ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ ଚମକିଲେ ଲଡୁଗାଁ ର ପୁଅ। ସମଗ୍ର ରାଜ୍ୟରେ ୬ଷ୍ଠ ସ୍ଥାନ ରଖି କୃତକାର୍ଯ୍ୟ ହେଲେ ଅମନ ଗୋୟଲ….

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ ଚମକିଲେ ଲଡୁଗାଁ ର ପୁଅ

ସମଗ୍ର ରାଜ୍ୟରେ ୬ଷ୍ଠ ସ୍ଥାନ ରଖି କୃତକାର୍ଯ୍ୟ ହେଲେ ଅମନ ଗୋୟଲ….

କଳାହାଣ୍ଡି ଜିଲ୍ଲା ପାଇଁ ଗୌରବର ମୁହୂର୍ତ୍ତ ।ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୪ର ସଫଳତା ସୂଚୀରେ ଚମକିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡର କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁର ମାଟି ।

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ଲଡୁଗାଁ ର ଅମନ ଗୋୟଲ ସମଗ୍ର ରାଜ୍ୟରେ ରାଜ୍ୟରେ ଷଷ୍ଠ ସ୍ଥାନରେ ସ୍ଥାନ ଅଧିକାର କରି ଜିଲ୍ଲା ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାର ପକ୍ଷରୁ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶପାଇବା ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।ଲଡୁଗାଁ ଗ୍ରାମର ସ୍ବର୍ଗତ ରମେଶ ଗୋୟଲ ଓ ଗାୟତ୍ରୀ ଅଗ୍ରୱାଲ ଙ୍କ ଦ୍ଵିତୀୟ ସୁପୁତ୍ର ହେଉଛନ୍ତି ଅମନ ଗୋୟଲ।୨୦୧୯ ମସିହାରେ ନିଜର ବାପା କୁ ହରାଇ ଥିଲେ ଅମନ। ସେ ଲଡୁଗାଁ ସରସ୍ୱତୀ ଶିଶୁ ମନ୍ଦିର ରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ପରେ ନବରଙ୍ଗପୁର ରେ ମାଟ୍ରିକ ପରୀକ୍ଷା ଓ ବରଗଡ଼ ବିକାଶ ଶିକ୍ଷାନୁଷ୍ଠାନ ରେ ଯୁକ୍ତ ୨ ରେ ପାଶ କରିବା ପରେ ସିମ୍ବାୟୋସିସ୍ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କମର୍ସ, ପୁଣେରୁ ବି.କମ (ବାଣିଜ୍ୟରେ ସ୍ନାତକ) କରିଥଲେ।

୨୦୨୧ ରେ (ସିଏ) ଚାଟାର୍ଡ ଏକାଉଣ୍ଟଟେଣ୍ଟ ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଓଡିଶା ପ୍ରଶାସନିକ ସେବା ପାଇଁ କୋଚିଂ ନେଇ ପ୍ରଥମ ଚେଷ୍ଟା ରେ ସଫଳତା ସେ ହାସଲ କରିଛନ୍ତି ।

କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ବଳରେ ଆଜି ସେ ଓଡ଼ିଶା ସିଭିଲ୍‌ ସର୍ଭିସେସ୍ ପରୀକ୍ଷାରେ ଏହି ସଫଳତା ହାସଲ କରି ସମଗ୍ର କଳାହାଣ୍ଡି ଜିଲ୍ଲା କୁ ଗର୍ବୀତ କରିଛନ୍ତି।ଅମନ ଗୋୟଲ ଙ୍କ ସଫଳତା ପରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଗୌତମ ଅଗ୍ରୱାଲ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଅମନ ଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ଏହି ସଫଳତା ଆଗାମୀ ଦିନରେ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ ହେଵ ବୋଲି ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶାନ୍ତପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ

ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ , ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିସ୍ଥାପନ

Sunil Chandra Nayak

ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଯୋଗ କେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!