ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବହଳଦା ବ୍ଲକ ୨୫ ନଂ ଜୋନର କଂଗ୍ରେସ ଦଳ ର କର୍ମକର୍ତ୍ତାମାନଙ୍କ ବୁଥ୍ ଲେବେଲ ବୈଠକ 

ବହଳଦା ବ୍ଲକ ୨୫ ନଂ ଜୋନର କଂଗ୍ରେସ ଦଳ ର କର୍ମକର୍ତ୍ତାମାନଙ୍କ ବୁଥ୍ ଲେବେଲ ବୈଠକ 

ରାଇରଙ୍ଗପୁର :- 19/5/- ଆଜି ମୟୁରଭଞ୍ଜ-ପଶ୍ଚିମ ଜିଲା କଂଗ୍ରେସ କମିଟିର ସଭାପତି ଶ୍ରୀ ଭୁବନବିହାରୀ ସାହୂଙ୍କ ନିର୍ଦେଶରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବହଳଦା ବ୍ଳକ କଂଗ୍ରେସ କମିଟିର ସଭାପତି ଶ୍ରୀ ଆଲୋକ କୁମାର ବରାଳ ଙ୍କ ସଭାପତିତ୍ୱରେ ଆଜି ଗିଦୀଘାଟୀ ପଞ୍ଚାୟତ ଠାରେ ଜିଲାପରିଷଦ 25_ନମ୍ବର ଜୋନର କଂଗ୍ରେସ କର୍ମକର୍ତ୍ତାଙ୍କ ନେଇ ଏକ ଗୂରୂତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗ୍ରାମୀଣ ସ୍ତରୀୟ ବୁତ ଲେବଲ ଏଜେଣ୍ଟ ନିୟୁକ୍ତି ଓ ପଞ୍ଚାୟତ କମିଟିର ପୁନଃଗଠନ ତ୍ବାରାନ୍ବିତ ଓ ସୂଦୣଢ଼ କରିବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା, ଏବଂ ବିଭିନ୍ନ ପଞ୍ଚାୟତ ସଭାପତି ମାନଙ୍କୁ ସର୍ବସମ୍ମତୀ କ୍ରମେ ମନୋନୟନ କରାଯାଇଥିଲା। ଆଜି ଗିଦୀଘାଟୀ ପଞ୍ଚାୟତ ସଭାପତି ଭାବରେ ଲକ୍ଷ୍ମଣ ମାର୍ଣ୍ଡି, ଆସନା ପଞ୍ଚାୟତ ଜିତରାୟ ସୋରେନ ଓ ଯଶିପୁର ପଂଚାୟତ ପାଇଁ ଯାଦୁ ସୋରେନ ଙ୍କୁ ମନୋନୀତ କରାଯାଇଥିଲା, ଏହା ବ୍ୟତୀତ ବାକି ରହିଥିବା ବିଏଲଓ ଓ ପଞ୍ଚାୟତ ସଭାପତି ମାନଙ୍କୁ ପଞ୍ଚାୟତ ସ୍ତରୀୟ ବୈଠକରେ ନିଷ୍ପତ୍ତି ନେବାକୁ ବ୍ଳକ କମିଟିର ସଦସ୍ୟା ଓ ପର୍ୟବେକ୍ଷକ ମାନେ ମିଳିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରିବାକୁ ମନୋନୟନ ପାଇଁ ଦାୟିତ୍ୱ ଅର୍ପଣ କରିଥିଲେ।

ଏହି ବୈଠକ ରେ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ପୂର୍ବତନ ବିଧାୟକ ବହଳଦା ଓ ଆଦିବାସୀ କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଓ ଆସାମ ପ୍ରଭାରୀ ଓ ବରିଷ୍ଠ କଂଗ୍ରେସ ନେତା ବଂଶୀଧର ଜ୍ୟୋତିଷ, ସୁପାଇ ମାର୍ଣ୍ଡ, ହିନ୍ଦଲାଲ ଗୁପ୍ତା, ଗଦାଧର ଦାସ ପଦ୍ମାଚରଣ ପଡିହାରୀ, ବିଜୂ ଟୁଡୁ, ଗୁରୂଚରଣ ଦାସ ଜେନାରାମ ନାୟକ, ରାମଚନ୍ଦ୍ର ଟୁଡ, ଦାସମତ ହାଂସଦା, ଶୁକ ସୋରେନ, ହରଗୋବିନ୍ଦ ସିଂ ଜିତରାଇ ସୋରେନ ଓ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ସଭାଶେଷରେ ଶ୍ରୀ ସେନ ଟୁଡୁ ସମସ୍ତ କଂଗ୍ରେସ ନେତା ଓ କର୍ମକର୍ତ୍ତାଙ୍କ ଧନ୍ୟବାଦ ପ୍ରଦାନ କରିଥିଲେ।

ରାଇରଙ୍ଗପୁରରୁ ଅକ୍ଷୟ ଵିଶ୍ଵାଳ

Related posts

ସାଧାରଣ ନିର୍ବାଚନ ଆଖି ଆଗରେ ରଖି ଓଡ଼ିଶାରେ ଜୋରଦାର ପ୍ରସ୍ତୁତି ହେଉଛି ଆପ୍

Sunil Chandra Nayak

ଆମ୍ ଆଦମୀ ପାର୍ଟିରୁ ବରିଷ୍ଠ ସଦସ୍ୟଙ୍କ ଇସ୍ତଫା

Sunil Chandra Nayak

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରାର୍ଥି 

masiha

Leave a Comment

error: Content is protected !!