ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିରିହ ଓ ଗରିବ ଲୋକଙ୍କ ସେବା ପାଇଁ ସ୍ବତନ୍ତ୍ର ପଦକ୍ଷେପ,ସହ ଆଗାମୀ ଦିନରେ ମଧ୍ୟ ସେବା ଜାରି ରଖିବି ; ଅକ୍ଷୟ କୁମାର ନାଏକ

ନିରିହ ଓ ଗରିବ ଲୋକଙ୍କ ସେବା ପାଇଁ ସ୍ବତନ୍ତ୍ର ପଦକ୍ଷେପ,ସହ ଆଗାମୀ ଦିନରେ ମଧ୍ୟ ସେବା ଜାରି ରଖିବି ; ଅକ୍ଷୟ କୁମାର ନାଏକ

ଜୁନାଗଡ଼,୨୫/୫.(ମନୀ ସ):ଭାରତୀୟ ଜନତା ପାର୍ଟି ହାବସପୁର ମଣ୍ଡଳର ସଂପାଦକ ତଥା ଶକ୍ତି କେନ୍ଦ୍ର ପ୍ରମୁଖ ଅକ୍ଷୟ କୁମାର ନାଏକଙ୍କ ନେତୃତ୍ୱ ଓ ସମାଜସେବା ମୂଳକ କାର୍ଯ୍ୟକୁ ନେଇ ଅଞ୍ଚଳରେ ବ୍ୟାପକ ପ୍ରଶଂସା ଦେଖିବାକୁ ମିଳିଛି। ନିକଟରେ ଆୟୋଜିତ ଏକ ବୈଠକରେ ଶ୍ରୀ ନାଏକ ମଣ୍ଡଳର ନିରିହ, ଦୁର୍ବଳ ଓ ଅସହାୟ ଲୋକଙ୍କ ସହାୟତା ପାଇଁ ଏକ ସ୍ବତନ୍ତ୍ର ସେବାମୂଳକ ପଦକ୍ଷେପ ନେଇଥିବା ସୂଚନା ମିଳିଛି। ସେ କହିଛନ୍ତି ଯେ, ଜନସାଧାରଣଙ୍କ ସୁଖ-ଦୁଃଖରେ ସଦା ସର୍ବଦା ସାଥି ହୋଇ ରହିବା ହିଁ ତାଙ୍କର ପ୍ରଧାନ ଲକ୍ଷ୍ୟ ଓ ଆଗାମୀ ଦିନରେ ମଧ୍ୟ ସାଧାରଣ ଲୋକଙ୍କ ସେବା କରିବା ପାଇଁ ସେ ଦୃଢ଼ ନିଷ୍ପତ୍ତି ନେଇଥିବା କହିଛନ୍ତି।

ଶ୍ରୀ ଅକ୍ଷୟ କୁମାର ନାଏକ ଦୀର୍ଘଦିନ ଧରି ସାଧାରଣ ଲୋକଙ୍କ ସମସ୍ୟାକୁ ନିକଟରୁ ବୁଝି ଆସୁଥିବା ବେଳେ, ବର୍ତ୍ତମାନ ନିଜସ୍ଵ ଉଦ୍ୟମରେ ଗରିବ ଓ ଆବଶ୍ୟକତାରେ ଥିବା ଲୋକଙ୍କୁ ସହାୟତା କରିବାକୁ ଆଗକୁ ଆସିଛନ୍ତି। ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ଚିକିତ୍ସା, ଶିକ୍ଷା, ଆପତ୍କାଳୀନ ସମୟରେ ସହଯୋଗ ଓ ସାମାଜିକ ସେବା ଭଳି ବିଭିନ୍ନ କ୍ଷେତ୍ରରେ ସେ ନିଜର ସମ୍ପୂର୍ଣ୍ଣ ସହଯୋଗ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।ତାଙ୍କର ଏହି ମହତ୍ ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଥିବା ବେଳେ, ସାଧାରଣ ଲୋକଙ୍କ ସେବା ପ୍ରତି ତାଙ୍କର ନିଷ୍ଠା, ସରଳତା ଓ ମାନବିକତାକୁ ନେଇ ବହୁ ପ୍ରଶଂସା କରାଯାଉଛି। ଏହି ବୈଠକରେ ହାବସପୁର ମଣ୍ଡଳ ସଭାପତି ଷଷ୍ଠୀ ପ୍ରସାଦ ବେହେରା, ଦାସୀଗାଁ ଜୋନ ସହ ପ୍ରଭାରୀ ଦେବଦତ୍ତ ପଣ୍ଡା, ଅନ୍ତର୍ଲ ବୁଥର ଦେବେନ୍ଦ୍ର କୁମାର, ତ୍ରିଲୋଚନ ବାଗ, କାମଦେବ ନୀଆଲ୍, ଶ୍ରବଣ ବେହେରା, ପ୍ରସନ୍ନ ବାଗ, ଭାରତ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସମସ୍ତେ ଏକତାବଦ୍ଧ ଭାବେ ସମାଜସେବା ଓ ସାଧାରଣ ଲୋକଙ୍କ ସହଯୋଗ ପାଇଁ ଆଗକୁ ଆସିବାକୁ ମତ ପ୍ରକାଶ କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜ଼ିଲ୍ଲା ସ୍ତରୀୟ ମିର୍ଦ୍ଧା ସମାଜ ର ବୈଠକ

Sunil Chandra Nayak

ରାଇରଙ୍ଗପୁର ଡାକ ବିଭାଗ ଆନୁକୂଲ୍ୟରେ ଅଢାଇ ଅକ୍ଷର ଚିଠି ଲେଖା ପ୍ରତିଯୋଗିତା 

masiha

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!