ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା ଥାନା ! ଅଂଶୁଘାତରେ ଟଳି ପଡିଲେ ସାଇକେଲ ଆରୋହୀ ଯୁବକ 

ଵହଳଦା ଥାନା ! ଅଂଶୁଘାତରେ ଟଳି ପଡିଲେ ସାଇକେଲ ଆରୋହୀ ଯୁବକ 

ରାଇରଙ୍ଗପୁର – ୨୦/୦୫ — ଅଂଶୁଘାତରେ ଟଳି ପଡିଲେ ୪୮ ବର୍ଷୀୟ ଭେଣ୍ଡିଆ ପୁଅ ।ଗତ ୪/୫ ଦିନ ହେଲା ୪୦ ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।ଅନ୍ନ କଷ୍ଟ ଚମତ୍କାର । ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଯୁବଗୋଷ୍ଠୀ ।ଵହଳଦା ଥାନା ଅନ୍ତର୍ଗତ ଅଁଳାଯୋଡି ପଞ୍ଚାୟତର ତିଖିଆ ଗ୍ରାମର ଯୁବକ ଛୁଟୁ ମୁଦି(୪୮) ମଙ୍ଗଳବାର ଦିନ ଉଦୁଉଦିଆ ଖରା ସମୟରେ ସାଇକେଲରେ ଘରର କାମ ପାଇଁ କାଶିପୁର ଗାଁକୁ ନିଜ ଶୂନ ଗାଡ଼ିରେ ଯାଉଥିବା ସମୟରେ ଏକ ନିଛାଟିଆ ସ୍ଥାନ ବିଲ ପାଖରେ ପ୍ରବଳ ଖରା ତାତି ସମ୍ଭାଳି ନପାରି ମୁଣ୍ଡ ବୁଲାଇ ଟଳି ପଡ଼ିଥିଲେ । ସଂନ୍ଧ୍ଯା ପର୍ଯ୍ଯନ୍ତ ଘରର ଏକମାତ୍ର ରୋଜଗାରିଆ ଵ୍ଯକ୍ତି ଛୁଟୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କଲେ ।ଦେଖିଲେ ରାସ୍ତାକଡ଼ ବିଲ ପାଖରେରେ ଛୁଟୁର ମୃତଦେହ ପଡ଼ିଛି ।ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ ।ଵହଳଦା ଥାନା ପକ୍ଷରୁ ଏକ ଅପମୃତ୍ଯୁ ମାମଲା ରୁଜୁ କରାଯାଇ ଆଜି ଶବ ମାଇନା କରି ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି ।ଛୁଟୁ ଭାରି ଅମାୟିକ, ସେନାପତି ପରୋପକାରୀ ଯୁବକ ଥିଲା ।ତାହାର ଏହି ବୟସର ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଧର୍ମଗଡ ଏନ୍ଏସି ପକ୍ଷରୁ ସ୍ୱଚ୍ଛତା ଏବଂ ପରିମଳର ସଚେତନତା ବାର୍ତ୍ତା ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ

masiha

ଅଗ୍ନିକାଣ୍ଡରେ ଜଳିଗଲା ଘର

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ହିନ୍ଦୀ ପକ୍ଷ -୨୦୨୬ ଓ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!