ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଧସିଲା ମୁଖ୍ୟ ରାସ୍ତା ଗମନା ଗମନରେ ପ୍ରତିବନ୍ଧକ, ୨-ଇନ୍ଦିପୁର କୋରେହି ଗାଡ଼ିଆ ରାସ୍ତା ନିକଟ ରେଙ୍ଗାଳୀ ଦକ୍ଷିଣ ମୁଖ୍ୟ କେନାଲ କଡ଼ରୁ ମାଟି ଚୋରୀ

ଧସିଲା ମୁଖ୍ୟ ରାସ୍ତା ଗମନା ଗମନରେ ପ୍ରତିବନ୍ଧକ 

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲାର ସଦର ମହକୁମା ଠାରୁ ଗଁଦିଆ ବ୍ଲକ ମଧ୍ୟ୍ୟ ଦେଇ ଯାଇଥିବା ମୁଖ୍ୟ ରାସ୍ତା ଟିର ଅବସ୍ଥା ଅତୀବ ଶୋଚନୀୟ ହୋଇଛି l ଦୀର୍ଘ ୩ ବର୍ଷ ଧରୀ ଉକ୍ତ ରାସ୍ତାଟିର ପୁନଃରୁଦ୍ଧାର କାର୍ଯ୍ୟ ଚାଲିଛି ଯେ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ହେଵତ ଦୂରର କଥା ଅନ୍ୟ ପକ୍ଷରେ ଅନେକ ଜାଗାରେ ଉକ୍ତ ରାସ୍ତା ବିପଦ ସଂକୁଳ ଭାବରେ ରହିଛି l ଏହାର ଜୁଲନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ୟସ୍ତ ବହୁଳ ହାଟ ଛକ ଠାରେ ଉକ୍ତ ସ୍ଥାନରେ ନୂତନ କରି ନିର୍ମିତ ପୋଲର ଏକ ପାର୍ଶ୍ୱରେ ରାସ୍ତା ଧସି ଯାଇ ଏକ ବଡ ଗର୍ତ୍ତ ସୃଷ୍ଟି କରିଛି ତତ ସହିତ ସେହି କଡରେ ଯାଇଥିବା ମେଗା ପକଳ୍ପ ପାଇପରୁ ପାଣି ନିର୍ଗତ ହୋଇ ଉକ୍ତ ସ୍ଥାନରେ ଏକ କୃତିମ ଜଳ ଭଣ୍ଡାର ସୃଷ୍ଟି କରୁଛି ଉକ୍ତ ରାସ୍ତାଟି ସିଧାସଳଖ ଭୁବନ ବ୍ଲକ ଓ ଯାଜପୁର ଜିଲ୍ଲାର ଚଡେଇଧରା ଛକ କୁ ସିଧା ସଳଖ ସଂଯୋଗ କରୁଅଛି l ଏହି ରାସ୍ତାଟି ଗଁଦିଆ ବ୍ଲକର ଲାଇଫ ଲାଇନ ଅଟେ ବ୍ଲକର ୨୭ ଗୋଟି ଗ୍ରାମ ପଂଚାୟତ ସହିତ ଗଁଦିଆ NAC ର ଜନସାଧାରଣ ପ୍ରତିଦିନ ସିଧା ସଳଖ ଯୋଡି ହୋଇଥାନ୍ତି l ଉକ୍ତ ବ୍ଲକର ଏହା ଏକ ପ୍ରମୁଖ ଛକ ଅଟେ ବାଣିଜ୍ୟ ବ୍ୟବସାୟ ଠାରୁ ଆରମ୍ଭ କରି ବଡ ବଡ଼ ସରକାରୀ କାର୍ଯ୍ୟାଳୟ ଓ ଆର୍ଥିକ ସଂସ୍ଥା ସବୁ ପାଖା ପୁଖୀ ରହିଛି l ଯାହାଫଳରେ ଏଠାରେ ଉକ୍ତ ରାସ୍ତାର ଏପରି କାରୁଣ ଦୃଶ୍ୟ ଯୋଗୁ ଛୋଟ ବଡ଼ ଦୁର୍ଘଟଣା ଭବିଷ୍ୟତରେ ଘଟିବାର ସମ୍ଭାବନା କୁ ଅଣଦେଖା କରାନଯାଇପାରେ ତୁରନ୍ତ ଉକ୍ତ ରାସ୍ତାର ପୁନଃରୁଦ୍ଧାର କରିବାକୁ ପୂର୍ତ୍ତ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

ଇନ୍ଦିପୁର କୋରେହି ଗାଡ଼ିଆ ରାସ୍ତା ନିକଟ ରେଙ୍ଗାଳୀ ଦକ୍ଷିଣ ମୁଖ୍ୟ କେନାଲ କଡ଼ରୁ ମାଟି ଚୋରୀ

ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ଖୁଣ୍ଟୁଝରୀ ଗ୍ରାମ ପଞ୍ଚାୟତ ଇନ୍ଦିପୁର କୋରେହି ଗାଡ଼ିଆ ରାସ୍ତା ନିକଟରେ ଥିବା ରେଙ୍ଗାଳୀ ଦକ୍ଷିଣ ମୁଖ୍ୟ କେନାଲ କଡ଼ରୁ ଶହ ଶହ ସଂଖ୍ୟାର ଟ୍ରିପ ମାଟିଚୋରୀ ହୋଇ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ କେହି ମାଟି ଚୋରୀ ମାଫିଆ ରାତି ଅଧିଆ ମେସିନ୍ ଲଗାଇ ଏହି ଠାରୁ ମାଟି ଚୋରୀ କରି ଥିବାର ଅଭିଯୋଗ କରାଯାଇଥିଲା ବେଳେ ନିକଟସ୍ଥ ଗ୍ରାମବାସୀ ମାନେ ଜାଣିବା ପରେ ବିଭାଗକୁ ଖବର ଦେଇଛନ୍ତି। ତୁରନ୍ତ ଏହାର ତଦନ୍ତ କରିବା ପାଇଁ ମଧ୍ୟ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

୧- ନାରାୟଣ ପାଟଣା ଠାରେ ମା ଚୈତରାଇ ଭଲିବଲ ଟୁର୍ଣମେଣ୍ଟ , ୨- ରଙ୍ଗର ପର୍ବ ହୋଲି ପାଇଁ ବନ୍ଧୁଗାଁ ବ୍ଲକରେ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି , ୩- ଅଗ୍ନିଗଙ୍ଗା ମାଙ୍କ ଦର୍ଶନ କଲେ ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ 

masiha

୧୩୦ ଦିନ ହେଲା ବର୍ଷା ନାହିଁ , ଦେଖାଦେଇଛି ବନାଗ୍ନି ଭୟ

Sunil Chandra Nayak

ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର! ବାସାଘୁଟୁ  ଅଙ୍ଗନବାଡ଼ି କେନ୍ଦ୍ରରେ ମୟୂରଭଞ୍ଜ ସାଂସଦଙ୍କ ଦ୍ଵାରା ମଶାରୀ ବଣ୍ଟନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!