ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ମ୍ବରୁଗଡ଼ ମଠ ପରିଚାଳନା କମିଟିର ସାଧାରଣସଭା ଅନୁଷ୍ଠିତ 

ଡ଼ମ୍ବରୁଗଡ଼ ମଠ ପରିଚାଳନା କମିଟିର ସାଧାରଣସଭା ଅନୁଷ୍ଠିତ 

ବୌଦ୍ଧ/ସହlଜପାଳ ତା 23/05/26 — ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ପଂଚାୟତ କଂକଲା,ଡମ୍ବରୁଗଡ଼ ସ୍ଥିତ ସିଦ୍ଧଗୁରୁ ବାବା ମଠ ପରିଚାଳନା କମିଟିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ମଠର ମହନ୍ତ ତ୍ୟାଗୀ ସର୍ବେଶ୍ୱର ଦାସଜୀ ମହାରାଜ ଅଧକ୍ଷତା କରିଥିବାବେଳେ ବୌଦ୍ଧ ବୁଟୁପାଲି ସ୍ଥିତ ଶ୍ରୀରାଧା ମାଧବ ସେବାଶ୍ରମ ମୁଖ୍ୟ ଆଚାର୍ଯ୍ୟ ଆଦିତ୍ୟ ଦାସ ବ୍ରହ୍ମଚାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଠର ଇଷ୍ଟଦେବୀ ମା ଅନ୍ନପୂର୍ଣ୍ଣ ଙ୍କ ମନ୍ଦିର ନିର୍ମାଣ ନିମନ୍ତେ ସମସ୍ତ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ l ଉକ୍ତ ବୈଠକକୁ ସାଧୁ ରଘୁବୀର ଦାସ ଓ ସାଧୁ ଅଯୋଧ୍ୟା ଦାସଙ୍କ ସହଯୋଗକ୍ରମେ ବିଭିନ୍ନ ଆଲୋଚନାରେ ପୂର୍ବ ବିଶ୍ୱ ଶାନ୍ତି ଯଜ୍ଞ କମିଟି ସଭାପତି ତଥା ପ୍ରବକ୍ତା ଗୌରୀ ପ୍ରସାଦ ସାହୁ, ସମ୍ପାଦକ ମୟସେନ ରଣା, ମଠ ପରିଚାଳନା କମିଟି ସମ୍ପାଦକ ମନୋଜ କୁମାର ମହାକୁଡ଼, ସଦସ୍ୟ ଶିବ କର୍ମୀ, ଶ୍ରୀପତି ମହାକୁଡ଼, ଉତ୍ତମ କୁମାର ବେହେରା,ଦୁଷ୍ମନ୍ତ ପୃଷ୍ଟି, ଦିନେଶ କୁମାର ଅମାତ,ବିଦେଶୀ ସାହୁ,ଦିଲ୍ଲୀପ କୁମାର ମେହେର, ଶୁଶାନ୍ତ କୁମାର ସେଠି, ପୁର୍ଣଚନ୍ଦ୍ର ଭୋଇ, ଶଶୀ ମହାକୁଡ଼, ସୁବାସ ଗୁରୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ମୁଖ୍ୟ ଆଲୋଚନା ପ୍ରକାରେ ଇଷ୍ଟଦେବୀଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଚାନ୍ଦା ଭିକ୍ଷା କରିବାକୁ ଦୁଇ ଗୋଟି ଗୋଷ୍ଠୀ କରି ଦାୟିତ୍ୱ ଅର୍ପଣ କରାଯାଇଥିଲା l ମାଙ୍କ ମନ୍ଦିର ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ କରିବା ପାଇଁ ସଂକଳ୍ପ ନେଇ ପ୍ରତ୍ୟେକ ଗ୍ରାମରୁ ଅନୁଦାନ ଭିକ୍ଷା କରିବା ସହିତ ବ୍ୟକ୍ତିଗତ, ଗୋଷ୍ଟୀଗତ, ବିଭିନ୍ନ ଅନୁଷ୍ଟାନରୁ ସହଯୋଗ ଆଣିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା l ଉକ୍ତ ଦାନ ଅର୍ଥ ଯୁଗ୍ମ ଜମା ଖାତାରେ ଜମା କରାଯାଇ ଖର୍ଚ୍ଚ କରିବା ପାଇଁ ସ୍ଥିର କରାଗଲା l ଦାନ ସଂଗ୍ରହ ନିମନ୍ତେ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନୁରୋଧ କରିବା ପାଇଁ ସ୍ଥିର କରି ସାମାଜିକକର୍ମୀ କୃତ୍ତିବାସ ପଲିଆ, ମାହେଶ୍ୱରୀ ସେନା ରାଜ୍ୟ ସମ୍ପାଦକ ମହେନ୍ଦ୍ର ମହାକୁଡ଼ ଓ ଦୁଷ୍ମନ୍ତ ପୃଷ୍ଟିଙ୍କୁ ଦାୟିତ୍ୱ ଅର୍ପଣ କରାଗଲା।

ଅରୁଣ କୁମାର ମାଣ୍ଡିଲି ଙ୍କ ରିପୋର୍ଟ୍ 

Related posts

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ  କ୍ଷତିପୂରଣ ଦାବିରେ ରାଜରାସ୍ତା  ରୋକିଲେ ଗ୍ରାମବାସୀ 

ଡାଲିମ୍ବ ପାଇକ ରହୁଛି ଛପର ଘରେ ,କିନ୍ତୁ ତା ନାମରେ ଆସିଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ 2021 ରୁ ଅନ୍ତିମ ହୋଇ ଗଲାଣି ! ସତ କଣ ?

Sunil Chandra Nayak

Leave a Comment

error: Content is protected !!