ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )ପ୍ରକ୍ରିୟାର ସୁଚାରୁ ପରିଚାଳନା ସମ୍ବନ୍ଧୀୟ ବୈଠକ

ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )ପ୍ରକ୍ରିୟାର ସୁଚାରୁ ପରିଚାଳନା ସମ୍ବନ୍ଧୀୟ ବୈଠକ .    

ରାଇରଙ୍ଗପୁର — ତା ୧୮।୫।୨୬ ରିଖ ଅପରାହ୍ନରେ ରାଇରଙ୍ଗପୁର ଓ ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ବାମନଘାଟି ଶ୍ରୀ ଉଗ୍ରସେନ ଓରାମଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର ) ସମ୍ବନ୍ଧୀୟ ଏକ ବିଶେଷ ବୈଠକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି.।

ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଏସ ଆଇ ଆର ପାଇଁ ତା ୦୧।୦୭।୨୦୨୬ ରିଖକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ, ତା ୨୦।୦୫।୨୦୨୬ ରୁ ତା ୨୯।୦୫।୨୦୨୬ ରିଖ ମଧ୍ୟରେ ତାଲିମ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି ଏବଂ ମୁଦ୍ରଣ କାର୍ଯ୍ୟ ସମ୍ପନ୍ନ, ତା ୩୦।୦୫।୨୦୨୬ ରୁ ତା୨୮.୦୬.୨୦୨୬ ରିଖ ମଧ୍ୟରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ଵାରା ଘରକୁ ଘର ଯାଇ ଉଦ୍ଦିଷ୍ଟ ଫର୍ମ ରେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ପୂରଣ କରିବା, ତା ୨୮.୦୬.୨୦୨୬ ରିଖ ସୁଦ୍ଧା ଭୋଟ ଗ୍ରହଣ କେନ୍ଦ୍ରର ଯୁକ୍ତି ଯୁକ୍ତ କରାଇବା,ତା ୦୫.୦୭.୨୦୨୬ ରିଖ ସୁଦ୍ଧା ଭୋଟର ତାଲିକା ଚିଠା ପ୍ରକାଶନ କରାଯିବା, ତା ୦୫।୦୭।୨୬ ରିଖ ରୁ ତା ୦୪.୦୮.୨୦୨୬ ରିଖ ମଧ୍ୟରେ ଆପତ୍ତି ଅଭିଯୋଗ ଦାଖଲ କରାଯିବା ସହିତ ତା ୦୫-୦୭-୨୦୨୬ ରିଖ ରୁ ତା ୦୨- ୦୯-୨୦୨୬ ରିଖ ସୁଦ୍ଧା ଅଭିଯୋଗକାରୀଙ୍କୁ ଅଭିଯୋଗର ସମାଧାନ ପାଇଁ ନୋଟିସ ଦ୍ୱାରା ସୂଚୀତ କରିବା ସହ ଆପତ୍ତି ଅଭିଯୋଗର ଫଇସଲା କରାଯିବା ଏବଂ ତା ୦୬.୦୯.୨୦୨୬ ରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ ହେବା ସମ୍ବନ୍ଧରେ ସୂଚନା ପ୍ରଦାନ ସହିତ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା.।

ଅନୁଷ୍ଠିତ ଉକ୍ତ ବୈଠକରେ ଜାତୀୟ କଂଗ୍ରେସ ଦଳ ତରଫରୁ ରୂପକ କୁମାର ମହାନ୍ତି, ବାରେଲ ସିର୍କା, ଲକ୍ଷ୍ମଣ ମାଝୀ, ଭାରତୀୟ ଜନତା ପାର୍ଟିର ସୁଧାଂଶୁ ଶେଖର ମହାନ୍ତ, ଆଲୋକ ରଞ୍ଜନ ମହାନ୍ତ, ବିଜୁ ଜନତା ଦଳର ମାଝିଆ ରାମ ଟୁଡୁ, ରାଇସେନ ମୁର୍ମୁ, ପଙ୍କଜ ଦାସ, ସୁବାସ ଚନ୍ଦ୍ର ମଣ୍ଡଳ, ବିରଞ୍ଚି ନାରାୟଣ ନନ୍ଦ,ଗୋପବନ୍ଧୁ ଗିରି, ବହୁ ଜନ ସମାଜ ପାର୍ଟିର ଜଟିଆ ସାୟାଁ ଓ ଝାରଖଣ୍ଡ ମୁକ୍ତି ମୋର୍ଚାର ସାଲୁ କିସ୍କୁ ପ୍ରମୁଖ ଯୋଗ ଦେଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଉପ -ଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ସାରସକଣା ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ,ବିଭାଗୀୟ ଅଧିକାରୀ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବରିଷ୍ଠ ରାଜସ୍ଵ ସହାୟକ ଶ୍ରୀଯୁକ୍ତ ପ୍ରସାଦ ବେହେରା ତଥା ସମ୍ପୃକ୍ତ ବିଭାଗର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ ଙ୍କ ଦୁବାଇ ଗସ୍ତ ପୂର୍ବରୁ ଶୁଭେଚ୍ଛା ର ସୁଅ

ମଞ୍ଚାଗାଁ ଜଳବନ୍ଦୀ ଙ୍କ ସେବାରେ ଲାଗିଥିବା ଲଞ୍ଚ ରେ ଛିଦ୍ର

Sunil Chandra Nayak

ଆସ ଖୋଜିବା – ନେଇ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!