ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନାମୋହିରେ ସ୍ୱାସ୍ଥ୍ୟ ସେବା ଶିବିର 

ସୁନାମୋହିରେ ସ୍ୱାସ୍ଥ୍ୟ ସେବା ଶିବିର 

ଆସିକା,୧୭/୦୫/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ର ବିଶିଷ୍ଟ ଭେଷଜ ବିଶେଷଜ୍ଞ ଓ ସମାଜସେବୀ ଡାକ୍ତର ମୀହିର କାନ୍ତ ପାଣିଗ୍ରାହୀ ତାଙ୍କର ଧର୍ମପତ୍ନୀ କ୍ରିଷ୍ଣା ଙ୍କ ସ୍ମୃତି ରେ ସମର୍ପିତ ମିହିର କ୍ରିଷ୍ଣା ଫାଉଣ୍ଡେସନ ଏବଂ ଆସ୍କା ଦି ନାଇଣ୍ଟିସ (ହରି ହର ହାଇ ସ୍କୁଲ ର ୧୯୯୦-୯୧ ବ୍ୟାଚ ଛାତ୍ର) ଙ୍କର ସହଯୋଗରେ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ସୁନାମୋହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଏହି ସ୍ୱାସ୍ଥ୍ୟ ଶିବିର ରେ ଡାକ୍ତର ବିଶ୍ୱକେଶ ପାଣିଗ୍ରାହୀ, ଡାକ୍ତର ଏନ.ସନ୍ତୋଷ କୁମାର ଉପସ୍ଥିତ ରହି ସୁନାମୋହି ଓ ଆଖ ପାଖ ଗାଁର ଶତାଧିକ ବୃଦ୍ଧ, ବୃଦ୍ଧା, ଯୁବକ, ଯୁବତୀ ମାନଙ୍କ ବି ଏମ ଡି, ବ୍ଲଡ ସୁଗାର, ରକ୍ତ ଚାପ ପରୀକ୍ଷା କରି ମାଗଣାରେ ଔଷଧ ବିତରଣ କରିଥିଲେ l ଶିବିର ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା l ଏଥିରେ ସୁନାମୋହୀ ଗ୍ରାମର ସଭାପତି ଅଚ୍ୟୁତାନନ୍ଦ ପ୍ରଧାନ, ଯୋଗୀନ୍ଦ୍ର ପ୍ରଧାନ, ଦୟାନିଧି ପ୍ରଧାନ, ଅନନ୍ତ ପ୍ରଧାନ, ଗ୍ରାମର ଅନ୍ୟାନ୍ୟ ଯୁବକ ଏବଂ ଆସ୍କା ହରିହର ହାଇସ୍କୁଲ ର ୯୦-୯୧ ବ୍ୟାଚର ସୁରେନ୍ଦ୍ର ପାତ୍ର, ନିରଞ୍ଜନ ସାହୁ, ସଞ୍ଜୀବ ମହାରଣା, ବଦ୍ରିନାଥ ପାତ୍ର, ଭାନୁ ପ୍ରତାପ ମହାରଣା, ବିନୋଦ ମିଶ୍ର, ମନୋଜ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l

Related posts

ଖଡିଆଳ ଅଞ୍ଚଳ କୁ ପଶିଲା ଜଙ୍ଗଲି ହାତୀ। ସୁରକ୍ଷା ପାଇଁ ନିୟୋଜିତ ଖଡ଼ିଆଳ ବନ କର୍ମଚାରୀ

Sunil Chandra Nayak

କୋକସରା ଆଦର୍ଶ ବିଦ୍ୟାଳୟରେ ବୃକ୍ଷ ରୋପଣ କଲେ ଛାତ୍ରଛାତ୍ରୀ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଜଣାଇଲେ ବ୍ଲକର ଅନେକ ସମସ୍ୟା  ସାଧାରଣ ଜନତା 

masiha

Leave a Comment

error: Content is protected !!