ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ବିଭିନ୍ନ ସ୍ଥାନରେ ସାବିତ୍ରୀ ପୂଜା ଅନୁଷ୍ଠିତ

ଆସିକା ବିଭିନ୍ନ ସ୍ଥାନରେ ସାବିତ୍ରୀ ପୂଜା ଅନୁଷ୍ଠିତ

ଆସିକା,୧୬/୫/୨୬ (ଶିବ ଶଙ୍କର ମିଶ୍ର ) ସାବିତ୍ରୀ ପୂଜା ବା ସାବିତ୍ରୀ ବ୍ରତ ଓଡ଼ିଶାରେ ବିବାହିତା ମହିଳାଙ୍କ ଦ୍ୱାରା ନିଜ ସ୍ଵାମୀଙ୍କ ଦୀର୍ଘାୟୁ ଏବ ସୁଖ-ସମୃଦ୍ଧି କାମନା କରି ପାଳନ କରାଯାଉଥିବା ଏକ ପ୍ରମୁଖ ପବିତ୍ର ପର୍ବ । ଏହା ପ୍ରତିବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥ୍‌ରେ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହ ପାଳନ କରାଯାଏ l ମହାଭାରତର କଥା ଅନୁସାରେ, ସତୀ ସାବିତ୍ରୀ ନିଜର ପ୍ରଖର ବୁଦ୍ଧି ଏବଂ ପତିବ୍ରତା ପ୍ରଭାବରେ ଯମରାଜାଙ୍କ ନିକଟରୁ ନିଜ ସ୍ୱାମୀ ‘ସତ୍ୟବାନ୍’ଙ୍କ ପ୍ରାଣ ଫେରାଇ ଆଣିଥିଲେ। ସେହି ଦିନ ଠାର ସ୍ଵାମୀଙ୍କ ମଙ୍ଗଳ ନାରୀମାନେ ଏହି ବ୍ରତ ପ।ଳନ କରିଆସୁଛନ୍ତି । ଏହି ଦିନରେ ସହର ର ଲଛମନପଲ୍ଲୀ, ଗାନ୍ଧୀ ନଗର, ବୃନ୍ଦାବତୀ ନଗର, ସୁନାମସାହି ନୃସିଂହ ମନ୍ଦିର, ତ୍ରିନାଥ ମନ୍ଦିର, ସୂର୍ଯ୍ୟନାରାୟଣ ମନ୍ଦିର, ଜଗନ୍ନାଥ ମନ୍ଦିର, ବାଣୀବିହାର ଗୋପୀନାଥ ମନ୍ଦିର, ସମେତ ବିଭିନ୍ନ ଗ୍ରାମ ରେ ମହିଳା ମାନେ ନୂତନ ବସ୍ତ୍ର ଅଳଙ୍କାର ଧାରଣ କରି ସତ୍ୟବାନ ସାବିତ୍ରୀ ଙ୍କ ବ୍ରତ ବହି କଥା ପଣ୍ଡିତ ମାନଙ୍କ ଠାରୁ ଶ୍ରାବଣ କରି ମହିଳା ମାନେ ଲକ୍ଷ୍ମୀ ନାରାୟଣ ପୂଜା କରି ଥାନ୍ତ ।

Related posts

ପାଞ୍ଚଛକ ଜୟ ମାଁ ପାଟଣେଶ୍ଵରୀ ମହାବିଦ୍ୟାଳୟ ରେ ବାଲ୍ ଗ୍ରାମସଭା ଅନୁଷ୍ଠିତ 

masiha

ବିଦ୍ୟୁତ ଖୁଣ୍ଟରୁ ପଡି ଜଣେ ମୃତ 

masiha

ବିଶ୍ଵ ଶାନ୍ତି ଦିବସରେ ବିଭିନ୍ନ ରାଷ୍ଟ୍ରରେ ଶାନ୍ତି ପ୍ରତିଷ୍ଠା ଓ ଜନ ଗଣଙ୍କୁ ମୋୖଳିକ ସୁବିଧା ଯୋଗାଇ ଦେବା ଦାବିରେ ବାମପନ୍ଥୀ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ଦାବି ଦିବସ ଓ ବିକ୍ଷୋଭ

masiha

Leave a Comment

error: Content is protected !!