ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରୟାସ ତରଫରୁ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟକର ଦିଗ ଓ ଦିଗବଳୟ ସମ୍ପର୍କରେ ଆଲୋଚନାଚକ୍ର

ପ୍ରୟାସ ତରଫରୁ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟକର ଦିଗ ଓ ଦିଗବଳୟ ସମ୍ପର୍କରେ ଆଲୋଚନାଚକ୍ର 

ରାଉରକେଲା: ପ୍ରୟାସ ରାଉରକେଲା ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରର ମିଳିତ ସହଯୋଗରେ “ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟକର ଦିଗ ଓ ଦିଗବଳୟ” ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ। ସେ ପ୍ରୟାସ୍ ଅନୁଷ୍ଠାନର ଏହି ଆଲୋଚନା ଚକ୍ର ମାଧ୍ୟମରେ ପୂଜ୍ୟପୂଜା ସଂସ୍କୃତି କୁ ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ। ସେ କହିଲେ ଯେ “ଆମେ ସମସ୍ତେ ବିଭିନ୍ନ ପ୍ରକାରେ ଋଣୀ। ଏହି ଋଣ ରୁ ମୁକ୍ତ ହେବାକୁ ହେଲେ ଏପରି ପୂଜ୍ୟପୂଜା କରିବାକୁ ହେବ। ପ୍ରୟାସ ଦ୍ୱାରା ପ୍ରକାଶିତ ପୂର୍ବରଙ୍ଗ ଗବେଷଣା ଭିତ୍ତିକ ନାଟ୍ୟ ଜର୍ଣ୍ଣାଲରେ ଏହିପରି ଜଗନ୍ମୋହନ ଲାଲ, ମନୋରଞ୍ଜନ ଦାସ, ବୀର ବିକ୍ରମ ଦେବ, ରାମଶଙ୍କର ରାୟ ଆଦି ବିଶେଷାଙ୍କ ଏବଂ “ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟ୍ୟସମ୍ଭାର” ଭାଗ ୧ ଓ ୨ ପ୍ରକାଶ କରି ପ୍ରୟାସ ଏକ ଗୁରୁଦାୟିତ୍ଵ ନିର୍ବାହ କରିଛି। ମୁଖ୍ୟବକ୍ତା ପ୍ରଫେସର ସମର ମୁଦାଲି ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟକରେ ଥିବା ଇଂରାଜୀ ଓ ସଂସ୍କୃତ ଉଭୟ ନୂଆ ଓ ପୁରୁଣାର ଅଭୂତପୂର୍ବ ତାଳମେଳ ଦେଖାଯାଏ ବୋଲି କହିଥିଲେ। ଆଲୋଚକମାନେ ସର୍ବଶ୍ରୀ ସଚ୍ଚିଦାନନ୍ଦ ବେହେରା, ବିଶିଷ୍ଟ ବାଗ୍ମୀ ପ୍ରାବନ୍ଧିକ ଡକ୍ଟର ରମେଶଚନ୍ଦ୍ର ମଲ୍ଲିକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ଉତ୍କଳ ବିଶ୍ଵବିଦ୍ୟାଳୟ, ପାରେଶ୍ୱର ବିଶ୍ଵାଳ ଇଂରାଜୀ ଭାଷା ବିଭାଗ, ଡାଲମିଆ କଲେଜ ନାଟ୍ୟକାର ନିର୍ଦ୍ଦେଶକ, ଅଭିନେତା ଡ଼ ନିବେଦିତା ଜେନା ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ରଚିତ ନାଟକଗୁଡିକରେ ହୋଇଥିବା ପ୍ରୟୋଗ ଓ ପରୀକ୍ଷାନିରୀକ୍ଷା ସମ୍ପର୍କରେ ବିଶଦ୍ ବର୍ଣ୍ଣନା କରିଥିଲେ। ଶେଷରେ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ କୃତି ଓ କୃତିତ୍ୱ ସମ୍ପର୍କରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନେ ହେଲେ – ପ୍ରଥମ – ଜନ୍ମେଜୟ ମହାନ୍ତି, ୨ୟ ପ୍ରଜ୍ଞା ପାରମିତା ପାଣିଗ୍ରାହୀ , ତୃତୀୟ – ମନୋଜ ମହାନ୍ତି। କୃତୀ ପ୍ରତିଯୋଗୀଙ୍କୁ ସନ୍ଧ୍ୟାରେ ଆୟୋଜିତ ସଭାରେ ପୁରସ୍କୃତ କରାଯାଇଥିଲା । ଓଡିଶା ସାହିତ୍ୟ ଏକାଡେମୀର ସହସଚିବ ସଞ୍ଜୟ କୁମାର ଛୁଆଳସିଂହ ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରୟାସ ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡଙ୍କ ଶୋକସଭା

masiha

ନୂଆପଡ଼ା ଏକତା ଛକ ଠାରେ ସାଇବର ଅପରାଧ ନିୟନ୍ତ୍ରଣ ନେଇ ସଚେତନ ରଥକୁ ସ୍ୱାଗତ 

masiha

କନ୍ଧମାଳରେ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି

masiha

Leave a Comment

error: Content is protected !!