ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡ଼ ଅଞ୍ଚଳରେ ହାତୀ ଆକ୍ରମଣରେ ଯୁବକ ମୃତ 

ବାଦାମ ପାହାଡ଼ ଅଞ୍ଚଳରେ ହାତୀ ଆକ୍ରମଣରେ ଯୁବକ ମୃତ 

ରାଇରଙ୍ଗପୁର –  ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅନ୍ତର୍ଗତ ବାଦାମ ପାହାଡ଼ ବନାଞ୍ଚଳର ତଲକପୋଖରୀ ଗ୍ରାମରେ ଆଜି ଗୁରୁବାର ଅପରାହ୍ନ୪ ଟା ପାଖାପାଖି ସମୟରେ ହାତୀ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ରାଇରଙ୍ଗପୁର ଡିଏଫଓ ସୁବ୍ରତ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ମୃତ ଯୁବକ ହେଲେ ଲାଲ ମୋହନ ଦେହୂରୀ(୪୪) ଘର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଦୁଧିଝରଣ ଗ୍ରାମ । ଏକ ଆମ୍ବ ଗଛ ତଳେ ଆମ୍ବ ଗୋଟାଇ ବାକୁ ଯାଇଥିବାବେଳେ ଖଡିଆ ଯୁବକ ଲାଲ ମୋହନ ଦେହୂରୀଦନ୍ତା ହାବୁଡ଼ରେ ପଡିଥିଲେ ।ଦନ୍ତା ଶୁଣ୍ଢରେ ଧରି କଚାଡି ଦେଇଥିଲା ।ଖବର ପାଇ ବନ ବିଭାଗ ଉଦ୍ଧାର କରି ରାଇରଙ୍ଗପୁର ହସପିଟାଲକୁ ଆଣିଥିଲା ।ଆଜି ବନ ବିଭାଗ ତରଫରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଚାଲ ସ୍କୁଲ ଯିବା ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ

Sunil Chandra Nayak

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା 

masiha

ପାଢେଲ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ରେ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!