ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ସର୍ବ ଦିଅ ଶିକ୍ଷା ଶୁଭ ନୀତି ଶିକ୍ଷା

    ଏ ବିଶ୍ୱ କଲ୍ୟାଣ ପାଇଁ 

ଜଗତ ମଙ୍ଗଳ ଜୀବନ ସଫଳ

   ପ୍ରଭୁ କରୁଣା ଗୋସାଇଁ।

ରାଗ ହିଂସା ଛାଡ଼ ଭଲ ଧରା ଗଡ଼

     ଅଜ୍ଞାନକୁ କର ଦୂର

ସେନେହ ଆଦର ସବୁରି ଭିତରେ

     ହୃଦ ଚିନ୍ତାର ଈଶ୍ୱର।

ବାଧାବିଘ୍ନ ଆସୁ ସବୁ ନେବା ସହି

      ଏତିକି ଦିଅ ଶକତି

କରୁଣା ବାରିରେ ପାପ ଧୋଇ ଦିଅ

       ପାଇବୁ ଜୀବନ ମୁକ୍ତି।

ମନ୍ଦ କର୍ମ ଯେତେ ଯାଉ ଛାଡ଼ି ସତେ

     ଭଲ ଦିଅ ଶୁଦ୍ଧ ବୁଧି

ପରାଣ ବଞ୍ଚିବା ପଥ ଦେଖା ହରି

   ଏ ସଂସାର ପ୍ରତିନିଧି।

ତୁମେ ତ ଗଢିଛ ସଂସାର ଜଞ୍ଜାଳ

     ଭଲମନ୍ଦ ତୁମ ହାତେ

ଦୁଃଖ କଷ୍ଟ ସହି ସଂଗ୍ରାମ କରୁଛି

     ସାହା ହୁଅ ଜଗନ୍ନାଥେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କବିତା – ଏକାନ୍ତ ର ସମ୍ବାଦ

Sunil Chandra Nayak

ସମାଜସେବୀ କିନ୍ନରଙ୍କ ସହ ଝିଅର ଜନ୍ମଦିନ ପାଳନ କଲେ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଏକା ତୁଣ୍ଡେ, ଉଆ ଉଷୁନା

Sunil Chandra Nayak

Leave a Comment

error: Content is protected !!