ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଇ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସେକ୍ଟର-୨ ଦୁର୍ଗା ପୂଜା ପଡ଼ିଆରେ ଶ୍ରୀ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ ଏବଂ ପଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞ

ମଇ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସେକ୍ଟର-୨ ଦୁର୍ଗା ପୂଜା ପଡ଼ିଆରେ ଶ୍ରୀ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ ଏବଂ ପଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞ

ରାଉରକେଲା : ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତି, ରାଉରକେଲା ଆନୁକୂଲ୍ୟରେ ଚଳିତ ମଇ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ ସହିତ ପଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି ଆଜି ରାଉରକେଲା ସେକ୍ଟର-୪, ସି-୧୧, ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତିର ଅଧ୍ୟକ୍ଷ ତଥା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଅଧ୍ଯକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

      ଏହି ସାମ୍ବାଦିକ ସମ୍ମିଳନୀରେ ଆଧ୍ୟାତ୍ମିକ ମହୋତ୍ସବର ବ୍ୟାପକ ପ୍ରଚାର ପ୍ରସାର ଏବଂ ସଫଳତା ପାଇଁ ରାଉରକେଲା ସେକ୍ଟର-୨ ଦୁର୍ଗା ପୂଜା ପଡ଼ିଆରେ ମଇ ୨୭ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଚ ଦିବସୀୟ ୨୧ କୁଣ୍ଡୀୟ ବିଷ୍ଣୁ ମହାଯଜ୍ଞ ସହିତ ଶ୍ରୀଶ୍ରୀଜଗନ୍ନାଥ ପଞ୍ଚରାତ୍ର ୩୨ ବେଶ ଦର୍ଶନ ଆୟୋଜନ କରାଯାଉଛି ବୋଲି ଶ୍ରୀଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ଓ ପ୍ରସାର ସମିତିର ଅଧ୍ୟକ୍ଷ ତଥା ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ତନ୍ତୀ ସୂଚନା ଦେଇଥିଲେ। ଏଥିସହିତ ସମସ୍ତ ରାଉରକେଲାବାସୀ ସମ୍ପୂର୍ଣ୍ଣ ପରିବାର ସହ ଏହି କାର୍ଯ୍ୟକ୍ରମରେ ଭାଗ ନେବା ସହିତ ସମସ୍ତ ଯୁବପିଢି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୩୨ ବେଶ ବିଷୟରେ ଜାଣନ୍ତୁ। ଶ୍ରୀ ତନ୍ତୀ ଏଥିସହିତ ଆହ୍ବାନ ଦେଇ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଯେଉଁମାନେ କର୍ତ୍ତା ହେବାପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ସେମାନେ ପ୍ରଚାର ପ୍ରସାର ସମିତି ସହିତ ଯୋଗାଯୋଗ କରି କର୍ତ୍ତା ହୋଇପାରିବେ। ଏହି ପାଞ୍ଚ ଦିନ ବ୍ଯାପି କାର୍ଯ୍ୟକ୍ରମର ପ୍ରତ୍ଯେକ ଦିନ ସନ୍ଧ୍ୟାରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରବଚନର ବ୍ଯବସ୍ଥା କରାଯାଇଛି। 

      ଏଥିସହିତ ଶ୍ରୀଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତିର ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ତନ୍ତୀ ସମସ୍ତ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ, ଯଜ୍ଞ ପାଇଁ ୧୦ଟି ରଥ ବୁଲିବାର ବ୍ଯବସ୍ଥା କରାଯାଇଛି। ରଥ ବୁଲିବା ସମୟରେ ପ୍ରତ୍ୟେକ ଘରର ତୁଳସୀ ଚଉରାରୁ ଶ୍ରଦ୍ଧା ଓ ବିଶ୍ବାସ ସହ ତୁଳସୀ ଚେରର ମାଟି, ଓଡିଶାର ବିଭିନ୍ନ ମନ୍ଦିରରୁ ମାଟି ଓ ପାଣି, ଓଡିଶା ବାହାରର ଆଧ୍ଯାତ୍ମିକ କ୍ଷେତ୍ରରୁ ମାଟି ଆଣି ଯଜ୍ଞକୁଣ୍ଡ ପ୍ରସ୍ତୁତ କରାଯିବ। ଯଜ୍ଞ ସମୟରେ ଯେଉଁ ମହିଳାମାନେ ଚାହିଁବେ, ସେମାନେ ରଙ୍ଗୋଲୀ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ବୋଲି ଶ୍ରୀ ତନ୍ତୀ ସୂଚନା ଦେଇଥିଲେ। ଶ୍ରୀଜଗନ୍ନାଥଙ୍କ ଯଜ୍ଞ ସମୟରେ ଯେକୌଣସି ଭକ୍ତ ଯୋଡି ହେବାକୁ ଚାହିଁଲେ, ସେମାନେ ହୁଏତ ତୁଳସୀ ଚଉରାରୁ ମାଟି ଦେଇ ହେଉ ଅବା କର୍ତ୍ତା ଭାବରେ ହେଉ ଅଥବା ପୂଜା ସାମଗ୍ରୀ ପ୍ରଦାନ କରି ହେଉ ଅବା ଘୃତ ଦେଇ ହେଉ କିମ୍ବା କାର୍ଯ୍ଯକ୍ରମ ମାଧ୍ୟମରେ ଯୋଡି ହୋଇପାରିବେ। 

      ପୁରୀର ଶ୍ରୀଜଗନ୍ନାଥଙ୍କ ଆଦ୍ଯ ସେବକ ମହାରାଜା ଦିବ୍ୟସିଂହ ଦେବ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ ବୋଲି ଶ୍ରୀ ତନ୍ତୀ ସୂଚନା ଦେବା ସହିତ ପୁରୀର ପଣ୍ଡାମାନେ ବା ସେବାୟତମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ପୁରୀର ସୁଆରମାନଙ୍କ ଦ୍ବାରା ଏହି ଯଜ୍ଞରେ ପ୍ରସାଦ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା ସହିତ ପୁରୀରୁ ନିର୍ମାଲ୍ଯ ଅଣାଯାଇ ଭକ୍ତଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ତନ୍ତୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶ୍ରୀ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ ଓ ପଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

     ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତିର ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ତନ୍ତୀଙ୍କ ସମେତ ସାମ୍ବାଦିକ ଗଦାଧର ସାହୁ, ପ୍ରଶାନ୍ତ ନାୟକ, ନିରଞ୍ଜନ ପଟେଲ, ଅକ୍ଷୟ ଦାଶ, ମନୋଜ ପଟ୍ଟନାୟକ, ବଳରାମ ସମାସୀ,ଗୈ।ତମ ବାଡା,ଗିରିଜା ଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାଟଣାଗଡ଼ ଲାୟନ୍ସ କ୍ଲବର 44 ତମ ଶପଥ ଗ୍ରହଣ ସମାରୋହ ଉସବ ଅନୁଷ୍ଠିତ

Sunil Chandra Nayak

ବରଗିଡିହି ଗ୍ରାମକୁ ମୋ ଵସ ଗ୍ରାମାଞ୍ଚଳ ପରିବହନ ବସ ସେବା ସ୍ବପ୍ନ; ଵରଗିଡି ଗ୍ରାମକୁ ଗ୍ରାମାଞ୍ଚଳ ପରିବହନ ଚାଲୁ ପାଇଁ ଗ୍ରାମବାସୀଙ୍କ ଵହଳଦା ବିଡ଼ିଓଙ୍କ ଦ୍ବାରସ୍ଥ

Sunil Chandra Nayak

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!