ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରଣଯନ୍ତା ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଅବହେଳିତ ଅବସ୍ଥାରେ ରାସ୍ତା

ମରଣଯନ୍ତା ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଅବହେଳିତ ଅବସ୍ଥାରେ ରାସ୍ତା

ନର୍ଲା:କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବାଗପୁର, କେରାଣ୍ଡିଖୁଣ୍ଟିରୁ ଭୀମକେଲା ପର୍ଯ୍ୟନ୍ତ ପାଞ୍ଚ କିଲୋମିଟର ରାସ୍ତା ଗ୍ରାମ୍ୟ ଉନୟନ ଵିଭାଗର ରାସ୍ତା ମରଣ ଯନ୍ତା ପାଲଟିଛି। ଏଥିରୁ ଅନୁମାନ ହେଉଛି ବିଭାଗୀୟ ଅଧିକାରୀ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇ ପଡ଼ିଛନ୍ତି।ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଆରଡି ବିଭାଗୀୟ ଅଧିକାରୀଙ୍କ ନିର୍ଦେଶ କ୍ରମେ ଠିକାଦାର ମେଟାଲ ବିଛାଇ ଛଅ ମାସ ହେଉଛି ମେଟାଲ ଉପରେ ମୋରୁମ ନ ଦେବାରୁ କିମ୍ବା କାର୍ଯ୍ୟ ସମ୍ପନ୍ନ ନ ହେବାରୁ ରାସ୍ତାରେ ଯାତାୟାତ କରୁ ଥିବା ବୃଦ୍ଧ ବୃଦ୍ଧା, ଛାତ୍ର ଛାତ୍ରୀ ଓ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ବୋଲି କେରାଣ୍ଡିଖୁଣ୍ଟି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି।ସେହି ମେଟାଲ ଉପରେ କି ଭଳି ଯାତାୟାତ କରୁ ଥିବେ ଲୋକେ ତାହା ଜଣେ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ ବୋଲି ଦୁଃଖରେ ପ୍ରକାଶ କରିବା ସହିତ, କେତେକ ବୃଦ୍ଧ ବୃଦ୍ଧା ଝୁଣ୍ଟି ପଡ଼ିଲେଣି ବୋଲି ଉପସ୍ଥିତ ଗ୍ରାମ ବାସୀ ପ୍ରକାଶ କରି ଥିଲେ। ସେହି ରାସ୍ତାରେ କାମ କରିଥିବା ଅଧିକାଂଶ ମହିଳା ଓ ପୁରୁଷ ମାନେ ଛଅ ମାସ ହେଉଛି ତାଙ୍କର ପାରିଶ୍ରମିକ ମୂଳ ପାଇଁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଲିଲି ଦୀପଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ବରୁଣ ନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଆସନ୍ତା ସପ୍ତାହ ମଧ୍ୟରେ ରାସ୍ତାର କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଠିକାଦାର କାର୍ଯ୍ୟ ସମ୍ପନ୍ନ ନ କରନ୍ତି ତେବେ ଆଗାମୀ ଦିନରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ମୂଖ୍ୟ ରାସ୍ତା ଉପରେ ଶତାଧିକ ଲୋକ ଅବରୋଧ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚନ୍ଦ୍ର ହାସ୍ୟ ନାଏକ, ରାଜେନ୍ଦ୍ର ନାଏକ, ତସମନ୍ତ ନାଏକ, ଡିଟୁ ନାଏକ, ପ୍ରେମଶିଳା ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଚେତାବନୀ ଦେଇଛନ୍ତି।ଏ ନେଇ ବିଭଗୀୟ ଅଧିକାରୀ ଯନ୍ତ୍ରୀ ବିଜୟ ମଗରେଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଥିଲେ ମଧ୍ୟ ଫୋନ ଉଠାଉ ନାହାନ୍ତି। ସେହିପରି ଭୀମକେଲା ସାନ୍ଦୁଲ ନଦୀ ଉପରେ ନିର୍ମିତ ହେଉଥିବା ପୋଲ ମଧ୍ୟ ନିର୍ମାଣ ଅବଧି ଶେଷ ପରେ ମଧ୍ୟ କାମ ଅତି ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହେଉଛି। ରାସ୍ତା ନିର୍ମାଣକୁ ସଂପୂର୍ଣ୍ଣ କରିବା ନେଇ ଗତ ୨୬ ତାରିଖରେ ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ସ୍ଥାନୀୟ ଲୋକମାନେ ଲିଖିତ ଅଭିଯୋଗ କରିଥିବା ମଧ୍ୟ ଜଣାଯାଇଛି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ନୂଆଁଖାଇ ଭେଟଘାଟ

Sunil Chandra Nayak

ରାଜ୍ୟ ସରକାରଙ୍କ ୨୦୨୨ ସଂଶୋଧିତ ବେତନହାର ପ୍ରଦାନ କ୍ୟାବିନେଟ୍ ନିଷ୍ପତ୍ତି – ୪୮୮ ଶିକ୍ଷକ କର୍ମଚାରୀ ସଂଘର ସ୍ବାଗତ

Sunil Chandra Nayak

ବାଦାମ ପାହାଡରେ ସାଇବର ସଚେତନତା ରଥ ଓ ସଚେତନତା ଶିବିର 

masiha

Leave a Comment

error: Content is protected !!