ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳ ସ୍ମୃତି ବିଦ୍ୟାପୀଠ ୧୯୭୮ ମାଟ୍ରିକ ବ୍ୟାଚର ବାର୍ଷିକୋତ୍ସବ 

“ମୋ ସ୍କୁଲ ଅଭିଯାନ” ଓ ପ୍ଲାଣ୍ଟିନମ ଜୁବୁଲି ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ନିଷ୍ପତି 

କଟକ,(ମନିସ),୨୪/୦୧ : କଟକ ସଦର ଅଞ୍ଚଳର ସର୍ବପୁରାତନ ସିଦ୍ଧେଶ୍ୱରପୁର ସ୍ଥିତ ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୭୮ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ ସରକାରଙ୍କ “ମୋ ସ୍କୁଲ ଅଭିଯାନ”ରେ ସାମିଲ ହେବା ସହିତ ବିଦ୍ୟାପୀଠର ୭୫ ବର୍ଷ ପୁରଣ ଅବସରରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ଲାଣ୍ଟିନମ ଜୁବୁଲି ଉତ୍ସବରେ ଏହି ବ୍ୟାଚ ସମସ୍ତ ପ୍ରକାର ସହଯୋଗ କରିବାକୁ ସ୍ଥିର କରାଯାଇଛି। ସଙ୍ଗଠନ ସମ୍ପାଦକ ପ୍ରଶାନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଇଂ ଉମେଶ ଚନ୍ଦ୍ର ଜେନା ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ଆଇନଜୀବୀ ଭାରତ ପ୍ରଧାନ , ଉପସଭାପତି ପ୍ରଦୀପ ମିଶ୍ର , ଯୁଗ୍ମ ସମ୍ପାଦକ ସନ୍ତୋଷ ଦାସ , କୋଷାଧ୍ୟକ୍ଷ ସୁଶିଲ ପ୍ରଧାନ , ଆଇନଜୀବୀ ଚିତ୍ତରଞ୍ଜନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ ପରେ ଦିବଂଗତ ଶିକ୍ଷକ/ଶିକ୍ଷୟତ୍ରୀ ଓ ସହପାଠୀଙ୍କ ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଦୀର୍ଘ ୪୪ବର୍ଷ ପରେ ସବୁ ସହପାଠୀ ସେମାନଙ୍କ ପରିବାର ସହ ଏକାଠି ହୋଇଥିବାରୁ ଏକ ଆନନ୍ଦମୟ ପରିବେଶ ସୃଷ୍ଠି ହେବା ସହିତ ସ୍କୁଲ ବେଳର ପୁରୁଣା ସ୍ମୃତିକୁ ରୋମାନ୍ଥନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଥିବା ଉମେଶ ସ୍ବାଇଁ , ପ୍ରଫୁଲ୍ଲ ପ୍ରଧାନ,ପ୍ରଦୀପ୍ତ ବିଶ୍ଵାଳ , ମାଧବାନନ୍ଦ ବେହେରା,ହୃଦାନନ୍ଦ ସ୍ୱାଇଁ,ସୁରେଶ ବ୍ରହ୍ମା,ଅକ୍ଷୟ ଭୂୟାଁ , ରଞ୍ଜିତ ରାୟ,ମନୋରଞ୍ଜନ ଦାଶ, ଫକୀର ଚରଣ ବେହେରା, କବି ପିତାମ୍ବର ମହାପାତ୍ର,ନିରଞ୍ଜନ ପରିଡ଼ା, ନିରୁପମା ଜେନା,ନମିତା ନନ୍ଦ,ତୁନୋଜ ଲେଙ୍କା,ବଉଳ ଜେନା,କଳ୍ପନା ନନ୍ଦ,ମନୋଜ ଲେଙ୍କା,ଅଙ୍ଗୁରୁବାଳା ଜେନାଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବହାନାଗା ଟ୍ରେନ ଦୂର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ କ୍ୟାଣ୍ଡଲ ଯାତ୍ରା

ସିଂହପୁର ନବଘନ ମହନ୍ତ ମାୟାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସରପଞ୍ଚ ଙ୍କ ତତ୍ତ୍ୱାବଧାନରେ କୁଇଜ ପ୍ରତିଯୋଗିତା

Sunil Chandra Nayak

ମୈତ୍ରୀ କମ୍ପାନୀ ସହାୟତାରେ ବାଳକର ହୃତପିଣ୍ଡର ସଫଳ ଅସ୍ତ୍ରୋପଚାର

Sunil Chandra Nayak

Leave a Comment

error: Content is protected !!