ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୀତଳଷଷ୍ଠୀ ପାଇଁ ରୁପ୍ରା – ଖମ୍ବପଡ଼ା ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ

ଶୀତଳଷଷ୍ଠୀ ପାଇଁ ରୁପ୍ରା – ଖମ୍ବପଡ଼ା ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ

ନର୍ଲା, ୨୫।୫: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା – ଖମ୍ବପଡ଼ା ଶୈବପୀଠରେ ଶିବ ବିବାହ – ଶୀତଳଷଷ୍ଠୀ ପାଇଁ ଥାଳଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆସନ୍ତା ଜୁନ୍ ୧୯ ତାରିଖରେ ବାବା ବିଶେଶ୍ୱରଙ୍କର ଶୀତଳଷଷ୍ଠୀ ପର୍ବ ଆୟୋଜିତ ହେବ। ସେଥିପାଇଁ ଶିବକର୍ତ୍ତା ଭାବେ ଧଅଁରାମାଲ ନିବାସୀ ବ୍ରଜ ରଣା ଓ ବିଦୁସୂତା ରଣା ଏବଂ ପାର୍ବତୀ କର୍ତ୍ତା ଭାବେ ଟୁଟିଙ୍ଗ ନିବାସୀ ରାଜକୁମାର ଯୋଶୀ ଓ ରଜନୀ ଯୋଷୀ ଦାୟିତ୍ୱ ନିର୍ବାହ କରିବେ। ତେବେ ଥାଳଉଠା କାର୍ଯ୍ୟକ୍ରମରେ ଉଭୟ ପକ୍ଷ ଉପସ୍ଥିତ ରହି ଥାଳ ଅଦଳ ବଦଳ କରିଥିଲେ। ପୂଜକ ଗୋପାଳ ପୂଝାରୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏ ଅବସରରେ ରୁପ୍ରା ସମେତ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ସମବେତ ହୋଇଥିଲେ। ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ ଆହ୍ୱାନ କରିଥିଲେ। ସୂଚନାଯୋଗ୍ୟ ଯେ ରୁପ୍ରା – ଖମ୍ବପଡ଼ା ବିଶେଶ୍ୱର ଶୈବପୀଠ ଏକ ପ୍ରାଚୀନ ଶୈବପୀଠ ଭାବେ କଳାହାଣ୍ଡି ଜିଲ୍ଲାରେ ଜଣାଶୁଣା। ସ୍ୱାଧୀନତା ପୂର୍ବବର୍ତ୍ତୀ କାଳରୁ ଏହା ପରିଚିତ ଥିବାବେଳେ ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ବର୍ଷତମାମ ଆୟୋଜିତ ହୋଇଆସୁଛି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସାଂସଦ ଓ ବିଧାୟକ

masiha

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

masiha

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ୬୬ତମ ଜନ୍ମଦିନ ପାଳନ

Sunil Chandra Nayak

Leave a Comment

error: Content is protected !!