ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ୍ପୋ ରାସ୍ତା ପାଲଟିଛି ମରଣଯନ୍ତା, ବର୍ଷା ଋତୁ ପୂର୍ବରୁ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଗ୍ରାମବାସୀଙ୍କ ଦାବୀ

ନାମ୍ପୋ ରାସ୍ତା ପାଲଟିଛି ମରଣଯନ୍ତା, ବର୍ଷା ଋତୁ ପୂର୍ବରୁ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଗ୍ରାମବାସୀଙ୍କ ଦାବୀ 

ଜଳେଶ୍ଵର,୧୮/୫(ମନିସ)- ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ପଂଚାୟତର ୱାର୍ଡ ନଂ -୧୪ର ଏକ ପ୍ରମୁଖ ରାସ୍ତା ଏବେ ମରଣଯନ୍ତା ପାଲଟିଛି।ବର୍ଷାଋତୁ ପୂର୍ବରୁ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଗ୍ରାମବାସୀଙ୍କ ବ୍ଲକ ପ୍ରଶାସନ ନିକଟରେ ଦାବୀ କରିଛନ୍ତି।ନଚେତ୍ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।ସୂଚନା ଅନୁଯାୟୀ ଏହି ୱାର୍ଡର ଗୋବିନ୍ଦ ସିଂ ଘର ଠାରୁ ନୀଳ ନନ୍ଦ ଘର ପର୍ଯ୍ୟନ୍ତ ଯାଇଥିବା ପ୍ରାୟ ୫୦୦ ମିଟର ରାସ୍ତାଟି ବଡ ବଡ ଗର୍ତ୍ତ ସହିତ ଅଣ ଓସାରିଆ ହେବା ଫଳରେ ବର୍ଷା ଦିନରେ ସେହି ରାସ୍ତାରେ କାଦୁଅ ପଚ ପଚ୍ ହେବା ସହିତ ଯିବା ଆସିବା କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି।ବିଶେଷ କରି କୋମଳମତି ଛାତ୍ର ଛାତ୍ରୀ ମାନେ ପ୍ରାୟ ୧.୫ କିମି ଅଧିକ ରାସ୍ତା ବୁଲି ନିଜ ନିଜର ସ୍କୁଲ ଯାଉଛନ୍ତି।ସେହିପରି ଏହି ରାସ୍ତାକୁ ଲାଗି ଏକ ଗଡ଼ିଆ ଥିବାରୁ ବହୁ ସମୟରେ ଛୋଟ ଛୋଟ ପିଲାମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।ବିଶେଷ କରି ମହିଳା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଡାକ୍ତରଖାନା ଯିବାକୁ ଦୁର୍ବିସହ ହୋଇପଡ଼ିଛି।ତେଣୁ ଉକ୍ତ ରାସ୍ତାକୁ ପକ୍କା ଢଳେଇ ରାସ୍ତାରେ ପରିଣତ କରି ଗଡିଆ ପାଖରେ ଏକ ଗାର୍ଡ ୱାଲ୍ ନିର୍ମାଣ କରିବା ପାଇଁ ସବିତା ସିଂ,ସନ୍ଧ୍ୟାରାଣୀ ସିଂ,ଗୀତାରାଣୀ ସିଂ,ଅର୍ଚ୍ଚନା ସିଂ,ଦ୍ରୌପଦୀ ସିଂ,ଜଗଦୀଶ ପ୍ରଧାନ,ସତ୍ୟରଞ୍ଜନ ରଣା,ସତ୍ୟ ସାଗର ଦାଶ,ସପନ କାମିଳ।,ଅବସରପ୍ରାପ୍ତ ଶିକ୍ଷକ ଅଜୟ କୁମାର ନନ୍ଦ,ସ୍ୱରୂପ ସିଂ ପ୍ରମୁଖ ଦାବୀ କରିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଈଚିଣ୍ଡା ଯୁବ ମୋର୍ଚ୍ଚା ତରଫରୁ ଶ୍ରଦ୍ଧାଳୁଙ୍କ ପାନୀୟ ଜଳ ଓ ଚା’ ବଣ୍ଟନ

masiha

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ୨୯୮ଟି ମାମଲା ଫଇସଲା

masiha

ଚେକ୍ ଡେମ୍ଫରେ ଗାଧୋଓଇଲା ବେଳେ ବୃଦ୍ଧାଙ୍କ ସଲିଳ ସମାଧି

Sunil Chandra Nayak

Leave a Comment

error: Content is protected !!