ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଡବସୁଲ ରେ ଜନଜାତୀୟ ଗରିମା ଉତ୍ସଵ ୨୦୨୬ ଅନୁଷ୍ଠିତ

ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଡବସୁଲ ରେ ଜନଜାତୀୟ ଗରିମା ଉତ୍ସଵ ୨୦୨୬ ଅନୁଷ୍ଠିତ

ଭାରତ ସରକାରଙ୍କ ‘ଜନ ଭାଗିଦାରୀ ଅଭିଯାନ’ ସବୁଠାରୁ ଦୂର – ସର୍ବପ୍ରଥମ ପଦକ୍ଷେପ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଡବସୁଲ ଗ୍ରାମରେ ‘ଜନଜାତୀୟ ଗରିମା ଉତ୍ସବ ୨୦୨୬’ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଡବସୁଲ ଗ୍ରାମ ପଞ୍ଚାୟତର ସରପଞ୍ଚ ମକୁନ୍ଦ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଗଡ ବ୍ଲକ ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ବିଶ୍ୱଜିତ୍ ବେହେରା,ଏବିଇଓ, ଗିରିଶ ଚନ୍ଦ୍ର ନାଏକ ଜିପିଡିଓ, ଗଣପତି ତାଣ୍ଡି ଏମ୍ ଆଇ, ସୁବ୍ରତ କୁମାର ମିଶ୍ର ଡବ୍ଲୁଇଓ, କର୍ତ୍ତବ୍ୟର ପ୍ରକଳ୍ପ ନିର୍ଦେଶକ ରାଜେଶ ପଟ୍ଟନାୟକ,କାମେଶ ଶବର ସହ କୃଷି ଅଧିକାରୀ, ମେଡିକାଲ ଅଫିସର ସୁଶାନ୍ତ ଠାକୁର, ଭାରପାପ୍ତ ବିଏସଏସଓ ଲୋକନାଥ ଭାଟି, ବିପିସି ମିଶନ ଶକ୍ତି ସୁପ୍ରିୟା ପ୍ରଧାନ, ବିପିଏମ ଓଡ଼ିଶା ଜୀବିକା ମିଶନ ସନ୍ତୋଷ ଦାସ, ସିଏଚଓ ଗଙ୍ଗୋତ୍ରି ଜାଲ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ସଦସ୍ୟ, ଯୁବକ ଓ ମହିଳା ଅଂଶଗ୍ରହଣ କରିଥିଲେ।ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧୀମାନଙ୍କୁ ଉତ୍ସାହିତ କରିବା, ବିଭିନ୍ନ ସରକାରୀ ଯୋଜନା ଉପରେ ସଚେତନତା, ପରିବେଶ ସୁରକ୍ଷା ଦିଗରେ ଅତିଥିମାନେ ମତବ୍ୟକ୍ତ କରିଥଲେ। ଏହାପରେ ଏକ ଜନ ଶୁଣାଣୀ ହୋଇଥିଲା ଯେଉଁଥିରେ ନିଜ ନିଜ ବ୍ୟକ୍ତିଗତ ସମସ୍ୟା କୁ ଲୋକମାନେ ଉପସ୍ଥାପନ କରିଥିଲେ ଓ ଏହାର ଶିଘ୍ର ସମାଧାନ ନିମନ୍ତେ ଉପସ୍ଥିତ ଧର୍ମଗଡ ବ୍ଲକ ପ୍ରଶାସନର ଅଧିକାରୀଗଣ ପ୍ରତିଶ୍ରୁତି ଦେଇଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କୀଟ ନାଶକ ଔଷଧ ଖାଇ ଛାତ୍ରୀ ମୃତ୍ୟୁ 

masiha

ଦାଦପୁର ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ 

masiha

ରଶ୍ମି ରଞ୍ଜନ ଜୟନ୍ତୀ ଉତ୍ସବର ପ୍ରସ୍ତୁତୀ ବୈଠକ

masiha

Leave a Comment

error: Content is protected !!