ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ ୨୦୨୬ 

ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ ୨୦୨୬ 

ନବରଙ୍ଗପୁର:( ତା ୧୪.୫.୨୦୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଆଜି ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ ଡ.ମହେଶ୍ୱର ସ୍ୱାଇଁ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରେ ତଥା ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁଙ୍କ ଆବାହକ ରେ ଆୟୋଜିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁର ଜିଲ୍ଲାର ଏହି ମେଧାବୀ ଛାତ୍ର ଛାତ୍ରୀ ମାନେ ନବରଙ୍ଗପୁର ମାଟି ର ଗର୍ବ ଓ ଗୌରବ ଏବଂ ଆଗକୁ ଆହୁରି ପରିଶ୍ରମ କରି ନିଜ ନିଜ କ୍ଷେତ୍ରରେ ସୁନାମ ଆଣିବା ସହ ସମାଜ ମଙ୍ଗଳରେ ନିଜକୁ ନାମ ସାର୍ଥକ କରିବାକୁ ଆହ୍ୱାନ କରିଥିଲେ।ସେହିପରି ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ କୃତୀ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାଧୁବାଦ ଜଣାଇଥିଲେ ଓ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ଏବଂ ଜିଲ୍ଲା ଦଶମ ବୋର୍ଡ ପରୀକ୍ଷା ପାସ ହାରରେ ବର୍ତ୍ତମାନ ୧୨ ନମ୍ୱରରେ ଉତ୍ତୀର୍ଣ୍ଣ ହୋଇଛି ଯାହାକି ଏକ ଶୁଭ ସୂଚନା ବୋଲି କହିଥିଲେ ।ଅନ୍ୟ ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଡ଼ ଓଁକାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଲିକ,ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକ ଏବଂ ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ପଦାଧିକାରୀ ଯୋଗ ଦେଇଥିଲେ।ଚଳିତ ବର୍ଷ ଦଶମ ଶ୍ରେଣୀ (BSE, CBSE, ICSE) ପରୀକ୍ଷାରେ A1 ଗ୍ରେଡ଼ ଅର୍ଥାତ୍ ୯୦% ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଜିଲ୍ଲାର ୮୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସୁଚନା ଅନୁସାରେ ଚଳିତ ବୋର୍ଡ ପରୀକ୍ଷା ପାସହାର ରେ ଜିଲ୍ଲାରେ ୮୫ ଟି ବିଦ୍ୟାଳୟ ୧୦୦ ପ୍ରତିଶତ ସଫଳତା ହାସଲ କରିଛନ୍ତି।୯ ଜଣ ବିଦ୍ୟାର୍ଥୀ A1 ଏବଂ୧୭୨ ଜଣ A2 ହାସଲ କରିଛନ୍ତି।ମୋଟ ୧୭୩୦୨ ଜଣ ପାସ୍ କରିଛନ୍ତି। ପାସହାର ଗତବର୍ଷ ୯୫.୩ପ୍ରତିଶତ ଏବଂ ଚଳିତ ବର୍ଷ ୯୭.୪ ପ୍ରତିଶତ ରହିଛି।ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏବଂ ICSE ଦ୍ଵାରା ପରିଚାଳିତ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଉମରକୋଟର ଶାଶ୍ୱତ ପଟ୍ଟନାୟକ ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ଟପ୍ପର ହୋଇଛନ୍ତି।ସେହିପରି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ଵାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ସଂଯୁକ୍ତା ଉଚ୍ଚ ବିଦ୍ୟାଳୟ, ଯୋଡିଙ୍ଗାର ମେଧାବୀ ଛାତ୍ରୀ ଦେବୀପ୍ରିୟା ବାରିକ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ଅତିଥିମାନେ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମକୁ ଚନ୍ଦନା ମଲ୍ଲିକ ପରିଚାଳନା କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କିଲ୍ଲିମଞ୍ଜର ପର୍ବତ ଆରୋହଣ ପାଇଁ ବିଭାରଣୀଙ୍କ ଯାତ୍ରା ଆରମ୍ଭ

masiha

ଆଜି ଉତ୍କଳ ଦିବସ ଅବସରରେ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ

Sunil Chandra Nayak

ଡ୍ରାଇଭର ଙ୍କ ଆନ୍ଦୋଳନ ଦ୍ଵିତୀୟ ଦିନରେ – ଯାତ୍ରୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ 

Sunil Chandra Nayak

Leave a Comment

error: Content is protected !!