ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖବର ସଂଗ୍ରହ କରିଯାଇଥିବା କର୍ମରତ ସାମ୍ବାଦିକ ଙ୍କୁ ଆମାନୁଷିକ ବ୍ୟକ୍ତି ଙ୍କ ଥାନା ସମ୍ମୁଖ ରେ ସଂଘ ବଧ ଆକ୍ରମଣ

ନୂଆପଡା: ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କୁ ଆକ୍ରମଣ । ସେହି ଘଟଣା ପୁଣି ଥାନା ଗେଟ ସମ୍ମୁଖରେ । ସୂଚନା ମତେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ତୁକୁଲା ଗ୍ରାମ ଜଗତପଡା ର ରମେଶ ତାଣ୍ଡି ଓ ସ୍ତ୍ରୀ କ୍ଷୀରମଣି ତାଣ୍ଡି ଙ୍କ ମଧ୍ୟରେ ଝଗଡା ହୋଇଥିଲା । ରମେଶ ତାଣ୍ଡି ସ୍ତ୍ରୀ କ୍ଷୀରମଣି ଙ୍କୁ ବହୁତ ଜୋର ରେ ବାଡେଇଥିବା ବେଳେ ସ୍ତ୍ରୀ ଅଚେତ ହୋଇ ପଡ଼ିଥିଲେ । ସ୍ତ୍ରୀ ଅଚେତ ହେବା ପରେ ସାଙ୍ଗେ ସାଙ୍ଗେ ଖଡ଼ିଆଳ ମିଶନ ହସ୍ପିଟାଲ କୁ ଚିକିତ୍ସା କରିବା ପାଇଁ ଆଣିଥିଲେ । ହେଲେ ଚିକିତ୍ସା ଧିନ ଅବସ୍ଥାରେ କ୍ଷୀରମଣି ଙ୍କ ମୃତ୍ୟୁ ହୋଇଯାଇଥିଲା । ଖଡ଼ିଆଳ ଏସଡିପିଓ ସନ୍ତକ ଜେନା ଘଟଣା ସ୍ଥଳ ରେ ପହଂଚି ସବ କୁ ଜବତ କରି ଖଡ଼ିଆଳ ଥାନା ରଖିଥିଲେ । ସ୍ୱାମୀ ରମେଶ ଙ୍କୁ ମଧ୍ୟ ଥାନାରେ ଅଟକ ରଖିଥିଲେ । ଏହି ସମୟରେ ସାମ୍ବାଦିକ ରବିକାନ୍ତ ଠେଲା ଥାନା ପରିସରରେ ଉପସ୍ଥିତ ଥିଲେ । ସାମ୍ବାଦିକ ରବିକାନ୍ତ ଠେଲା ଏହି ସମୟରେ ମୃତ କ୍ଷୀରମଣି ଫୋଟୋ ନେଉଥିଲେ । କିଛି ଲୋକ ଫୋଟୋ ନେବାର ଦେଖି ଉତ୍ୟକ୍ତ ହୋଇ ସାମ୍ବାଦିକ ରବିକାନ୍ତ ଠେଲା ଙ୍କୁ ତଳେ ପକାଇ ବାଡେଇ ଲହୁ ଲୁହାଣ କରିଦେଇଥିଲେ । ସାମ୍ବାଦିକ ଙ୍କୁ ଆକ୍ରମଣ କରି ଥିବା ବ୍ୟକ୍ତି ମାନେ ଝିଅ ସପକ୍ଷ ବାଦୀ ବୋଲି ଜଣାପଡିଛି । ଜଣେ କର୍ମରତ ସାମ୍ବାଦିକ ଙ୍କୁ ବାଡେଇବା ଘଟଣା କୁ ନେଇ ନୂଆପଡା ଜିଲ୍ଲା ସମସ୍ତ ସାମ୍ବାଦିକ ସଂଘ ନିନ୍ଦା କରିବା ସହ ଖଡ଼ିଆଳ ପୋଲିସ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏବିଷୟରେ ଖଡ଼ିଆଳ ଏସଡିପିଓ ସନ୍ତକ ଜେନା ଙ୍କୁ ଯୋଗାଯୋଗ କରାଯିବା ରୁ ବର୍ତ୍ତମାନ 7 ଜଣ ଙ୍କୁ ଗିରଫ କରାଯାଇ ଥିବା ପ୍ରକାଶ କରିଛନ୍ତି । ଭିଡିଓ କ୍ଲିପ ଦେଖି ଅନ୍ୟାନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରାଜିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସରୋଜିନୀ ପତି ଙ୍କ କବିତା ଶ୍ରାବଣ

Sunil Chandra Nayak

କାମାକ୍ଷାନଗର ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

Sunil Chandra Nayak

ଆଧୁନିକ ଓଡ଼ିଶାର ସ୍ଥପତି ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!