ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା : ପେଟ୍ରୋଲ ଡିଜେଲ ବିତରଣ ରେ ଅନିୟମିତତା ଅଭିଯୋଗ ନେଇ ପ୍ରଶାସନିକ ଚଢ଼ାଉ

ଭବାନୀପାଟଣା : ପେଟ୍ରୋଲ ଡିଜେଲ ବିତରଣ ରେ ଅନିୟମିତତା ଅଭିଯୋଗ ନେଇ ପ୍ରଶାସନିକ ଚଢ଼ାଉ

କଳାହାଣ୍ଡି ଜିଲ୍ଲାରେ ପେଟ୍ରୋଲ ଡିଜେଲ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ କ୍ରମେ ଆଜି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ (ଭା.ପ୍ର.ସେ.), ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା (ଭା.ପୋ.ସେ.) ଓ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ ମିଳିତ ଭାବରେ ଭବାନୀପାଟଣା ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କରିଥିଲେ । ଚଢାଉ ସମୟରେ ପଣ୍ଡା ଫୁଏଲସ ରେ ୧୨୮୯୧ ଲିଟର ଡିଜେଲ ଏବଂ ୧୩୨୪୫ ଲିଟର ପେଟ୍ରୋଲ ଗଚ୍ଛିତ ଥିବା ଜଣା ପଡିଥିଲା । ସେହିପରି ପ୍ରଧାନ ଫୁଏଲସରେ ୫୦୩୮ ଲିଟର ଡିଜେଲ ଏବଂ ୬୮୮୦ ଲିଟର ପେଟ୍ରୋଲ ଗଚ୍ଛିତ ଥିବା ଜଣା ପଡିଥିଲା । ବର୍ତମାନ ସୁଦ୍ଧା ଜିଲ୍ଲାରେ ୪୫୦୮୨୫ ଲିଟର ଡିଜେଲ ଏବଂ ୬୧୩୯୭୮ ଲିଟର ପେଟ୍ରୋଲ ଗଚ୍ଛିତ ଅଛି । ଯଥେଷ୍ଟ ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଓ ନିୟମିତ ଯୋଗାଣ ଜାରି ରହି ଥିବାରୁ ଜିଲ୍ଲାପାଳ, ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଓ ଆତଙ୍କିତ ହୋଇ ପେଟ୍ରୋଲ ପମ୍ପ ମାନଙ୍କରେ ଭିଡ ନ ଜମାଇବା ପାଇଁ ଅନୁରୋଧ କରିଥିଲେ। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ – ୧୯୫୫ ଅନୁଯାୟୀ କଠୋର କାର୍ଯାନୁଷ୍ଠାନ ନେବା କୁ ଜିଲ୍ଲା ଯୋଗାଣ ଅଧିକାରୀ, ସମସ୍ତ ବିଡିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସ୍କୁଲ ପାଚିକା ପ୍ରସଙ୍ଗ –  ଶିକ୍ଷା କମିଟିର ଆଭ୍ୟନ୍ତରୀଣ ବ୍ୟାପାର , ବାହ୍ୟଶକ୍ତି ପ୍ରୟୋଗ ତଦନ୍ତକୁ ଭଣ୍ଡୁର କରିବା ଅପଚେଷ୍ଟା ବିଫଳ

Sunil Chandra Nayak

ଜଙ୍ଗଲ ବିଭାଗର ବନ୍ୟ ପ୍ରାଣୀ ସୁରକ୍ଷା କେତେ ଫଳପ୍ରଦ, ପାଣି ନପାଇ ଘରେ ପଶିଲା ହରିଣ 

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ ବିଡ଼ିଓ ଙ୍କ ଗାଡି ରୁ ଲକ୍ଷାଧିକ ଟଙ୍କା ଜବତ ସୂଚନା…

masiha

Leave a Comment

error: Content is protected !!