ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଳିକୁପାର ଆଦିବାସୀ ଛାତ୍ରୀ ମାନଙ୍କ କୃତିତ୍ୱ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଳିକୁପାର ଆଦିବାସୀ ଛାତ୍ରୀ ମାନଙ୍କ କୃତିତ୍ୱ

ଚଳିତ ବର୍ଷର NMMS ପରୀକ୍ଷାରେ ଉଳିକୁପା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୬ ଜଣ ଆଦିବାସୀ ଛାତ୍ରୀ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ହଷ୍ଟେଲ ଛାତ୍ରୀ ଥିବା ଜଣାପଡ଼ିଛି। ସୀମିତ ସୁବିଧା ମଧ୍ୟରେ ରହି ସେମାନେ କଠିନ ପରିଶ୍ରମ ଓ ଅଧ୍ୟବସାୟ ଦ୍ୱାରା ଏହି ସଫଳତା ଅର୍ଜନ କରିଛନ୍ତି।

ଏହା ସହ ବିଦ୍ୟାଳୟର ଜଣେ ଛାତ୍ର ଚଳିତ ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ୍ ପାଇ ସ୍କୁଲର ସୁନାମ ବଢ଼ାଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି କୃତିତ୍ୱ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଜି ସାର୍ଥକର ଦିଦି ନଂ-୧ ସୋ ରେ ସୁନ୍ଦରଗଡ଼ ଜିଲ୍ଲା ରୁ ଉଦଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

masiha

ଗୋଲାମୁଣ୍ଡା ବ୍ଲକରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ଓଢଣୀ ଦେଇ ଯୁବତୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

masiha

Leave a Comment

error: Content is protected !!