ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେନ୍ଦାଳିଆ ଆକ୍ରମଣ ମାମଲାରେ ୩ଅଭିଯୁକ୍ତ ଗିରଫ, ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ 

ବେନ୍ଦାଳିଆ ଆକ୍ରମଣ ମାମଲାରେ ୩ଅଭିଯୁକ୍ତ ଗିରଫ, ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ 

ବ୍ରହ୍ମପୁର,ତା ୧୩/୦୫ ଗତକାଲି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବେନ୍ଦାଳିଆ ଗ୍ରାମରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ସଦରଥାନା ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ମାରଣା ଅସ୍ତ୍ରଶସ୍ତ୍ର ଜବତ କରିଛି । ସୂଚନା ଅନୁସାରେ ଗତକାଲି ପିଙ୍କୁ ସେଠୀ ପ୍ରାତଃ ସମୟରେ ବାଇକ୍ ଯୋଗେ କାମ ପାଇଁ ନିଜ ଗ୍ରାମରୁ କୁକୁଡାଖଣ୍ଡି ଅଭିମୁଖେ ବାହାରିଥିଲେ ତେବେ ଗ୍ରାମର ଚୁନା ଭାଟି ଶଙ୍ଖ ନିକଟରେ ଅଭିଯୁକ୍ତମାନେ ତାଙ୍କ ରାସ୍ତା ଅଟକାଇ ହତ୍ୟା ଉଦ୍ଦେଶ୍ୟରେ ଲୁହା ଖଣ୍ଡା (କାତି)ରେ ନିର୍ମମ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଯାହାଫଳରେ ପିଙ୍କୁ ଗୁରୁତର ଆହତ ହୋଇଥିଲେ। ସୂଚନା ପାଇ ତାଙ୍କ ସାନ ଭାଇ ଘଟଣାସ୍ଥଳରେ ପହଞ୍ଚି ପିଙ୍କୁଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଅତ୍ୟଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ଏନେଇ ମଙ୍ଗଳବାର ଦିନ ବ୍ରହ୍ମପୁର ସଦରଥାନାରେ ବେନ୍ଦାଳିଆ ଗ୍ରାମର ରଞ୍ଜନ ସେଠୀ (୩୩) ପୁଅ କୈଳାସ ସେଠୀଙ୍କ ଲିଖିତ ଅଭିଯୋଗ ପ୍ରକାରେ ବ୍ରହ୍ମପୁର ସଦରଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଯାହା ପୋଲିସ ପକ୍ଷରୁ ସୂଚନା ମିଳିଛି ସେହି ଅନୁସାରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଅଭିଯୁକ୍ତ ଶିବଶଙ୍କର ସାହୁ ଓରଫ୍ ଭାଲୁ ଏବଂ ଆହତ ପିଙ୍କୁ ସେଠୀଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ପରେ ପିଙ୍କୁ ଙ୍କ ଉପରେ ଶିବଶଙ୍କର ଏବଂ ତାଙ୍କର ସହଯୋଗୀ ଆମେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ପୋଲିସ ମଙ୍ଗଳବାର ଠାରୁ ଅଭିଯୁକ୍ତ ମାନଙ୍କୁ ଖୋଜିବା ଆରମ୍ଭ କରିଥିଲା । ତେବେ ବୁଧବାର ଦିନ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ବେନ୍ଦାଳିଆ ଗ୍ରାମର ଶିବଶଙ୍କର ସାହୁ ଓରଫ୍ ଭାଲୁ (୨୫),କୁମାରପୁର ଗ୍ରାମର ଶିବରାମ ପ୍ରଧାନ ଓରଫ୍ ରାଜା (୨୦),ବ୍ରହ୍ମପୁର, ପ୍ରଥମ ଗେଟ୍, କାଶୀନଗର ସାହିର ଅଭିନାଶ ରାଉତ ଓରଫ୍ ମିଥୁନ (୨୪) ବ୍ରହ୍ମପୁର ସଦରଥାନା ପୋଲିସ ବୁଧବାର ଅପରାହ୍ନ ୧୨ ଘଟିକା ସମୟରେ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ଧାରା ନଂ. 281 U/S- 126(2)/118(2)/109/3(5) BNS / 27 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ପୋଲିସ ସେମାନଙ୍କ ନିକଟରୁ ସମ୍ପୃକ୍ତ ହୋଣ୍ଡା ସାଇନ୍ ମୋଟର ସାଇକେଲ ନଂ.ଓଡ଼ି ୦୭ଏଜେଡ୩୮୦୩ ଏବଂ ୩ଟି ଲୁହା କାତି ଜବତ କରିଛି ।

Related posts

ଜାଲ ସାର୍ଟିଫିକେଟ ଚାକିରୀ କରୁଥିବାର ଶିକ୍ଷ୍ୟକଙ୍କ ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଧମକ ,ସାମ୍ବାଦିକ ପକ୍ଷରୁ ଜୁନାଗଡ ଥାନା ରେ ଏତଲା

Sunil Chandra Nayak

ଟଙ୍କା ଚୋରୀ ଅଭିଯୋଗରେ ନାବାଳିକାଙ୍କୁ ଖୁଣ୍ଟ ରେ ବାନ୍ଧି ମାଡ଼ ମାରିଲେ 

Sunil Chandra Nayak

ବିବାହ ର ପ୍ରଲୋଭନ ଦେଖାଇ ପ୍ରତାରଣା

masiha

Leave a Comment

error: Content is protected !!