ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀକୁ ଗାଧୋଇବା ସମୟରେ ପାଣିରେ ବୁଡି ବୃଦ୍ଧ ମୃତ

ନଦୀକୁ ଗାଧୋଇବା ସମୟରେ ପାଣିରେ ବୁଡି ବୃଦ୍ଧ ମୃତ 

  ଡାବୁଗାଁ, ୨୧/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ନନ୍ଦପୁରା ପଞ୍ଚାୟତ ଅଧୀନ ମେଞ୍ଜର ଗ୍ରାମରେ ନଦୀକୁ ଗାଧୋଇବା ସମୟରେ ପାଣିରେ ବୁଡି ଜଣେ ବୃଦ୍ଧ ମୃତ୍ୟୁ ଘଟିଥିବା ନେଇ ଗୁରୁବାର ମଧ୍ୟାନ୍ନରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ନନ୍ଦପୁରା ପଞ୍ଚାୟତ ଅଧୀନ ମେଞ୍ଜର ଗ୍ରାମର ସନୁ ଗୌଡ (୬୫) ଗୁରୁବାର ପୂର୍ବାହ୍ନରେ ଗ୍ରାମ ନିକଟ ଭସ୍କେଲ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ | ନଦୀରେ ଗାଧୋଇବା ସମୟରେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ | ସେହି ସ୍ଥାନରେ ୨ ଜଣ ଛୋଟ ପିଲା ଗାଧୋଉଥିଲେ | ସନୁ ଗୌଡ ବୁଡି ଯିବା ଦେଖି ପିଲା ୨ ଜଣ ସଙ୍ଗେ ସଙ୍ଗେ ଗ୍ରାମକୁ ଯାଇ ବୃଦ୍ଧ ଙ୍କ ପରିବାର ଲୋକ ଙ୍କୁ ଖବର ଦେଇଥିଲେ | ମୃତ ବୃଦ୍ଧ ଙ୍କ ପୁଅ ଦେବ ଗୌଡ ନଦୀରେ ପହଞ୍ଚି ସନୁ ପାଣିରେ ବୁଡି ରହିଛି | ସେ ଗ୍ରାମବାସୀ ଙ୍କ ସହାୟତାରେ ଖୋଜାଖୋଜି କରିଥିଲେ | ପରେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ | ଏହାପରେ ମୃତକର ପୁଅ ଦେବ ଗୌଡ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ସିଂସାରୀ ଫଣ୍ଡି ଅଧିକାରୀ ଦୂର୍ଗା ପ୍ରସାଦ ବ୍ରହ୍ମା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପାଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ | ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୪/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବରଂଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଏବଂ ଜିଲ୍ଲା ଦକ୍ଷତା କମିଟି ବୈଠକ 

Sunil Chandra Nayak

ନେହେରୁ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

masiha

ଠାକୁରାଣୀ ଯାତ୍ରା ଆୟବ୍ୟୟ ବୈଠକ 

Sunil Chandra Nayak

Leave a Comment

error: Content is protected !!