୍ତି । ଯଦି ପିଆଜ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଥାନ୍ତା ତାହେଲେ ପିଆଜକୁ ଅଗ୍ରୀମ ଆଣି ଶୀତଲ ଭଣ୍ଡାରରେ ରଖି ପରିଥାନ୍ତେ । ଶୀତଳ ଭଣ୍ଡାର ନ ଥିବା ଯୋଗୁଁ ଚାଷୀକୁଳ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  

ବର୍ତ୍ତମାନ ପିଆଜ ଚାଷୀଙ୍କ ସ୍ଥିତି ସଙ୍ଗୀନ ହୋଇଯାଇଛି । ପରିସ୍ଥିତି ଏମିତି ହୋଇଛି ଯେ, ୫୦ କେଜି ପିଆଜକୁ ୫୦୦ କିମ୍ବା ୬୦୦ ଶହ ଟଙ୍କା ରେବିକ୍ରି କକରିବାକୁ ବାଧ୍ୟ ହେଉଛି । ଫଳରେ କେଜି ପ୍ରତି ୧୦ ରୁ ୧୫ ଟଙ୍କା କିଲୋ ରେ ବିକ୍ରି କରି କ୍ଷତି ସାହୁଛନ୍ତି । ରାଜ୍ୟ ସରକାର ପିଆଜ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରିବା ସହ କୁଆପଥର ମାଡ଼ ରେ ନଷ୍ଟ ହୋଇଥିବା ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀ ମହଲରେ ଦାବୀ ହୋଇଛି । ଏନେଇ ଉଦ୍ୟାନ ବିଭାଗ ଅଧିକରିଣୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଚଳିତ ରବି ଋତୁରେ ଉଦ୍ୟାନ ବିଭାଗ ପକ୍ଷରୁ ପିଆଜ ଚାଷ ପାଇଁ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇନ ଥିବା ବେଳେ , କ୍ଷତିଗ୍ରସ୍ତଚାଷୀଙ୍କୁ କିଭଳି ସରକାରୀ ସହାୟତା ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନେବୁ ବୋଲି କହିଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଅଗ୍ନିକାଣ୍ଡରେ ଜଳିଗଲା ଘର

Sunil Chandra Nayak

କୃଷକ ନେତା ପ୍ରକାଶ ମଲ୍ଲିକଙ୍କୁ ତୁରନ୍ତ ଖଲାସ କରିବା ଦାବିରେ ଏଆଇକେକେ ଏମ୍ଏସ ତରଫରୁ ବିକ୍ଷୋଭ 

Sunil Chandra Nayak

ବାଦାମ ପାହାଡ଼ ରେ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ଖାଦ୍ୟ ପୁଡିଆ ବଣ୍ଟନ 

masiha

Leave a Comment

error: Content is protected !!