ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡ଼େ ପାଳିତ 

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡ଼େ ପାଳିତ 

ବଲାଙ୍ଗିର /ପାଟଣାଗଡ଼ ତା ୧୮/୫ —  ବଲାଙ୍ଗିର ଜିଲ୍ଲାର ଖୁରସେଲ, ମନେଇପାଦ ମାଣ୍ଡୋମହୁଲ, କୁତୁର୍ଲା, ତୁଳସୀ ଡୁଙ୍ଗୁରି ସହିତ ପାଶ୍ୱର୍ତ୍ତୀ ଗ୍ରାମଗୁଡ଼ିକରେ ଆନ୍ତର୍ଜାତୀୟ “ଆର୍ଟ ଅଫ୍ ଗିଭିଂ ଡେ” ଉତ୍ସାହ, ଓ ମାନବତାର ସନ୍ଦେଶ ସହ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରେମ, ସେବା, କରୁଣା ଓ ଭ୍ରାତୃତ୍ୱର ସନ୍ଦେଶ ପ୍ରଚାର କରିଥିଲେ।

ଶ୍ରୀ ବିଶି କହିଥିଲେ ଯେ “ଆର୍ଟ ଅଫ୍ ଗିଭିଂ” କେବଳ ଏକ ଦିବସ ପାଳନ ନୁହେଁ, ବରଂ ଏହା ମାନବତା, ନିଷ୍କାମ ସେବା ଓ ସାମାଜିକ ଦାୟିତ୍ୱବୋଧର ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ। ସେ ସମାଜର ଅବହେଳିତ ଓ ଆବଶ୍ୟକତାମୂଳକ ବର୍ଗଙ୍କ ପ୍ରତି ସମ୍ବେଦନଶୀଳ ହୋଇ ସମୂହ ମନୋଭାବରେ ସହଯୋଗ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ଏହି ଅବସରରେ ସେ “ଆର୍ଟ ଅଫ୍ ଗିଭିଂ” ଆନ୍ଦୋଳନର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ପ୍ରତି କୃତଜ୍ଞତା ଜଣାଇ କହିଥିଲେ ଯେ ତାଙ୍କର ଏହି ମାନବତାମୂଳକ ଅଭିଯାନ ସାରା ବିଶ୍ୱରେ ପ୍ରେମ, ଶାନ୍ତି ଓ ସାର୍ବଜନୀନ ଭ୍ରାତୃତ୍ୱର ସନ୍ଦେଶ ପ୍ରସାର କରୁଛି। ଗ୍ରାମାଞ୍ଚଳରେ ଏହି ଆନ୍ଦୋଳନ ସମାଜକୁ ସକାରାତ୍ମକ ଦିଗ ଦେଉଥିବା ସହ ଯୁବପିଢ଼ୀଙ୍କୁ ସେବା ଓ ମାନବତାର ମୂଲ୍ୟବୋଧ ସହ ଯୋଡ଼ୁଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଗ୍ରାମବାସୀ, ଯୁବକ, ସାମାଜିକ କର୍ମୀ ଓ ବିଭିନ୍ନ ସମୁଦାୟର ଲୋକମାନେ ଆଗ୍ରହ ଏବଂ ଖୁବ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସମଗ୍ର ଅଞ୍ଚଳରେ ସାମାଜିକ ଏକତା, ସହଯୋଗ ଓ ମାନବ ସେବାର ପରିବେଶ ପ୍ରକାଶ ପାଇଥିଲା।

ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଡେ ଅବସରରେ ବିଭିନ୍ନ ସ୍ଥାନରେ ଆବଶ୍ୟକତାମୂଳକ ଲୋକମାନଙ୍କୁ ଖେଳ ସାମଗ୍ରୀ, ପୋଷାକ ଓ ଅନ୍ୟାନ୍ୟ ଉପଯୋଗୀ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରେମ, ସେବା, ଶାନ୍ତି ଓ ସାମାଜିକ ସମରସତାର ସଶକ୍ତ ସନ୍ଦେଶ ପ୍ରସାରିତ ହୋଇଥିଲା।

Related posts

ଝରୀଗାଁ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ 

masiha

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବାଳ ସଂସ୍କାର ପାଠଶାଳାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ 

masiha

ବସ୍ତିବାସିନ୍ଦା ପାଳନ କଲେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 

masiha

Leave a Comment

error: Content is protected !!