ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ରେ ରାଜ୍ୟ ବିଜେପି ଯୁବ ମୋର୍ଚା ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା!

ରାଇରଙ୍ଗପୁର ରେ ରାଜ୍ୟ ବିଜେପି ଯୁବ ମୋର୍ଚା ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା!

 ପଶ୍ଚିମ ମୟୂରଭଞ୍ଜ ବିଜେପି ଯୁବ ମୋର୍ଚ୍ଚା ସାଙ୍ଗଠନିକ ବୈଠକ ଅନୁଷ୍ଠିତ 

 ରାଇରଙ୍ଗପୁର – ୧୯/୦୫ — ଆଗକୁ ତ୍ରିସ୍ତରୀୟ ନିର୍ବାଚନ ।ତ୍ରିସ୍ତରୀୟ ନିର୍ବାଚନରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ବପୁର୍ଣ ।ତେଣୁ ତୃଣମୂଳ ସ୍ତରରେ ବିଜେପି ଯୁବମୋର୍ଚ୍ଚା ସଂଗଠନ ଏବଂ ଦଳକୁ ଯୁବ ଵର୍ଗକୁ ଆକର୍ଷଣ କରିବାକୁ ଗୁରୁତ୍ଵ ଦେଇଛନ୍ତି ।ନିକଟରେ ରାଜ୍ୟ ଯୁବମୋର୍ଚା ସଭାପତି ସଭାପତି ମଙ୍ଗ ଧରିଥିବା ଅଭିଳାଷ ପଣ୍ଡା ଆଜି ରାଇରଙ୍ଗପୁର ଗସ୍ତରେ ଆସିଥିଲେ।ତାଙ୍କୁ ପଶ୍ଚିମ ମୟୂରଭଂଜ ଯୁବ ମୋର୍ଚା ସଭାପତି ଆନନ୍ଦ ରାମ ,ରାଜ୍ୟ ଉପସଭାପତି ଆଲୋକ ରଞ୍ଜନ ମହାନ୍ତି ଏବଂ ଯୁବ ମୋର୍ଚ୍ଚାର ସଭାପତି ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଡ଼଼ଃ ହରେକୃଷ୍ଣ ମହତାବ ଭବନ ପରିସରରେ ଏକ ଯୁବମୋର୍ଚ୍ଚା ସାଂଗଠନିକ ବୈଠକରେ ଯୋଗଦେଇ ଯୁବ ମୋର୍ଚ୍ଚାର ସଙ୍ଗଠନକୁ ମଜବୁତ କରିବା ନେଇ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ କିପରି ପହଞ୍ଚାଇବ ତାହା ଉପରେ ଗୁରୁ ମନ୍ତ୍ରଣା ଦେଇଥିଲେ । କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତୃବୃନ୍ଦ ଓ ଯୁବ କର୍ମୀମାନେ ଯୋଗଦେଇ ସଂଗଠନର ଶକ୍ତିବୃଦ୍ଧି, ଯୁବ ସମାଜକୁ ଦଳ ସହ ଯୋଡ଼ିବା ଏବଂ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାଗିଦାର ହେବାକୁ ଆହ୍ୱାନ ଦେଇଥିଲେ ।ବୈଠକରେ ଉପସ୍ଥିତ ଯୁବ ନେତାମାନେ କହିଥିଲେ ଯେ, ଯୁବ ଶକ୍ତି ହେଉଛି ଦେଶର ମୂଳ ଶକ୍ତି । ସମସ୍ତେ ଏକତ୍ରିତ ହୋଇ ସଂଗଠନକୁ ସୁଦୃଢ କରିବା ସହ ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କରିବା ଆବଶ୍ୟକ । ଶେଷରେ ସମସ୍ତ କର୍ମୀଙ୍କୁ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ପୂର୍ବତନ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ ଙ୍କ ସମେତ ବହୁ ଯୁବ ମୋର୍ଚା ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ଵାଳ

 

Related posts

ରାଇରଙ୍ଗପୁରରେ ଓଡିଶା ବିଜେପି ବିନ୍ଧାଣି ଡ଼ଃ ଦେଵେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି 

masiha

ଧର୍ମଗଡରେ ସାଂସଦ ବସନ୍ତ ପଣ୍ଡା ଙ୍କ ଜନ ସମ୍ପର୍କ ଯାତ୍ରା , ଘର କୁ ଘର ବୁଲି ବାଣ୍ଟିଲେ ପ୍ରଚାର ପତ୍ର

Sunil Chandra Nayak

ରାହୁଲ ଗାନ୍ଧିଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି : ନର୍ଲା ବ୍ଲକ କଂଗ୍ରେସ ସଭାପତି

Sunil Chandra Nayak

Leave a Comment

error: Content is protected !!