ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୀତଳଷଷ୍ଠୀ ପାଇଁ ରୁପ୍ରା – ଖମ୍ବପଡ଼ା ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ 

ଶୀତଳଷଷ୍ଠୀ ପାଇଁ ରୁପ୍ରା – ଖମ୍ବପଡ଼ା ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ 

ରୁପ୍ରା, ୨୫/୫(ଅଜୟ ସେନାପତି ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା – ଖମ୍ବପଡ଼ା ସ୍ଥିତ ପ୍ରସିଦ୍ଧ ଶୈବପୀଠରେ ଆସନ୍ତା ଶୀତଳଷଷ୍ଠୀ ଅବସରରେ ଶିବ ବିବାହ ପାଇଁ ଥାଳଉଠା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସନ୍ତା ଜୁନ୍ ୧୯ ତାରିଖରେ ବାବା ବିଶେଶ୍ୱରଙ୍କର ଶୀତଳଷଷ୍ଠୀ ପର୍ବ ଆୟୋଜିତ ହେବ। ସେଥିପାଇଁ ଶିବକର୍ତ୍ତା ଭାବେ ଧଅଁରାମାଲ ନିବାସୀ ବ୍ରଜ ରଣା ଓ ତାଙ୍କପତ୍ନୀ ବିଦୁସୂତା ରଣା ଏବଂ ପାର୍ବତୀ କର୍ତ୍ତା ଭାବେ ଟୁଟିଙ୍ଗ ନିବାସୀ ରାଜକୁମାର ଯୋଶୀ ଓ ତାଙ୍କ ପତ୍ନୀ ରଜନୀ ଯୋଷୀ ଦାୟିତ୍ୱ ନିର୍ବାହ କରିବେ ବୋଲି ମନ୍ଦିର କମିଟିର ବରିଷ୍ଠ ସଦସ୍ୟ ହରେକୃଷ୍ଣ ସାହୁ ସୂଚନା ପ୍ରଦାନ କରିଛନ୍ତି । ତେବେ ଥାଳଉଠା କାର୍ଯ୍ୟକ୍ରମରେ ଉଭୟ ପକ୍ଷ ଉପସ୍ଥିତ ରହି ଥାଳ ଅଦଳ ବଦଳ କରିଥିଲେ। ଉକ୍ତ ମନ୍ଦିର ପୂଜକ ଗୋପାଳ ପୂଝାରୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏ ଅବସରରେ ରୁପ୍ରା ସମେତ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ସମବେତ ହୋଇଥିଲେ। ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ ଆହ୍ୱାନ କରିଥିଲେ। ସୂଚନାଯୋଗ୍ୟ ଯେ ରୁପ୍ରା – ଖମ୍ବପଡ଼ା ବିଶେଶ୍ୱର ଶୈବପୀଠ ଏକ ପ୍ରାଚୀନ ଶୈବପୀଠ ଭାବେ କଳାହାଣ୍ଡି ଜିଲ୍ଲାରେ ଜଣାଶୁଣା। ସ୍ୱାଧୀନତା ପୂର୍ବବର୍ତ୍ତୀ କାଳରୁ ଏହା ପରିଚିତ ଥିବାବେଳେ ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ବର୍ଷତମାମ ଆୟୋଜିତ ହୋଇଆସୁଛି।

Related posts

୨ ନମ୍ବର ଜୋନ୍ ସରପଞ୍ଚ ସଂଘର ୭ ତମ ବୈଠକ ଅନୁଷ୍ଠିତ

ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!