ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଧସିଲା ମୁଖ୍ୟ ରାସ୍ତା ଗମନା ଗମନରେ ପ୍ରତିବନ୍ଧକ, ୨-ଇନ୍ଦିପୁର କୋରେହି ଗାଡ଼ିଆ ରାସ୍ତା ନିକଟ ରେଙ୍ଗାଳୀ ଦକ୍ଷିଣ ମୁଖ୍ୟ କେନାଲ କଡ଼ରୁ ମାଟି ଚୋରୀ

ଧସିଲା ମୁଖ୍ୟ ରାସ୍ତା ଗମନା ଗମନରେ ପ୍ରତିବନ୍ଧକ 

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲାର ସଦର ମହକୁମା ଠାରୁ ଗଁଦିଆ ବ୍ଲକ ମଧ୍ୟ୍ୟ ଦେଇ ଯାଇଥିବା ମୁଖ୍ୟ ରାସ୍ତା ଟିର ଅବସ୍ଥା ଅତୀବ ଶୋଚନୀୟ ହୋଇଛି l ଦୀର୍ଘ ୩ ବର୍ଷ ଧରୀ ଉକ୍ତ ରାସ୍ତାଟିର ପୁନଃରୁଦ୍ଧାର କାର୍ଯ୍ୟ ଚାଲିଛି ଯେ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ହେଵତ ଦୂରର କଥା ଅନ୍ୟ ପକ୍ଷରେ ଅନେକ ଜାଗାରେ ଉକ୍ତ ରାସ୍ତା ବିପଦ ସଂକୁଳ ଭାବରେ ରହିଛି l ଏହାର ଜୁଲନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ୟସ୍ତ ବହୁଳ ହାଟ ଛକ ଠାରେ ଉକ୍ତ ସ୍ଥାନରେ ନୂତନ କରି ନିର୍ମିତ ପୋଲର ଏକ ପାର୍ଶ୍ୱରେ ରାସ୍ତା ଧସି ଯାଇ ଏକ ବଡ ଗର୍ତ୍ତ ସୃଷ୍ଟି କରିଛି ତତ ସହିତ ସେହି କଡରେ ଯାଇଥିବା ମେଗା ପକଳ୍ପ ପାଇପରୁ ପାଣି ନିର୍ଗତ ହୋଇ ଉକ୍ତ ସ୍ଥାନରେ ଏକ କୃତିମ ଜଳ ଭଣ୍ଡାର ସୃଷ୍ଟି କରୁଛି ଉକ୍ତ ରାସ୍ତାଟି ସିଧାସଳଖ ଭୁବନ ବ୍ଲକ ଓ ଯାଜପୁର ଜିଲ୍ଲାର ଚଡେଇଧରା ଛକ କୁ ସିଧା ସଳଖ ସଂଯୋଗ କରୁଅଛି l ଏହି ରାସ୍ତାଟି ଗଁଦିଆ ବ୍ଲକର ଲାଇଫ ଲାଇନ ଅଟେ ବ୍ଲକର ୨୭ ଗୋଟି ଗ୍ରାମ ପଂଚାୟତ ସହିତ ଗଁଦିଆ NAC ର ଜନସାଧାରଣ ପ୍ରତିଦିନ ସିଧା ସଳଖ ଯୋଡି ହୋଇଥାନ୍ତି l ଉକ୍ତ ବ୍ଲକର ଏହା ଏକ ପ୍ରମୁଖ ଛକ ଅଟେ ବାଣିଜ୍ୟ ବ୍ୟବସାୟ ଠାରୁ ଆରମ୍ଭ କରି ବଡ ବଡ଼ ସରକାରୀ କାର୍ଯ୍ୟାଳୟ ଓ ଆର୍ଥିକ ସଂସ୍ଥା ସବୁ ପାଖା ପୁଖୀ ରହିଛି l ଯାହାଫଳରେ ଏଠାରେ ଉକ୍ତ ରାସ୍ତାର ଏପରି କାରୁଣ ଦୃଶ୍ୟ ଯୋଗୁ ଛୋଟ ବଡ଼ ଦୁର୍ଘଟଣା ଭବିଷ୍ୟତରେ ଘଟିବାର ସମ୍ଭାବନା କୁ ଅଣଦେଖା କରାନଯାଇପାରେ ତୁରନ୍ତ ଉକ୍ତ ରାସ୍ତାର ପୁନଃରୁଦ୍ଧାର କରିବାକୁ ପୂର୍ତ୍ତ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

ଇନ୍ଦିପୁର କୋରେହି ଗାଡ଼ିଆ ରାସ୍ତା ନିକଟ ରେଙ୍ଗାଳୀ ଦକ୍ଷିଣ ମୁଖ୍ୟ କେନାଲ କଡ଼ରୁ ମାଟି ଚୋରୀ

ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ଖୁଣ୍ଟୁଝରୀ ଗ୍ରାମ ପଞ୍ଚାୟତ ଇନ୍ଦିପୁର କୋରେହି ଗାଡ଼ିଆ ରାସ୍ତା ନିକଟରେ ଥିବା ରେଙ୍ଗାଳୀ ଦକ୍ଷିଣ ମୁଖ୍ୟ କେନାଲ କଡ଼ରୁ ଶହ ଶହ ସଂଖ୍ୟାର ଟ୍ରିପ ମାଟିଚୋରୀ ହୋଇ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ କେହି ମାଟି ଚୋରୀ ମାଫିଆ ରାତି ଅଧିଆ ମେସିନ୍ ଲଗାଇ ଏହି ଠାରୁ ମାଟି ଚୋରୀ କରି ଥିବାର ଅଭିଯୋଗ କରାଯାଇଥିଲା ବେଳେ ନିକଟସ୍ଥ ଗ୍ରାମବାସୀ ମାନେ ଜାଣିବା ପରେ ବିଭାଗକୁ ଖବର ଦେଇଛନ୍ତି। ତୁରନ୍ତ ଏହାର ତଦନ୍ତ କରିବା ପାଇଁ ମଧ୍ୟ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ତିର୍ତୋଲ ସେବାସମବାୟ ସମିତି ର ବ୍ୟାଙ୍କ ସେବା ଓ ଋଣ କର୍ମଶାଳା 

Sunil Chandra Nayak

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅବସରରେ ଗୀତିନାଟ୍ୟ କାଞ୍ଚିକାବେରୀ ମଞ୍ଚସ୍ଥ

masiha

ସାରସଗୁଡା ଗାଁ ବସ୍ତି ରାସ୍ତା ଶୋଚନୀୟ , ଗାଁକୁ ନାହିଁ ପକା ରାସ୍ତା ଅସରାଏ ବର୍ଷା ଆସିଲେ ବଢୁଛି ଦୁର୍ଦଶା 

Sunil Chandra Nayak

Leave a Comment

error: Content is protected !!