ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୀନାକ୍ଷୀ ଧର ଫାଉଣ୍ଡେସନ ର ପଞ୍ଚମ ବାର୍ଷିକ ପୂଣ୍ୟତିଥି ଶ୍ରାଦ୍ଧୋତ୍ସବ

ମୀନାକ୍ଷୀ ଧର ଫାଉଣ୍ଡେସନ ର ପଞ୍ଚମ ବାର୍ଷିକ ପୂଣ୍ୟତିଥି ଶ୍ରାଦ୍ଧୋତ୍ସବ

ରାଉରକେଲା: ସହରର ଜଣାଶୁଣା ଉଦଘୋଷିକା ମୀନାକ୍ଷୀ ଧରଙ୍କ ଅବର୍ତ୍ତମାନରେ ମୀନାକ୍ଷୀ ଧର ଫାଉଣ୍ଡେସନ ରାଉରକେଲା ତରଫରୁ ପଞ୍ଚମ ବାର୍ଷିକ ପୂଣ୍ୟତିଥି ଶ୍ରାଦ୍ଧୋତ୍ସବ ସେକ୍ଟର ୭ ସ୍ଥିତ ପ୍ରଗତି ଉତ୍କଳ ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଫଳତାର ସୂତ୍ର ଓ ଏହାର ପରିଭାଷା ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମାଜସେବୀ ଡ଼ଃ ସୁମନ ଦତ୍ତଙ୍କ ସଭାପତିତ୍ବ, ଆବାହକ ଇଂ ନଳିନୀକାନ୍ତ ଧରଙ୍କ ଆବାହକତ୍ଵ ଓ ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ପ୍ରାକ୍ତନ ରାଉରକେଲା ଓକିଲ ସଂଘର ସଭାପତି ସତ୍ୟ ଶର୍ମା ସମ୍ମାନିତ ଅତିଥି, ଏନ୍ଆଇଟି ର ଡେପୁଟି ରେଜିଷ୍ଟ୍ରାର ଡ ସ୍ୱାଗତିକା ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ମାନବୀୟ ମୂଲ୍ୟବୋଧ ହିଁ ସଫଳତାର ଚାବିକାଠି ବୋଲି କହିଥିଲା ବେଳେ ମୁଖ୍ୟବକ୍ତା ଡ ସାହୁ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ କର୍ମ ପ୍ରତି ପ୍ରତିବଦ୍ଧତା,ସମାଜପ୍ରତି ଦାୟିତ୍ୱବୋଧ,ସାଧାରଣ ଲୋକଙ୍କ ପ୍ରତି ଉତ୍ତରଦାୟିତ୍ୱ ଓ ମାନବୀୟ ମୂଲ୍ୟବୋଧ ହିଁ ସଫଳତାର ପରିଭାଷା ହୋଇପାରେ। ମାତୃଭୂମି ମାତୃଭାଷା ପ୍ରତି ଆମର ଦାୟିତ୍ବ ବୋଧ ତଥା ଆମେ ଯେତେ ଉପରକୁ ଉଠିଲେ ବି ମୂଳକୁ ଆଦୈ। ଭୁଲିଯିବା କଥା ନୁହେଁ। ଏଥିପାଇଁ ସେ ବିଭିନ୍ନ ଉଦାହରଣ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ଶର୍ମା ଏହାକୁ ଏକ ସୁନ୍ଦର ପ୍ରୟାସ ବୋଲି ମତ ରଖିଥିଲା ବେଳେ ଆବାହକ ଇଂ ଧର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅନୁଷ୍ଠାନ ତରଫରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ସଭାପତି ଡ଼ଃ ଦତ୍ତ ସ୍ବାଗତ ଭାଷଣ ଓ ଜଗନ୍ନାଥ ରାଉତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସ୍ମିତା ମିଶ୍ର ବନ୍ଦେ ଉତ୍କଳ ଜନନୀ ଗାନ ପରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମୀନାକ୍ଷୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ପ୍ରଗତି ଉତ୍କଳ ସଂଘର ସାଧାରଣ ସମ୍ପାଦକ ରାଧାମୋହନ ନାୟକ, ପଶ୍ଚିମ ଓଡ଼ିଶା ସାଂସ୍କୃତିକ ବିକାଶ ପରିଷଦର ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଢୀ, ଡାକ୍ତର କୃପାସିନ୍ଧୁ ନାୟକ, ସମାଜସେବୀ ଭରତ ଚନ୍ଦ୍ର ବାଇ ପ୍ରମୁଖ ମୀନାକ୍ଷୀଙ୍କ ବହୁମୁଖି ପ୍ରତିଭା ତଥା ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ମୀନାକ୍ଷୀଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ। ସେହିପରି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଇଂ ଅଶୋକ କୁମାର ପଟ୍ଟନାୟକଙ୍କୁ ମୀନାକ୍ଷୀ ଧର ସ୍ମୃତି ସାରସ୍ଵତ ସମ୍ମାନ, ସମାଜସେବୀ ତଥା ଶିକ୍ଷାବିତ ସୁରେଶ ଶତପଥୀଙ୍କୁ ମୀନାକ୍ଷୀ ଧର ସ୍ମୃତି ସେବାନିଧି ସମ୍ମାନ ଓ ମୋନାଲିସା ଗୈ।ଡଙ୍କୁ ମୀନାକ୍ଷୀ ଧର ସ୍ମୃତି ଉଦଘୋଷିକା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରମାନ୍ୱୟରେ ମାନପତ୍ର ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ରଶ୍ମି ସାହୁ ଓ ସୂର୍ଯ୍ୟନାରାୟଣ ପାଢ଼ୀ ପ୍ରମୁଖ ପାଠ କରିଥିଲେ। ପରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବଶ୍ରୀ ଭାରତ ଭୂଷଣ ମହାନ୍ତି, ଅଭୟ ଚନ୍ଦ୍ର ଦାସ,ଡ଼ଃ କିଶୋରୀ ଦାଶ,ସ୍ୱରୂପ ପାଣିଗ୍ରାହୀ, ମୀନକେତନ ପଶାୟତ,ନଗେନ ଦାସ,ପଶୁପତି ନାଥ ଚାଟାର୍ଜୀ, ଅକ୍ଷୟ ସାମଲ,ବୈଦ୍ୟନାଥ ମିଶ୍ର,ଶୈଳେନ୍ଦ୍ର ମହାନ୍ତି, ରାମକୃଷ୍ଣ ତ୍ରିପାଠୀ,ଅକ୍ଷୟ କୁମାର ଧଳ,ଦିଗମ୍ବର ମହାନ୍ତି,ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ,ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସଞ୍ଜୀବ ମହାନ୍ତି,ରାଜୀବ ପାଣି, ସ୍ମିତା ମିଶ୍ର, ଡ ସୁରମା ମିଶ୍ର, ମୀରା ଦାସ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଆବାହକ ଇଂ ଧର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦାଦନଙ୍କୁ ନିର୍ଯ୍ୟାତନା ! ବେଙ୍ଗାଳୁରୁ ରୁ ୧୧୦୦ କିମି ଚାଲି ଚାଲି ଘରକୁ ଫେରିଲେ ତିନି ଦାଦନ ଶ୍ରମିକ, ପ୍ରଶାସନିକ ତଦନ୍ତ ଆରମ୍ଭ

Sunil Chandra Nayak

ବ୍ଲକ ଅଧ୍ୟକ୍ଷ ଓ ବିଡିଓ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ,ସମସ୍ୟା ସମାଧାନର ପ୍ରତିଶୃତି ଦେଲେ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର 

masiha

Leave a Comment

error: Content is protected !!