ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ବୁଥ ସ୍ତରୀୟ ଅଧିକାରୀମାନଙ୍କ ପ୍ରଶିକ୍ଷଣ

ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ବୁଥ ସ୍ତରୀୟ ଅଧିକାରୀମାନଙ୍କ ପ୍ରଶିକ୍ଷଣ

ରାଉରକେଲା ୨୬/୫, ଚଳିତ ମଇ ୩୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସ୍ଆଇଆର୍ (SIR) ସୁଚାରୁ ରୂପରେ ସଂପାଦନ ପରିପ୍ରେକ୍ଷୀରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ଏବଂ ସୁପରଭାଇଜରମାନଙ୍କର ଦୁଇ ଦିବସୀୟ ପ୍ରଶିକ୍ଷଣ ଶିବିର, ଉଦିତନଗର ସ୍ଥିତ ପାନପୋଷ ଆଇଟିଡିଏ ହଲରେ ଅନୁଷ୍ଠିତ ହୋଇଯାଇଛି। 

    ମଇ ୨୫ ଓ ୨୬ ତାରିଖରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଉରକେଲା ଓ ବିରମିତ୍ରପୁର ବିଧାନସଭା କ୍ଷେତ୍ରର ବୁଥ ସ୍ତରୀୟ ଅଧିକାରୀମାନଙ୍କ ସହିତ ବିଏଲଓ ସୁପରଭାଇଜର ଓ ସ୍ୱେଛାସେବୀମାନେ ଯୋଗଦେଇଥିଲେ। ପ୍ରଶିକ୍ଷଣରେ ଭୋଟର ସମ୍ବନ୍ଧୀୟ ଫର୍ମ କିପରି ପୂରଣ କରାଯିବ ଏବଂ ଏହାକୁ ୱେବସାଇଟରେ କିପରି ଅପଲୋଡ୍ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ପ୍ରାୟୋଗିକ ତାଲିମ ପ୍ରଦାନ କରାଯାଇଥିଲା। ୨୦୨୬ ମଇ ୩୦ରୁ ଜୁନ୍ ୨୮ ତାରିଖ ମଧ୍ୟରେ ବୁଥ ସ୍ତରୀୟ ଅଧିକାରୀ ବା ବିଏଲଓମାନେ ଘରକୁ ଘର ପରିଦର୍ଶନ କରି ଫର୍ମ ବଣ୍ଟନ କରିବେ ଏବଂ ଭୋଟର ସମ୍ବନ୍ଧୀୟ ସୂଚନା ସଂଗ୍ରହ କରିବେ।

    ଆଜିର ଏହି କାର୍ଯ୍ୟକ୍ରମରେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ଡେପୁଟି କଲେକ୍ଟର ସାଧବି ଦେହୁରୀ, ଆରଏମସି ଡେପୁଟି କମିଶନର ଚନ୍ଦ୍ରକାନ୍ତ, ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନାଗା ନାରାୟଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳନ.

masiha

ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଲେ କୋଶଲି କବି ପଦ୍ମଶ୍ରୀ ହଳଧର ନାଗ

masiha

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ରଜସକ୍ରାନ୍ତି ପାଳନ 

Sunil Chandra Nayak

Leave a Comment

error: Content is protected !!