ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ/ସର୍କିଟ ବେଞ୍ଚ ଦାବି ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟିଲେ ଡ଼ଃ ସସ୍ମିତ ପାତ୍ର

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ/ସର୍କିଟ ବେଞ୍ଚ ଦାବି ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟିଲେ ଡ଼ଃ ସସ୍ମିତ ପାତ୍ର

ନୂଆଦିଲ୍ଲୀ, ୧୫ ମଇ ୨୦୨୬: —  ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲଙ୍କୁ ସାକ୍ଷାତ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଠାରେ ଓଡିଶା ଉଚ୍ଚ ନ୍ୟାୟାଳୟର ସ୍ଥାୟୀ କିମ୍ବା ସର୍କିଟ ବେଞ୍ଚ ସ୍ଥାପନା ନିମନ୍ତେ ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସ୍ମାରକପତ୍ରରେ ଡ଼ଃ ପାତ୍ର ଉଲ୍ଲେଖ କରିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବି ଦୀର୍ଘ ଦଶକ ଧରି ରହିଆସିଛି ଏବଂ ଏହାକୁ ଆଇନଜୀବୀ, ଜନପ୍ରତିନିଧି ଓ ସାଧାରଣ ଲୋକଙ୍କ ସମର୍ଥନ ମିଳିଆସୁଛି। ସେହିପରି ଦକ୍ଷିଣ ଓଡ଼ିଶାର ଭୌଗୋଳିକ ଭାବେ ଦୂରସ୍ଥ ଅଞ୍ଚଳର ଲୋକମାନେ କଟକସ୍ଥିତ ଉଚ୍ଚ ନ୍ୟାୟାଳୟକୁ ଯାଇ ନ୍ୟାୟ ପାଇବାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଡ଼ଃ ପାତ୍ର କହିଛନ୍ତି ଯେ, ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ଅଞ୍ଚଳୀୟ ବେଞ୍ଚ ସ୍ଥାପନା ମାଧ୍ୟମରେ ସାଧାରଣ ଲୋକଙ୍କୁ ସହଜ ଓ ସୁଲଭ ନ୍ୟାୟ ପ୍ରଦାନ କରାଯାଉଛି। ଆଲ୍ଲାହାବାଦ, ବମ୍ବେ, ରାଜସ୍ଥାନ, ମଦ୍ରାସ, କର୍ଣ୍ଣାଟକ ଓ କଲକାତା ହାଇକୋର୍ଟର ବିଭିନ୍ନ ବେଞ୍ଚର ଉଦାହରଣ ଦେଇ ସେ କହିଛନ୍ତି ଯେ, ଏହା ଏକ ସଂବିଧାନସମ୍ମତ ଏବଂ ପ୍ରଶାସନିକ ଭାବେ ସଫଳ ପ୍ରକ୍ରିୟା।

ସେ କେନ୍ଦ୍ର ସରକାରଙ୍କୁ ନ୍ୟାୟପାଳିକା, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମନ୍ୱୟରେ ଆବଶ୍ୟକ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରି ନିମ୍ନଲିଖିତ ଦାବିଗୁଡ଼ିକୁ ବିଚାର କରିବାକୁ ଅନୁରୋଧ କରିଛନ୍ତି

୧. ପଶ୍ଚିମ ଓଡ଼ିଶା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ଏବଂ/କିମ୍ବା ସର୍କିଟ ବେଞ୍ଚ ସ୍ଥାପନା।

୨. ଦକ୍ଷିଣ ଓଡ଼ିଶା ପାଇଁ ସ୍ଥାୟୀ ଏବଂ/କିମ୍ବା ସର୍କିଟ ବେଞ୍ଚ ବ୍ୟବସ୍ଥା ପ୍ରତିଷ୍ଠା।

ତାଙ୍କର ଏହି ସାକ୍ଷାତକାର ସମୟରେ କେନ୍ଦ୍ର ଆଇନମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ବିଷୟଟିକୁ ଗୁରୁତ୍ୱର ସହ ଶୁଣିଥିବା ସହ ଏହାକୁ ଯଥାଚିତ ଭାବେ ବିଚାର କରାଯିବ ବୋଲି ଆଶ୍ୱାସନ ଦେଇଛନ୍ତି।

ଡ଼ଃ ପାତ୍ର ଆଶା ପ୍ରକାଶ କରିଛନ୍ତି ଯେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଲୋକଙ୍କ ଦୀର୍ଘଦିନର ନ୍ୟାୟସଂଗତ ଦାବିକୁ କେନ୍ଦ୍ର ସରକାର ସକାରାତ୍ମକ ଭାବେ ବିଚାର କରିବେ।

Related posts

ବିଜେଡି ର ପ୍ରତିଷ୍ଠା ଦିବସ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର

masiha

ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ କଳା ଦିବସ ପାଳିତ 

masiha

ବିଜେଡି ଯୁବଛାତ୍ର ସମାବେଶ

Sunil Chandra Nayak

Leave a Comment

error: Content is protected !!