ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ବି ଏସ୍ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

ସି ବି ଏସ୍ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

ଡାବୁଗାଁ, ୧୮/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଜୟନ୍ତୀନଗର ଅଙ୍ଗନବାଡି କେନ୍ଦ୍ର ଠାରେ ସୋମବାର ସି ବି ଏସ୍ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ତଥା ସୁପରିଟେଣ୍ଡେଣ୍ଟ ଡା. ଶୁଭାଶିଷ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଡାଃ ବଦ୍ରି ପ୍ରାସାଦ ନାୟକଙ୍କ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳ ସହ ନବରଙ୍ଗପୁର ଆଇ ସି ଟି ସି ସୁପରଭାଇଜର ସି.ଏଚ୍. ସାଇ ପ୍ରାସାଦ, ଜିଲା ମୁଖ୍ୟ ଚିକିତ୍ସାଳୟ କାଉନସେଲର ବନିତା ମନ୍ଦାର, ଲାବୋରେଟୋରୀ ଟେକନିସିଆନ ଲବ କୁମାର ରାଉତ ଓ ସୁଦୀପ କୁମାର ନାଗ, ଏନଜିଓର ରେଜିଆ ବାନୋ ପ୍ରମୁଖଙ୍କ ଦ୍ଵାରା ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଅନ୍ୟୁନ ୭୦ ଜଣ ହିତାଧିକାରୀଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇ ଯୌନ ସଂକ୍ରମଣ ରୋଗ ଉପରେ ଏଚ୍ ଆଇ ଭି, ସିଫିଲିସ, ହେପାଟାଇଟିସ୍ (ବି)(ସି)ପରୀକ୍ଷା କରାଯାଇଥିଲା l ହିତାଧିକାରୀ ମାନଙ୍କୁ ମାଗଣାରେ ଔଷଧ ବିତରଣ କରଯାଇଥିଲା l ଜୟନ୍ତୀନଗର ଅଙ୍ଗନବାଡି କର୍ମୀ ରୁନୁ ପାଢୀ, ହେଲପର ସୁନା ମା ଦଳେଇ, ଆଶା ସନ୍ତୋଷୀ ପଣ୍ଡା, ଅଙ୍ଗନବାଡି କର୍ମୀ ଝୁମ୍ପି ନାୟକ, ଆଶା ଝୁନୂ ପଣ୍ଡା, ସବିତା ପଣ୍ଡା ଓ ସୂର୍ଯ୍ୟମଣି ପଟ୍ଟନାୟକ ପ୍ରମୁଖ ସହଯୋଗ କରି ସ୍ୱାସ୍ଥ୍ୟ ଶିବିରକୁ ଶାନ୍ତି ଶୃଙ୍ଖଳାରେ ସମାପନ କରାଇଥିଲେ l ଦିଶା ଓ ଜିଲା ସ୍ୱାସ୍ଥ୍ୟ ସମିତି ଦ୍ଵାରା ଉକ୍ତ ସି ବି ଏସ୍ ସ୍ୱାସ୍ଥ୍ୟ ଶିବିର ସଂଗଠନ କରାଯାଇଥିଲା l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରଙ୍ଗର ଉତ୍ସବ ‘ମହୁରି କାବ୍ୟୋତ୍ସବ’ ଅନୁଷ୍ଠିତ

masiha

ଆସିକା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ 

Sunil Chandra Nayak

କଟକ ଜିଲ୍ଲାର ମାନ୍ୟବର ସାଂସଦ ଡ଼.ଭର୍ତ୍ତୃହରି ମହତାବଙ୍କ ୬୯ ତମ ଜନ୍ମ ଜୟନ୍ତୀ 

Sunil Chandra Nayak

Leave a Comment

error: Content is protected !!