ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟରେ ପ୍ରାକୃତିକ ତୈଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ନେଇ ବୈଠକ

ରାଜ୍ୟରେ ପ୍ରାକୃତିକ ତୈଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ନେଇ ବୈଠକ

ଭୁବନେଶ୍ୱର ,(ଲିପିକା ରାଣୀ ରାଉତ);୧୫.୦୫.୨୦୨୬ ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣ ମାନଙ୍କ ପାଇଁ ଉପଲବ୍ଧ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗୁରୁତ୍ୱାରୋପ କରିଛି । ଏହି ଉଦ୍ଦେଶ୍ୟରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ତୈଳ କମ୍ପାନୀର ପ୍ରତିନିଧିମାନଙ୍କ ସହ ଏକ ବୈଠକ ସଚିବାଳୟସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ସ୍ଥିର ରଖିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ପ୍ରଚୁର ପରିମାଣରେ ଉପଲବ୍ଧ ରହିଛି । ରାଜ୍ୟରେ ସମସ୍ତ ପେଟ୍ରୋଲ ପମ୍ପକୁ ତୈଳ ଯୋଗାଣ ସ୍ଥିର ରହିଛି । ଜନସାଧାରଣ ଏ ଦିଗରେ ସଚେତନ ରହିବା ସହ ଭୟଭୀତ ନହୋଇ ପେଟ୍ରୋଲ ଓ ଡିଜେଲ ଆବଶ୍ୟକତାଠାରୁ ଅଧିକ ନ କିଣିବାକୁ ତୈଳ କମ୍ପାନୀର ପ୍ରତିନିଧିମାନେ ବୈଠକରେ ଅବଗତ କରାଇଥିଲେ । ରାଜ୍ୟରେ ତେଲ ଯୋଗାଣ ସ୍ୱାଭାବିକ ଥିବାବେଳେ କେତେକ ସ୍ଥାନରେ ପେଟ୍ରୋଲ ପମ୍ପରେ ତେଲ ଅଭାବର ଖବର ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଏହି ସମସ୍ୟାର ତ୍ୱରିତ ସମାଧାନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ । 

ଏହି ଅବସରରେ ଇଣ୍ଡିଆନ୍‌ ଅଏଲ୍‌ର ରାଜ୍ୟ ମୁଖ୍ୟ ଶ୍ରୀ କମଲ ସିଲ୍‌, ଏଚ୍‌ପିସିଏଲ୍‌ର ଶ୍ରୀ ଆଶିଷ ପାଣ୍ଡେ, ବିପିସିଏଲ୍‌ର ଦୀପକ ଅଗ୍ରୱାଲଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ମେ’ରୁ କଳାହାଣ୍ଡି ଜିଲ୍ଲା ଉତ୍କେଲା ରୁ ଉଡ଼ିବ ବିମାନ

Sunil Chandra Nayak

ଜନ ଶୁଣାଣି ଶିବିରରେ ଅଧିକାରୀଙ୍କ ଅନୁପସ୍ଥିତ ନେଇ ଅଭିଯୋଗ କଲେ ଜିଲ୍ଲା ପରିଷଦ ସଭ୍ୟ

Sunil Chandra Nayak

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

masiha

Leave a Comment

error: Content is protected !!