ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

ନଦୀ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

 ଯୋଡ଼ା ୧୪/୦୫/୨୬:କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କାଳିଆବେଡା ଗ୍ରାମ ସ୍ଥିତ ସୁନା ନଦୀ ରୁ ଏକ ମୃତ ବୃଦ୍ଧ ଶରୀର ଭାସୁଥିବା ଅବସ୍ଥା ରେ ପୋଲିସ ଠାବ କରିଛି।ତେବେ ମୃତକ ଜଣକ ହେଲେ ଲୋହଣ୍ଡା ଗ୍ରାମର ବୁଧୁରାମ ମୁଣ୍ଡା ବୟସ (୫୬) ବୋଲି ଜଣାପଡିଛି।ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ବୁଧୁରାମ ଗାଧେଇବା କୁ ଯାଇଥିଲେ କିନ୍ତୁ ସେ ଆଉ ଘରକୁ ଫେରିନଥିଲେ।ପରିବାର ଲୋକେ ଖୋଜା ଖୋଜି କରି ନଦୀ ରେ ତାଙ୍କର ସାବୁନ ତେଲ ପାଇଥିଲେ ମଧ୍ୟ ତାଙ୍କର ଆଉ କୌଣସି ଖୋଜ ଖବର ମିଳିନଥିଲା।ତେବେ ଗୁରୁବାର ସକାଳୁ ସ୍ତାନୀୟ ଲୋକ ନଦୀ କୁ ଯାଇଥିବା ବେଳେ ବୁଧୁରାମ ମୃତ ଆବସ୍ତା ରେ ପାଣି ରେ ଭାସୁଥିବା ଦେଖି ପୋଲିସ କୁ ଖବର କରିଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଠାବ କରି ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ପଲିସ ସୂଚନା ଦିଆଯାଇଛି।।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୫ ଦୁର୍ନୀତି ନିବାରଣ : ଆମ ସାମୁହିକ ଦାୟିତ୍ବ

Sunil Chandra Nayak

ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ ତଥା ସାହିତ୍ୟିକ ତ୍ରିଲୋଚନ ବାଗଙ୍କୁ ଡକ୍ଟରେଟ ଉପାଧି

masiha

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଦିନିକିଆ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

Sunil Chandra Nayak

Leave a Comment

error: Content is protected !!