ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋ ପାଳନ ମାଧ୍ୟମରେ ଗ୍ରାମୀଣ ଜୀବିକାରେ ନୂଆ ଆଶା ଓସିପିଏଲ୍ ଓ ସେବକଙ୍କ ସଂଯୁକ୍ତ ପଦକ୍ଷେପରେ ହେମଗିରର ସରବାହାଲ ଗ୍ରାମରେ “ଗୋ ପାଳନ ପ୍ରକଳ୍ପ” ଶୁଭାରମ୍ଭ

ଗୋ ପାଳନ ମାଧ୍ୟମରେ ଗ୍ରାମୀଣ ଜୀବିକାରେ ନୂଆ ଆଶା
ଓସିପିଏଲ୍ ଓ ସେବକଙ୍କ ସଂଯୁକ୍ତ ପଦକ୍ଷେପରେ ହେମଗିରର ସରବାହାଲ ଗ୍ରାମରେ “ଗୋ ପାଳନ ପ୍ରକଳ୍ପ” ଶୁଭାରମ୍ଭ

ଗ୍ରାମୀଣ ଅଞ୍ଚଳରେ ସ୍ଥାୟୀ ଜୀବିକା ସୃଷ୍ଟି, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାବଳମ୍ବନକୁ ଗୁରୁତ୍ୱ ଦେଇ ଓଡିଶା କୋଲ୍ ଏଣ୍ଡ ପାୱାର ଲିମିଟେଡ୍ (ଓସିପିଏଲ୍)ର ସହାୟତାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ” ଓ ଓସିପିଏଲ୍ ର ମିଳିତ ଉଦ୍ୟମରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକ ଅନ୍ତର୍ଗତ ସାନଘୁମୁଣ୍ଡା ଗ୍ରାମ ପଞ୍ଚାୟତର ସରବାହାଲ ଗ୍ରାମରେ ଏକ “ଗୋ ପାଳନ ପ୍ରକଳ୍ପ” ଶୁଭାରମ୍ଭ କରାଯାଇଛି। ଗ୍ରାମୀଣ ପରିବାରମାନଙ୍କୁ ଗୋ ପାଳନ ମାଧ୍ୟମରେ ସ୍ଥାୟୀ ଜୀବିକା ସହିତ ଯୋଡ଼ି ଦୁଗ୍ଧ ଉତ୍ପାଦନ, ସମୁହ ଭିତ୍ତିକ ବିପଣନ ଓ ଆର୍ଥିକ ସ୍ୱାବଳମ୍ବନକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହା ସହିତ ଓମଫେଡ ଓ ବେସରକାରୀ ଡେୟାରୀ ସଂସ୍ଥା ସହ ସଂଯୋଗ, ସବୁଜ ଚାରା ଚାଷ, ଗୋଶାଳା ବିକାଶ ଏବଂ ବୈଜ୍ଞାନିକ ପଦ୍ଧତିରେ ଗୋପାଳନ, ପଶୁ ସ୍ୱାସ୍ଥ୍ୟ ଓ ଆର୍ଥିକ ସାକ୍ଷରତା ଉପରେ କୃଷକମାନଙ୍କ କ୍ଷମତା ବୃଦ୍ଧି କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ସରବାହାଲ ଠାରେ ସ୍ଥିତ ଓସିପିଏଲ୍ କାର୍ଯ୍ୟ।ଳୟ ପରିସରରେ ଏହି “ଗୋ ପାଳନ ପ୍ରକଳ୍ପ”ର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଓସିପିଏଲ୍ ର ହେଡ ଅଫ ମାଇନ୍ସ ସୁନୀଲ ତ୍ରିପାଠୀଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓସିପିଏଲ୍ ର ସହକାରୀ ସି.ଏସ.ଆର. ମ୍ୟାନେଜର ଲୋକନାଥ ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପ୍ରକଳ୍ପର ପରିପ୍ରେକ୍ଷ୍ୟ ଉପସ୍ଥାପନ କରିଥିଲେ। ସେବକର ସମ୍ପାଦକ ପ୍ରଦୀପ କୁମାର ବ୍ରହ୍ମ ପ୍ରକଳ୍ପର ଭିଜନ୍‌ ଉପରେ ଆଲୋଚନା କରିବା ସହ କହିଥିଲେ ଯେ, ଏହି ଗୋ ପାଳନ ପ୍ରକଳ୍ପ କେବଳ ଏକ ଜୀବିକାମୂଳକ କାର୍ଯ୍ୟକ୍ରମ ନୁହେଁ, ବରଂ ଗ୍ରାମୀଣ ପରିବାରମାନଙ୍କ ଆର୍ଥିକ ସଶକ୍ତିକରଣ, ମହିଳା ସ୍ୱାବଳମ୍ବନ ଓ ସ୍ଥାୟୀ ଗ୍ରାମୀଣ ବିକାଶର ଏକ ଦୀର୍ଘମିଆଦୀ ପ୍ରୟାସ। ସାନଘୁମୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ରେବତୀ ଛତରିଆ ସାନଘୁମୁଣ୍ଡା ଗ୍ରାମ ପଞ୍ଚାୟତକୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଦର୍ଶ ଗ୍ରାମ ପଞ୍ଚାୟତ କରିବା ଦିଗରେ ଆହ୍ଵାନ ଦେଇଥିଲେ। ସାନ ଘୁମୁଣ୍ଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଅହଲ୍ୟା ସା ଗୋପାଳନ ଦ୍ଵାରା ମହିଳାଙ୍କୁ ଏକ ସ୍ଥାୟୀ ରୋଜଗାର ମିଳିପାରିବ ବୋଲି ମତ ପ୍ରକାଶ କରିଥିଲେ। ଓସିପିଏଲ ର ସି.ଏସ.ଆର. ପ୍ରବନ୍ଧକ ଶ୍ରୀ ଅଭୟ କୃଷ୍ଣ କର ପ୍ରକଳ୍ପ ସମ୍ପର୍କରେ କହିଥିଲେ ଯେ, ଓସିପିଏଲ ପକ୍ଷରୁ କ୍ଲଷ୍ଟର ଭିତ୍ତିକ ଜୀବିକା ବିକାଶ ପଦ୍ଧତିକୁ ଗୁରୁତ୍ୱ ଦିଆଯାଉଛି, ଯାହା ମାଧ୍ୟମରେ ଗ୍ରାମୀଣ ପରିବାରମାନଙ୍କୁ ସଂଗଠିତ ଭାବରେ ସ୍ଥାୟୀ ଜୀବିକା ସହିତ ଯୋଡ଼ାଯାଇପାରିବ। ସେ କହିଥିଲେ ଯେ, ସର୍ବହାଲ ଗ୍ରାମକୁ ଓସିପିଏଲ୍‌ର ଏକ “ମଡେଲ୍ ଭିଲେଜ୍” ଭାବେ ବିକଶିତ କରିବା ପାଇଁ ପ୍ରାଥମିକତା ଭିତ୍ତିକ ଭାବେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଉଛି। ଓସିପିଏଲ୍‌ର ଶ୍ରୀ ସୁଧାକର ସିହ୍ନା, ଶ୍ରୀ ବିଦ୍ୟାଧର ବରାହ, ଶ୍ରୀ ଦିଲ୍ଲୀପ ଜେନା ଓ ଶ୍ରୀ ରାଜୀବ ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦାନ କରି ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଗ୍ରାମୀଣ ଜୀବିକା ବିକାଶ, ସମୁହ ଭିତ୍ତିକ ପ୍ରୟାସ ଓ ସ୍ଥାୟୀ ଗୋ ପାଳନ ମାଧ୍ୟମରେ ଆର୍ଥିକ ସ୍ୱାବଳମ୍ବନ ଗଠନର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେବକର ବରିଷ୍ଠ କର୍ମକର୍ତ୍ତା ଓ ପ୍ରୋଗ୍ରାମ ମ୍ୟାନେଜର ରଞ୍ଜନ କୁମାର ଭୋକ୍ତା ଗୋପାଳନ ଦ୍ଵାରା ଜୀବନ ଜୀବିକାର ଉନ୍ନତି କରଣ ଉପରେ ଏକ ବିସ୍ତ୍ରୁତ ଉପସ୍ଥାପନା କରିଥିଲେ। ପ୍ରକଳ୍ପଟିକୁ ଦୀର୍ଘମିଆଦୀ ଓ ସ୍ଥାୟୀ କରିବା ପାଇଁ ସମୁଦାୟ ଆଧାରିତ ପରିଚାଳନା ପ୍ରଣାଳୀକୁ ଗୁରୁତ୍ୱ ଦିଆଯାଇଛି। ସ୍ୱୟଂସହାୟକ ଗୋଷ୍ଠୀ, ଉତ୍ସାହୀ ମହିଳା ମାନଙ୍କୁ ଏହାର ସହଭାଗୀ କରାଯିବ। ସବୁଜ ଚାରା ଚାଷ, ଜୈବିକ ଖାଦ୍ୟ ବ୍ୟବହାର, ପଶୁ ସ୍ୱାସ୍ଥ୍ୟ ଶିବିର ଓ ଦୁଗ୍ଧ ସଂଗ୍ରହ ବ୍ୟବସ୍ଥାକୁ ନିୟମିତ କରାଯିବ। ଏହା ସହ ଦୁଗ୍ଧ ଉତ୍ପାଦନକୁ ବଜାର ସହ ଯୋଡ଼ିବା ଓ ଗ୍ରାମ ସ୍ତରରେ କ୍ଷୁଦ୍ର ଉଦ୍ୟମ ଗଠନକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ। ଏହି ପଦକ୍ଷେପ ଗ୍ରାମୀଣ ଉନ୍ନୟନ, ସମୁଦାୟ ସଶକ୍ତିକରଣ ଓ ସ୍ଥାୟୀ ଜୀବିକା ଦିଗରେ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବା ସହିତ ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଗ୍ରାମୀଣ ବିକାଶର ଏକ ଆଦର୍ଶ ମଡେଲ୍ ଭାବେ ପରିଚିତ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଶା ପ୍ରକାଶ ପାଇଛି।

ରିପୋର୍ଟ ଟୋନିସ ରୋହିଦାସ ଙ୍କର ସୁନ୍ଦରଗଡ଼ ରୁ

Related posts

ବ୍ଲକ ପ୍ରଶାସନ ତରଫରୁ ଘର ଘର ତ୍ରିରଙ୍ଗା ଶୋଭା ଯାତ୍ରା ଅଭିଯାନ       

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ 

masiha

ଗରିମା ପରିବାରର ଓଡିଆ ନବବର୍ଷ ପାଳନ

Sunil Chandra Nayak

Leave a Comment

error: Content is protected !!