ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଲିନା ଧାନ ମଣ୍ଡି ଉଦଘାଟିତ         

ଖାଲିନା ଧାନ ମଣ୍ଡି ଉଦଘାଟିତ                            

ଜଳେଶ୍ଵର,୨୬/୫(ମନିସ)ଚଳିତ ରବି ଋତୁ ରେ ଧାନ ଅମଳ ସରିଥିବା ବେଳେ ନାମ୍ପୋ ପଞ୍ଚାୟତରେ ଅବସ୍ଥିତ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ଅଧିନ ଖାଲିନା ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ଉକ୍ତ ମଣ୍ଡି ରେ ୩୭୭ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ୫ ଜଣ ଚାଷୀଙ୍କ ଠାରୁ ୩ଶହ କ୍ୟୁଣ୍ଟାଲ୍ ଧାନ କ୍ରୟ ହୋଇଛି।ଉକ୍ତ ମଣ୍ଡିକୁ ସମିତିର ସଭାପତି ସଞ୍ଜୟ କୁମାର କର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉପସଭାପତି ସ୍ଵର୍ଣ୍ଣମୟୀ ଦେ,ସମ୍ପାଦକ ସୁନିଲ କୁମାର ଦେ , ଡ଼ାଇରେକ୍ଟର,ପାର୍ବତୀ ଦେ, ସୁଧାଂଶୁ ଶେଖର ମହାପାତ୍ର, ନଗେନ୍ଦ୍ର ନାଥ ଦେ, ବାସୁଦେବ ଜେନା, ସୃଷ୍ଟି ଧର ଜେନା, ପ୍ରତିନିଧି ଅଭୟ କୁମାର ଦେ,ବସନ୍ତ କୁମାର ଦେ ଉପସ୍ଥିତ ଥିଲେ। ମଣ୍ଡି ନୋଡାଲ ଅଫିସର ରତିକାନ୍ତ ମହାନ୍ତି,ଆର ଏମ୍ ସି ପ୍ରତିନିଧି ପ୍ରଶାନ୍ତ କୁମାର ରାଜ ପ୍ରମୁଖ ଉପସ୍ଥିତ ହୋଇ ଶୃଙ୍ଖଳାରେ ଧାନ କ୍ରୟ ଲାଗି ବ୍ୟବସ୍ଥା କରିଥିଲେ।ଚାଷୀ କମିଟି ସଭ୍ୟ ପ୍ରବୀର କୁମାର କର, ଗୈାତମ ଦାସ, ଚାଷୀ ପ୍ରବୀର ଦେ, ନବ କୁମାର ପାଠୀ, ସତ୍ୟ ରଂଜନ ସୀଟ, ବାସୁଦେବ ଭ୍ଞ୍ଜ, ଅଶୋକ କୁମାର ଦେ ପ୍ରମୁଖ ଉପସ୍ଥିତ ଥିଲେ।ଏଠାରେ ସୂଚନା ଯୋଗ୍ୟ ମୋଟ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ସଂଖ୍ୟା ୭୪୯ ଜଣ ହୋଇଥିବା ବେଳେ ସେମାନଙ୍କ ଠାରୁ ୨୪,୦୦୦ କ୍ୟୁଣ୍ଟାଲ୍ ଧାନ କ୍ରୟ କ୍ରୟ କରିବା ବ୍ୟବସ୍ଥା ରହିଛି ବୋଲି ସଭାପତି ଶ୍ରୀ କର ଏହି ଅବସରରେ ସୂଚନା ଦେଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୫ ଅନୁଷ୍ଠିତ 

Sunil Chandra Nayak

ହାଇୱା ଟ୍ରକ୍ ତଳୁ ଛାତ୍ରୀଙ୍କ ଉଦ୍ଧାର ଘଟଣାର ନୂଆ ମୋଡ

Sunil Chandra Nayak

ବାଲୁକା କଳାରେ ଧାନ ଅମଳର ଦୃଶ୍ୟ କୋଣାର୍କ ଉତ୍ସବରେ କଳା ପ୍ରଦର୍ଶନ ପାଇଁ ଶିଳ୍ପୀଙ୍କ ପ୍ରସ୍ତୁତି

masiha

Leave a Comment

error: Content is protected !!