ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା : ପେଟ୍ରୋଲ ଡିଜେଲ ବିତରଣ ରେ ଅନିୟମିତତା ଅଭିଯୋଗ ନେଇ ପ୍ରଶାସନିକ ଚଢ଼ାଉ

ଭବାନୀପାଟଣା : ପେଟ୍ରୋଲ ଡିଜେଲ ବିତରଣ ରେ ଅନିୟମିତତା ଅଭିଯୋଗ ନେଇ ପ୍ରଶାସନିକ ଚଢ଼ାଉ

କଳାହାଣ୍ଡି ଜିଲ୍ଲାରେ ପେଟ୍ରୋଲ ଡିଜେଲ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ କ୍ରମେ ଆଜି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ (ଭା.ପ୍ର.ସେ.), ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା (ଭା.ପୋ.ସେ.) ଓ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ ମିଳିତ ଭାବରେ ଭବାନୀପାଟଣା ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କରିଥିଲେ । ଚଢାଉ ସମୟରେ ପଣ୍ଡା ଫୁଏଲସ ରେ ୧୨୮୯୧ ଲିଟର ଡିଜେଲ ଏବଂ ୧୩୨୪୫ ଲିଟର ପେଟ୍ରୋଲ ଗଚ୍ଛିତ ଥିବା ଜଣା ପଡିଥିଲା । ସେହିପରି ପ୍ରଧାନ ଫୁଏଲସରେ ୫୦୩୮ ଲିଟର ଡିଜେଲ ଏବଂ ୬୮୮୦ ଲିଟର ପେଟ୍ରୋଲ ଗଚ୍ଛିତ ଥିବା ଜଣା ପଡିଥିଲା । ବର୍ତମାନ ସୁଦ୍ଧା ଜିଲ୍ଲାରେ ୪୫୦୮୨୫ ଲିଟର ଡିଜେଲ ଏବଂ ୬୧୩୯୭୮ ଲିଟର ପେଟ୍ରୋଲ ଗଚ୍ଛିତ ଅଛି । ଯଥେଷ୍ଟ ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଓ ନିୟମିତ ଯୋଗାଣ ଜାରି ରହି ଥିବାରୁ ଜିଲ୍ଲାପାଳ, ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଓ ଆତଙ୍କିତ ହୋଇ ପେଟ୍ରୋଲ ପମ୍ପ ମାନଙ୍କରେ ଭିଡ ନ ଜମାଇବା ପାଇଁ ଅନୁରୋଧ କରିଥିଲେ। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ – ୧୯୫୫ ଅନୁଯାୟୀ କଠୋର କାର୍ଯାନୁଷ୍ଠାନ ନେବା କୁ ଜିଲ୍ଲା ଯୋଗାଣ ଅଧିକାରୀ, ସମସ୍ତ ବିଡିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗାଈ ଖୋଜିବାକୁ ଯାଇଥିବା ବେଳେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

Sunil Chandra Nayak

ଧର୍ମଗଡ ଏନ୍ଏସି ରେ ମଳ ଉପଚାର କେନ୍ଦ୍ର ବିଧାୟକ ଙ୍କ ଦ୍ବାରା ଉଦଘାଟିତ

masiha

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ନୂଆପଡ଼ା ଗସ୍ତ

Sunil Chandra Nayak

Leave a Comment

error: Content is protected !!