ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରସ୍ଵତ ସାଧକ ବୋତଲ ମ୍ୟାନ ପ୍ରିନ୍ସ ନନ୍ଦ ଜୀ : ପରିବେଶ ସୁରକ୍ଷା ଓ ଜୀବେ ଦୟାରେ ସମର୍ପିତ ପ୍ରାଣ

ସାରସ୍ଵତ ସାଧକ ବୋତଲ ମ୍ୟାନ ପ୍ରିନ୍ସ ନନ୍ଦ ଜୀ : ପରିବେଶ ସୁରକ୍ଷା ଓ ଜୀବେ ଦୟାରେ ସମର୍ପିତ ପ୍ରାଣ 

 କଟକ : ପେଷାରେ ସେ ପୋଲିସ କର୍ମଚାରୀ ହେଲେ ନିଶା ତାଙ୍କର ସମାଜସେବା । ସେ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା (ବିସିଟି) ବରେଣ୍ୟ ସଂମ୍ପାଦକ ବିଶିଷ୍ଟ ସମାଜସେବୀ ରକ୍ତଦାତା ରସାନନ୍ଦ ଦେଉରୀ(ପ୍ରିନ୍ସ ନନ୍ଦ) । କଟକ ଜିଲ୍ଲା ତିଗିରିଆ ବ୍ଲକ କଳିବିର ଗ୍ରାମରେ ତାଙ୍କ ଜନ୍ମ । ସମାଜସେବା କାର୍ଯ୍ୟ ସହ ସେ ସାହିତ୍ୟ ସାଧନା ଦିଗରେ ବ୍ରତୀ । ରକ୍ତଦାନ ସହ ଜନ ସଚେତନତା,ଅନାଥାଶ୍ରମ ଆଉ ବୃଦ୍ଧାଶ୍ରମ ଆଦିକୁ ସହଯୋଗ କରନ୍ତି । ସମସ୍ତେ ତାଙ୍କୁ ବୋତଲର ମଣିଷ ବୋଲି ଡାକନ୍ତି କାରଣ ପ୍ଲାଷ୍ଟିକ ବୋତଲକୁ ସେ ଗଛରେ ବାନ୍ଧି ସେଥିରେ ପାଣି ରଖନ୍ତି,ଯାହାଦ୍ୱାରାକି ସମସ୍ତ ପକ୍ଷୀ ଏହି ବୋତଲରୁ ପାଣି ପିଇବେ ଆଉ ଜୀବନ ବଞ୍ଚେଇ ପାରିବେ । ପ୍ରତିବର୍ଷ ୧୦୦୦ ରୁ ଉର୍ଦ୍ଧ ବୋତଲ ବିଭିନ୍ନ ଗଛ ଡାଳରେ ବାନ୍ଧିବା ବା ପାଣି ପାତ୍ର ରଖିବା ସହ ପଶୁ ମାନଙ୍କ ପାଇଁ ପାଣି କୁଣ୍ଡ ରଖିବା ଆଦି କାର୍ଯ୍ୟ କରିଥାନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶ୍ରଦ୍ଧା ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

Sunil Chandra Nayak

ନୂଆପଡ଼ାରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ମାତୃଭାଷାରେ ଭାବ ପ୍ରକାଶ ଅଧିକ ସହଜ ଓ ସ୍ୱାଭାବିକ: ଜିଲ୍ଲାପାଳ

Sunil Chandra Nayak

ବରିଷ୍ଠ କଳାକାର ସଂଘର ଶୋକସଭା

Leave a Comment

error: Content is protected !!