ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ 

ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ 

ପ୍ରତ୍ଯେକ ମଙ୍ଗଳବାର ନିଜ ଗାଁ ପାଇଁ କିଛି ସମୟ ଦେବାପାଇଁ ଜିଲ୍ଲାପାଳଙ୍କ ଅନୁରୋଧ 
ଜିଲ୍ଲାରେ ପ୍ଲାଷ୍ଟିକ ବ୍ଯବହାର କମାଇବା ଓ ସ୍ବଚ୍ଛ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ 

ଛତ୍ରପୁର ତା ୧୯.୦୫.୨୬ ଗଞ୍ଜାମ ଜିଲ୍ଲାକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ “ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ” ଅଭିଯାନର ଶୁଭାରମ୍ଭ କରାଯାଇଛି ।

ଏହି ଅଭିଯାନର ଲକ୍ଷ୍ୟ ହେଉଛି “ମିଶନ୍ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି”। ଅତଏବ, ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ଯବହାର କମାଇବା ଓ ସ୍ବଚ୍ଛ ପରିବେଶ ସୃଷ୍ଟି କରିବା। ବିଶେଷ କରି ଗ୍ରାମାଞ୍ଚଳରେ ସ୍ବଚ୍ଛତା ନେଇ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ଘର, ଦୋକାନ, ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନରେ ପ୍ଲାଷ୍ଟିକ ଜିନିଷ ଫିଙ୍ଗିବାକୁ ବାରଣ କରାଯିବା ସହ କପଡା ତିଆରି ବ୍ଯାଗ୍ ଓ ପୁନଃ ବ୍ଯବହାର ଯୋଗ୍ଯ ସାମଗ୍ରୀ ବ୍ଯବହାର ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ପ୍ଲାଷ୍ଟିକ ପ୍ରଦୂଷଣରୁ ପରିବେଶର ସୁରକ୍ଷା ସହ ପଶୁପକ୍ଷୀଙ୍କ ସୁରକ୍ଷାଲାଗି ଏହି ଅଭିଯାନ ଆରମ୍ଭ କରାଯାଇଛି । ଏହି ସ୍ବଚ୍ଛତା ଅଭିଯାନରେ ଜନସାଧାରଣ, ଯୁବବର୍ଗ, ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରାଯାଇଛି । 

        ଆଜି ଗଞ୍ଜାମ ଜିଲ୍ଲାର ପ୍ରତ୍ଯେକ ବ୍ଲକ୍ ରେ ଏହି ସ୍ବଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ରଙ୍ଗେଇଲୁଣ୍ଡା ବ୍ଲକ୍ ର ଭାବିନିପୁର ପଞ୍ଚାୟତରେ ଏହି ଅଭିଯାନର ଶୁଭାରମ୍ଭ କରିବା ସହିତ ପ୍ରତ୍ଯେକ ମଙ୍ଗଳବାର ଆମ ଗାଁ ଅର୍ଥାତ ନିଜ ନିଜ ଗାଁ ପାଇଁ ସ୍ବେଛାକୃତ ଭାବରେ ସମୟ ଦେବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । 

ଜିଲ୍ଲାପାଳଙ୍କ ସହିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ଯାଳୟର ରେଜିଷ୍ଟ୍ରାର ଡଃ ଶ୍ବେତ କୁମାର ଦାଶ, ରଙ୍ଗେଇଲୁଣ୍ଡା ବ୍ଲକର ବ୍ଲକ୍ ଉନ୍ନୟନ ଅଧିକାରୀ ବିଶ୍ବଜିତ୍ ରାୟ, ଭାବିନିପୁର ପଞ୍ଚାୟତର ସରପଞ୍ଚ ରଞ୍ଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ । ଛାତ୍ରଛାତ୍ରୀ, ଗ୍ରାମବାସୀ, ବ୍ରହ୍ମପୁର ମହାନଗର ନିଗମର କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ ।

Related posts

ଗୋରୁମହିଷାଣୀ ଅଂଚଳର ଧର୍ମପରାୟଣ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ପଟ୍ଟନାୟକଙ୍କ ମହାପ୍ରୟାଣ 

masiha

ବରିଷ୍ଠ ସାମ୍ବାଦିକ ବାଙ୍କ ବିଶୋୟୀ ” ନବରଙ୍ଗପୁର ରତ୍ନ ସମ୍ମାନ “ରେ ହେଲେ ସମ୍ମାନୀତ 

Sunil Chandra Nayak

ଦାରିଙ୍ଗବାଡ଼ି ବ୍ଲକ ର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ କନ୍ଧମାଳ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!