ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର 

ହିଞ୍ଜିଳିକାଟୁ,ତା ୧୮/୦୫ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ଦିନ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୁଟିଆପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏହି ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସୁଦର୍ଶନ ରାଉତ, ସମିତି ସଭ୍ୟ,ଅତିରିକ୍ତ ତହସିଲଦାର ସୁରଜ କୁମାର ବେହେରା,ବ୍ଳକ ଉପାଧ୍ଯକ୍ଷ ଓ ସିଡିପିଓ ବିଜୟଲକ୍ଷ୍ମୀ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ I ସଂପୃକ୍ତ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ, ଅପେକ୍ଷିତ ଓ ସରକାରଙ୍କ ବିଭିନ୍ନ ଯୋଜନାରୁ ଉପେକ୍ଷିତ ହିତାଧିକାରୀ ମନେ ନିଜର ବିଭିନ୍ନ ଯୋଜନାରୁ ଉପକୃତ ହେବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ରଖିଥିଲେ । ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବ୍ୟକ୍ତି ଗତ ଭାବେ ବିଭିନ୍ନ ବିଭାଗ ପାଇଁ ୧୪ଟି ଅଭିଯୋଗ ଦାଖଲ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ଶିବିରରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ,ଆଇସିଡ଼ିଏସ୍ ସୁପରଭାଇଜର ବି ଉମା ରାଣୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଜି.ରବି କୁମାର,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଅଧିକାରୀ ବନଶ୍ରୀ ଦାଶ,ନନ୍ଦିକ ରାଜସ୍ବ ନିରୀକ୍ଷକ ସଞ୍ଜୟ କୁମାର ବିଷୋୟୀ,ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ଓ ସନ୍ତୋଷ କୁମାର ଦାଶ,ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଅଞ୍ଜନ କୁମାର ପାଢୀ, ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଗିରିଷ ଚନ୍ଦ୍ର ନାୟକ,ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଭଜରାମ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପଞ୍ଚାୟତ ର୍ନିବାହୀ ଅଧିକାରୀ ଭାଣ୍ଡି ହରି,ସହକାରୀ ଯନ୍ତ୍ରୀ ଶର୍ମିଷ୍ଠା ପଣ୍ଡା, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଶିବିରରେ ଏଏନଏମ୍ ଆଶା, ଅଙ୍ଗନବାଡି ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

 

Related posts

ବନ୍ଧୁଗାଁରେ ଭତ୍ତା ପାଇଁ କରୁଣ ଦୃଶ୍ୟ… ଥଣ୍ଡା କାକର ଖାଇ ମୃତ୍ୟ ବରଣ କଲେ ବୃଦ୍ଧା 

masiha

ଅବସର କାଳିନ ବିଦାୟ ସମ୍ଭର୍ଦ୍ଧନା 

masiha

୩୯ ତମ ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା କମିଟି ନୂତନ ଅଧ୍ୟକ୍ଷ ସାଂସଦ ନବ ଚରଣ ମାଝୀ

Leave a Comment

error: Content is protected !!