ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵତନ୍ତ୍ର ସଘନ ସଂଶୋଧନ ଉପରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ 

ସ୍ଵତନ୍ତ୍ର ସଘନ ସଂଶୋଧନ ଉପରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ 

ଡାବୁଗାଁ,୨୫/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସ୍ଵତନ୍ତ୍ର ସଘନ ସଂଶୋଧନ ଉପରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ତାଲିମ ଶିବିର ସୋମବାର ଅନୁଷ୍ଠିତ ହୋଇଥିଲା | ଏଥିରେ ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ବାଣ୍ଟିବା ଏବଂ ପୁରଣ କରିବା ବିଷୟରେ ବୁଝିଥିଲେ | ୨୦୦୨ ମସିହାରେ ଥିବା ଭୋଟର ଓ ୨୦୨୫ ରେ ଥିବା ଭୋଟର ମାନଙ୍କ ମେପିଙ୍ଗ, ଅନମେପିଙ୍ଗ ଓ ଲଜିକାଲ ଏଭଳି ୩ ଟି ଶ୍ରେଣୀରେ ବିଭକ୍ତ ଥିବା ଭୋଟର ମାନଙ୍କୁ ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ନିୟମ ପ୍ରକାରେ ପରିଗଣନା ଫର୍ମ ପୁରଣ କରିବା ଉପରେ ତାଲିମ ଦିଆଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ନବରଙ୍ଗପୁର ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ବିଡିଓ ସମୀର ପାତ୍ର, ତହସିଲଦାର ଗୀତା ମୁର୍ମୁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଓ ପ୍ରକାଶ କୁମାର ପଣ୍ଡା, ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ସୁପରଭାଇଜର ରତିକାନ୍ତ ନାୟକ, କୃଷ୍ଣଚନ୍ଦ୍ର ପଣ୍ଡା, ବିକାଶ ରଞ୍ଜନ ନିଶଙ୍କ, ଧନସିଂ ତନ୍ତୀ ଓ ରାଇସିଂ ପୂଜାରୀ ଙ୍କ ସମେତ ମୋଟ ୬୩ ଜଣ ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାମ୍ବାଦିକ ରତ୍ନ ସମ୍ମାନ ପାଇଲେ ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ 

Sunil Chandra Nayak

ଭବାନୀପାଟଣାସ୍ଥିତ ପି.ଏମ୍.ଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଭବାନୀପାଟଣା ରେ ୭୯ ତମ ସ୍ବାଧିନତା ଦିବସ ଧୁମ ଧାମ ରେ ପାଳିତ 

Sunil Chandra Nayak

ଶିଷ୍ଟ କରଣ ସଙ୍ଘ ସଭାନେତ୍ରୀଙ୍କ ବିୟୋଗରେ ଶୋକସଭା 

masiha

Leave a Comment

error: Content is protected !!